/odisha-reporter/media/post_attachments/uploadimage/library/16_9/16_9_0/Deadbody_1717222106.jpg)
Deadbody
ଘରେ ଥିବା ଡ୍ରମରୁ ମିଳିଲା ଜଣେ ମହିଳାଙ୍କ ମୃତଦେହ। ହେଲେ ସ୍ୱାମୀ ଓ ୨ଛୁଆଙ୍କର ମିଳୁନି ପତ୍ତା। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ବାଙ୍ଗୁରୁସୁଣୀ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସୁକାନ୍ତି ମୁଣ୍ଡା।
Advertisment
ଗତକାଲି ସୁକାନ୍ତିଙ୍କର ଘରୁ ଦୁର୍ଗନ୍ଧ ଆସିଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ କବାଟ ଭାଙ୍ଗି ଘରେ ଥିବା ଏକ ଡ୍ରମରୁ ସୁକାନ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ସୁକାନ୍ତିଙ୍କ ସ୍ୱାମୀ ଟୁକୁନା ମୁଣ୍ଡା ଓ ତାଙ୍କ ୨ ଛୁଆଙ୍କର କୌଣସି ପତ୍ତା ମିଳୁନାହିଁ।
ସୁକାନ୍ତିଙ୍କୁ ଟୁକୁନା ହତ୍ୟା କରି ପଳାଇଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
