Advertisment

ବନ୍ଦ କୋଠରୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ

ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ବନ୍ଦ କୋଠରୀ ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଯୁବତୀ ଜଣଙ୍କ ହେଲେ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ।

Advertisment

ଲକ୍ଷ୍ମୀପ୍ରିୟାଙ୍କ ମା’ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପ୍ରିୟା ଓ ତାଙ୍କର ମାନସିକ ଅନଗ୍ରସର ଭଉଣୀ ନମିତା ଘରେ ଶୋଇଥିଲେ। ଆଜି ସକାଳେ ଲକ୍ଷ୍ମୀପ୍ରିୟା ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉଠିନଥିଲେ।

ଏନେଇ ଲକ୍ଷ୍ମୀପ୍ରିୟା ବିଷୟରେ ଗ୍ରାମବାସୀ ସାନ ଭଉଣୀକୁ ପଚାରିଥିଲେ। ପରେ ଘରେ ଆସି ଦେଖିଥିଲେ। ଏକ ରୁମରେ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ତାଙ୍କ ବେକରେ କଟା ଦାଗ ଚିହ୍ନ ଦେଖିବାକୁ ପାଇଥିଲେ। ଲକ୍ଷ୍ମୀପ୍ରିୟାଙ୍କୁ କେହି ହତ୍ୟା କରି ପଳାଇଯାଇଥିବା ତାଙ୍କ ମା’ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ସୂଚନାଯୋଗ୍ୟ,ମଞ୍ଜୁଲତା ସ୍ୱାମୀଙ୍କର ବର୍ଷକ ତଳେ ମୃତ୍ୟୁ ଘଟିଥିଲା। ମଞ୍ଜୁଲତା ପର ଘରେ ଖଟି ପରିବାର ପୋଷଣ କରୁଥିଲେ। 

Dhenkanal Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe