Advertisment

ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ

ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅର ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି।

author-image
Tapaswini Nayak
Murder

Murder

ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ। କଟକ କନ୍ଦରପୁର ଥାନା ପରମହଂସ ନିକଟ ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନାହିଁ। ମୃତ ମହିଳାଙ୍କ ବୟସ ୩୦ରୁ ୩୫ ବର୍ଷ ହେବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।

Advertisment

ଆଜି ସକାଳେ ନଦୀ ପଠାରେ ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି।

ମୃତ ମହିଳାଙ୍କ ବେକ ଓ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ କିଏ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ଅନ୍ୟପକ୍ଷରେ ମୃତ ମହିଳାଙ୍କ ୨ହାତରେ ଟାଟୁ ରହିଛି। ଡାହାଣ ହାତରେ ହୋଇଥିବା ଟାଟୁରେ ‘ଓଁ ବାବା ବଳିଆ’ ଲେଖାଯାଇଛି। ଏଥିସହ ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅ ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି।  ଏଥିସହ ଜଣେ ପୁରୁଷ ଲୋକର ଡ୍ରେସ ମଧ୍ୟ ମିଳିଛି। ଏହି ସବୁ ଜିନିଷକୁ ଜବତ କରି ଘଟଣାର ତଦନ୍ତ କରୁଛି ପୁଲିସ। 

Cuttack Deadbody