/odisha-reporter/media/post_attachments/uploadimage/library/16_9/16_9_0/Deadbody_1696302887.jpg)
Deadbody
ଘର ଭିତରୁ ମହିଳାଙ୍କ ଗଳାକଟା ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ହାଟମୁନିଗୁଡା ନିକଟ ରାମକ୍ରୀଷ୍ଣା ମିଶନ ନିକଟରେ।
Advertisment
ମୃତ ମହିଳା ଜଣଙ୍କ ହେଲେ ବୁରୁଜୁଗୁଡା ଗ୍ରାମର ନନ୍ଦିନି ନାଏକ। ସେ ରାମକ୍ରୀଷ୍ଣା ମିଶନରେ ବଗିଚା କାମ କରୁଥିଲେ।
ନନ୍ଦିନି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘରେ ରହୁଥିଲେ। ଆଜି ସକାଳେ ଗଳାକଟା ଅବସ୍ଥାରେ ନନ୍ଦୀନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସମ୍ପର୍କୀୟ ଭାଇ ନନ୍ଦିନିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
Advertisment
ସମ୍ପର୍କୀୟ ଭାଇ ନନ୍ଦିନିଙ୍କୁ କାହିଁକି ହତ୍ୟା କଲେ ତାର କାରଣ ସ୍ପଷ୍ଟ ହୋଇନାହିଁ। ମୁନିଗୁଡା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ସମ୍ପର୍କୀୟ ଭାଇଙ୍କୁ ପଚୀରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
