Advertisment

ଶାଶୂ ଘରେ କେମିତି ମଲେ ଝିଅ? ମରିବା ପୂର୍ବରୁ ବାପାଙ୍କୁ କହିଲେ ସବୁ କଥା

ମମତାଙ୍କର ବର୍ତ୍ତମାନ ବର୍ଷକର ପୁଅଟିଏ ରହିଛି। ପିଲାକୁ ନେଇ ବ୍ୟସ୍ତ ରହୁଥିବା ମମତାଙ୍କ ଭାଗ୍ୟ ଆକାଶ ଘୋଟି ଆସିଥିଲା କଳା ବାଦଲ। ପରିବାର ଭିତରେ ଉଠିଥିଲା ଅଶାନ୍ତର ଝଡ଼। ୫୦ ହଜାର ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ ଶାଶୂଘର ଲୋକ।

author-image
Manoranjan Sial
Ganjam

Ganjam

ବାପଘର ଧୂଳି ଖେଳ ଛାଡ଼ି ନୂଆ ସଂସାର ଗଢ଼ିବାକୁ ଯାଇଥିଲେ। ସୁଖ ଓ ଦୁଃଖର ସଂସାର ଗଢ଼ିଥିଲେ। ସ୍ୱାମୀଙ୍କ ସ୍ତ୍ରୀ, ଶାଶୂ-ଶ୍ୱଶୁରଙ୍କ ବୋହୂ ଓ ପୁଅର ମାଆ ହୋଇଥିଲେ। ହେଲେ ଅଜାଣତରେ ସାଂସାରିକ ଅଡୁଆ ସୂତାରେ ଛନ୍ଦି ହୋଇପଡ଼ିଲେ ମମତା ସେଠୀ। ଆଉ ସେଥିରୁ ବାହାରି ପାରିଲେ ନାହିଁ। ଶେଷରେ ଜନ୍ମଦାତାଙ୍କ କୋଳରେ ଆଖି ବୁଜିଲେ! ଅଫେରା ପଥରେ ଯିବା ପୂର୍ବରୁ ମୃତ୍ୟୁର ସବୁ କଥା ବାପାଙ୍କୁ କହି ଯାଇଥିଲେ ମମତା ସେଠୀ।

Advertisment

ଆଜକୁ ୫ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ବାଙ୍ଗରଡ଼ା ଗାଁର ଅଜୟ ସେଠୀ ଶେରଗଡ଼ ଥାନା ବାକିଲିକଣା ଗ୍ରାମର ମମତା ସେଠୀଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ସମୟରେ ଦାବି ମୂତାବକ ୪୦ ହଜାର ଟଙ୍କା ଯୌତୁକ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଇଥିଲା। ବାହାଘର ପରେ ବାପଘର ଛାଡ଼ି ଶାଶୂ ଘରକୁ ଯାଇଥିଲେ ମମତା। ନୂଆକରି ଜୀବନ ଗଢ଼ିବା ଆରମ୍ଭ କରିଥିଲେ। ସ୍ୱାମୀ, ଶାଶୂ, ଶ୍ୱଶୁର ଓ ପରିବାର ଅନ୍ୟ ସଦସ୍ୟଙ୍କ ଭିତରେ ନଜକୁ ସାମିଲ୍‌ କରିଥିଲେ। ବେଶ୍‌ ଖୁସିରେ ଚାଲିଥିଲା ସୁଖ ଓ ଦୁଃଖର ସଂସାର।

ମମତାଙ୍କର ବର୍ତ୍ତମାନ ବର୍ଷକର ପୁଅଟିଏ ରହିଛି। ପିଲାକୁ ନେଇ ବ୍ୟସ୍ତ ରହୁଥିବା ମମତାଙ୍କ ଭାଗ୍ୟ ଆକାଶ ଘୋଟି ଆସିଥିଲା କଳା ବାଦଲ। ପରିବାର ଭିତରେ ଉଠିଥିଲା ଅଶାନ୍ତର ଝଡ଼। ୫୦ ହଜାର ଟଙ୍କା ଯୌତୁକ ଆଣିବା ପାଇଁ କହିଥିଲେ ଶାଶୂଘର ଲୋକ। ମାତ୍ର ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ମାନସିକ ଓ ଶାରୀରିକ ନିର୍ଯାତନା। ନିର୍ଯାତନା ଅସହ୍ୟ ହେବାରୁ ମମତା ନିଜ ବାପାଙ୍କୁ ପୂରା ଘଟଣା ସମ୍ପର୍କରେ କହିଥିଲେ। ବାପଘର ଲୋକ ଗରିବ ହୋଇଥିବାରୁ ଟଙ୍କା ଦେବା ପାଇଁ ଅସମର୍ଥ ହୋଇଥିଲେ। କେବଳ ସାନ୍ୱନା ଦେଇ ଯାଉଥିଲେ।

Advertisment

ନାନା ନିର୍ଯାତନା ସତ୍ତ୍ୱେ ମମତା ପୁଅକୁ ଧରି ଶାଶୂଘରେ ରହୁଥିଲେ। ଶାଶୂଘର ଲୋକଙ୍କ ଗାଳି ଓ ମାଡ଼କୁ ସହୁଥିଲେ। ବୁଧବାର ମମତାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ ତାଙ୍କ ବାପା ରବୀନ୍ଦ୍ର ସେଠୀ। ସେ ସଙ୍ଗେ ସଙ୍ଗେ ବାଙ୍ଗରଡ଼ା ଗାଁରେ ପହଞ୍ଚିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପୂର୍ବରୁ ମମତା ତାଙ୍କ ବାପାଙ୍କୁ ସବୁ କଥା କହିଥିଲେ। ଶାଶୂଘର ଲୋକେ ତାଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ରବୀନ୍ଦ୍ର ସେଠୀ ଏ ନେଇ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ନାରୟଣ ପାଢ଼ୀ

Ganjam Crime