Advertisment

ସୁନା ଚେନ୍‌ ଲୁଟି ନ ପାରି ହାଣିଦେଲେ, ଚାଲିଗଲା ମହିଳାଙ୍କ ଜୀବନ

ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Death person

Death person

ସୁନା ଚେନ ଲୁଟେରାଙ୍କ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ମୃତ ମହିଳା ଜଣଙ୍କ ୟୁ.ବିଷ୍ଣୁ ପାତ୍ର।

Advertisment

ଗତ ସୋମବାର ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ବାଇକରେ ଯାଉଥିଲେ ଦମ୍ପତି। ସ୍ୱାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ  ପଛରେ ବସିଥିଲେ। ହଠାତ୍ ବାଟରେ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ।

ମୋଟା ଚେନ କାରଣରୁ ନେଇପାରିନଥିଲେ ଲୁଟେରା। ପୁନର୍ବାର ଲୁଟ୍‌ ପାଇଁ ମହିଳାଙ୍କ ପିଛା କରିଥିଲେ ଲୁଟେରା। ଏଥିସହ  ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ। ଫଳରେ ବିଷ୍ଣୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମହିଳା ଜଣଙ୍କ ଜୋରରେ ଚିତ୍କାର କାରିବାରୁ ଅଧାବାଟରୁ ଖସି ପଳାଇଥିଲେ ଲୁଟେରା଼। ମହିଳାଙ୍କୂ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଆଜି ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Loot