Advertisment

ବନ୍ଦ ଘରୁ ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ରଶ୍ମିତା ବୁଗୁଡ଼ା ପୋଷ୍ଟ ଅଫିସରେ କିଛି ବର୍ଷ ହେବ କାର୍ଯ୍ୟ କରୁଥିଲେ।

author-image
Tapaswini Nayak
Dead person

Dead person

ବନ୍ଦ ଘର ଭିତରୁ ମହିଳା ଡାକ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ାର ଅରବିନ୍ଦନଗରରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା କୁହୁଡି ନିକଟରେ ସୋରଣ ଗ୍ରାମର ବୋଲି ଜଣାପଡିଛି l

Advertisment

ରଶ୍ମିତା ବୁଗୁଡ଼ା ପୋଷ୍ଟ ଅଫିସରେ କିଛି ବର୍ଷ ହେବ କାର୍ଯ୍ୟ କରୁଥିଲେ। ବୁଗୁଡ଼ାର ଅରବିନ୍ଦନଗରରେ ଭଡ଼ାରେ ରହୁଥିଲେ। ଗତକାଲି ରଶ୍ମିତା ରହୁଥିବା ଘର କବାଟ ଦୀର୍ଘ ସମୟ ଧରି ବନ୍ଦ ଥିଲା। ଘର ମାଲିକ ରଶ୍ମିତାଙ୍କୁ କବାଟ ବାଡ଼େଇ ଡାକିଥିଲେ ମଧ୍ୟ ସେ ଖୋଲି ନଥିଲେ। ଏନେଇ ଘର ମାଲିକଙ୍କ ସନ୍ଦେହ ହୋଇଥିଲା। ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ।  ପୁଲିସ ଘରର କବାଟ ତାଡ଼ି ଘରେ ପଶିଥିଲା।  ରୁମରୁ ରଶ୍ମିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।

ମହିଳା ଡାକ କର୍ମଚାରୀଙ୍କ କିପରି ମୃତ୍ୟୁ ଘଟିଲା?ଏହା ପଛର କ’ଣ କାରଣ ରହିଛି ? ଏନେଇ ପୁଲିସ ଖୋଳତାଡ଼ କରୁଛି।  ବୁଗୁଡ଼ା ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

Advertisment
Ganjam Deadbody