Advertisment

ପ୍ରେମିକା ଜହର ପ୍ୟାକେଟ ଫଟୋ ପଠାଇବାରୁ ପ୍ରେମିକ ରିପ୍ଲାଏ ଦେଲେ ‘OK’ , ତା’ ପରେ...

ବିବାହିତା ହୋଇ ବି ପ୍ରେମରେ ଉବୁଟୁବୁ ହେଉଥିବା ମହିଳାଜଣକୁ ପ୍ରେମିକଜଣକ ଅଣଦେଖା କରିବାରୁ ଏହାକୁ ସେ ବରଦାସ୍ତ କଲେନି।

author-image
Niharika Rout
Punam

Punam

ପ୍ରେମରେ ଦେଖାଦେଇଥିବା ଫାଟ ସାଂଘାତିକ ରୂପ ନେଲା। ବିବାହିତା ହୋଇ ବି ପ୍ରେମରେ ଉବୁଟୁବୁ ହେଉଥିବା ମହିଳାଜଣକୁ ପ୍ରେମିକଜଣକ ଅଣଦେଖା କରିବାରୁ ଏହାକୁ ସେ ବରଦାସ୍ତ କଲେନି। ନିଜ ହ୍ୱାଟସ୍‌ଆପ୍‌ରେ କିଛି ଜହର ପ୍ୟାକେଟର ଫଟୋ ପ୍ରେମିକ ପାଖକୁ ପଠାଇଥିବା ବେଳେ ସେ ରିପ୍ଲାଏ ଦେଲେ ‘OK’ । ଏହାପରେ ହିତାହିତ ଜ୍ଞାନ ଭୁଲି ବସି ମହିଳାଜଣକ ଜହର ଖାଇ ଦେଇଥିଲେ। ପରେ ମେଡିକାଲ ବେଡରେ ଛଟପଟ ହୋଇ ଆଖି ବୁଜିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଗୋୱାଲିୟରରେ ଘଟିଛି। ମଅତା ମହିଳା ହେଲେ ୨୨ ବର୍ଷୀୟା ପୁନମ ।

Advertisment

ପୁନମଙ୍କର ନିଜ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିବା ବେଳେ ପରିବାର ଲୋକେ କିନ୍ତୁ ତାଙ୍କୁ ଅନ୍ୟତ୍ର ବିବାହ କରାଇଥିଲେ। କିନ୍ତୁ ତାହା ବେଶି ଦିନ ନ ତିଷ୍ଠିବାରୁ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା। ଏହାପରେ ପରିବାର ଲୋକେ ପୁଣି ଥରେ ପୁନମକୁ କନିଆ ବେଶରେ ସଜାଇ ତାଙ୍କର ଦ୍ୱିତୀୟ ବିବାହ କରାଇଥିଲେ।

ଏହାପରେ ବାପଘରକୁ ବୁଲି ଆସିଥିବା ପୁନମ ନିଜ ପ୍ରେମିକଙ୍କୁ ସାକ୍ଷାତ କରିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ଝଗଡ଼ା ହୋଇଥିଲା। ଏହାଦେଖି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ପୁନମ ନିଜ ଘରକୁ ପଳାଇ ଆସିଥିଲେ।

Advertisment

ଉଭୟ ମଧ୍ୟରେ କିଛି ଦିନ କଥାବାର୍ତ୍ତା ବନ୍ଦ ରହିବା ପରେ ପୁନମ ନିଜ ପ୍ରେମିକଙ୍କୁ କିଛି ଜହର ପୁଡ଼ିଆର ଫଟୋ ହ୍ୱାଟସ୍‌ଆପ୍‌ କରିଥିଲେ। ଏହାଦେଖି ପ୍ରେମିକଜଣକ ‘OK’ ଲେଖିଥିବା ବେଳେ ସଙ୍ଗେସଙ୍ଗେ ପୁନମ ତାହାକୁ ଖାଇ ଦେଇଥିଲେ।

ବିଷର ଜ୍ୱାଳାରେ ଛଟପଟ ହେବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ ପୁନମ ନିଜ ପ୍ରେମିକଙ୍କ ନାଁ କହିବା ସହ ସେ ମାନସିକ ନିର୍ଯାତନା ଦେବାରୁ ବିଷ ଖାଇ ଦେଇଥିବା କହିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Madhya Pradesh Love Betrayal