ବନ୍ଦ କୋଠରୀ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ।
ଲକ୍ଷ୍ମୀପ୍ରିୟାଙ୍କ ମା’ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ଓ ତାଙ୍କର ମାନସିକ ଅନଗ୍ରସର ଭଉଣୀ ନମିତା ଘରେ ଶୋଇଥିଲେ। ଆଜି ସକାଳେ ଲକ୍ଷ୍ମୀପ୍ରିୟା ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଠିନଥିଲେ।
ଏନେଇ ଲକ୍ଷ୍ମୀପ୍ରିୟା ବିଷୟରେ ଗ୍ରାମବାସୀ ସାନ ଭଉଣୀକୁ ପଚାରିଥିଲେ। ପରେ ଘରେ ଆସି ଦେଖିଥିଲେ। ଏକ ରୁମରେ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ତାଙ୍କ ବେକରେ କଟା ଦାଗ ଚିହ୍ନ ଦେଖିବାକୁ ପାଇଥିଲେ। ଲକ୍ଷ୍ମୀପ୍ରିୟାଙ୍କୁ କେହି ହତ୍ୟା କରି ପଳାଇଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ,ମଞ୍ଜୁଲତା ସ୍ୱାମୀଙ୍କର ବର୍ଷକ ତଳେ ମୃତ୍ୟୁ ଘଟିଥିଲା। ମଞ୍ଜୁଲତା ପର ଘରେ ଖଟି ପରିବାର ପୋଷଣ କରୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।