Advertisment

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକ କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି।

Dead

Dead

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସାନବଦାଙ୍ଗି ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକ କହୁଥିବା ବେଳେ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି।

Advertisment

ମୃତ ମହିଳାଙ୍କ ନାଁ ରିଙ୍କି ବେହେରା। ୫ ବର୍ଷ ତଳେ ସାନବଦାଙ୍ଗି ଗାଁର ରାଧାକାନ୍ତ ବେହେରାଙ୍କ ସହିତ ତାଙ୍କର ବିବାହ ହୋଇଥିଲା।

ରିଙ୍କିଙ୍କ ଭାଇ ଶିଶିରକାନ୍ତ ବେହେରା ସୋରଡ଼ା ଥାନାରେ ଅଭିଯୋଗ କରିଛନ୍ତି ଯେ ବାହା ହେବା ଦିନ ଠାରୁ ତାଙ୍କ ଭଉଣୀଙ୍କୁ ତାଙ୍କ ଶାଶୁ ଘର ଲୋକେ ଯୌତୁକ ଓ ଅନ୍ୟାନ୍ୟ କଥାକୁ ନେଇ ନିର୍ଯାତନା ଦେଇ ଆସୁଥିଲେ। ଗତ ୧୨ ତାରିଖରେ ତାଙ୍କ ଭାଣିଜୀ ଦୁର୍ଘଟଣାର ସମ୍ମୁଖ ହୋଇଥିଲେ। ତେଣୁ ତାଙ୍କୁ ସେ ନିଜ ଗାଁରେ ରଖି ଚିକିତ୍ସା କରାଉଥିଲେ। ଭଉଣୀ ଓ ଭିଣୋଇ ବି ସେମାନଙ୍କ ସହିତ ସେଠାରେ ଥିଲେ। ଶନିବାର (ଗତକାଲି) ଦିନ ୧୧ଟାରେ ତାଙ୍କ ଭଉଣୀ ଓ ଭିଣୋଇ ସାନବଦାଙ୍ଗି ସ୍ଥିତ ସେମାନଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳେ ସେ (ଶିଶିରକାନ୍ତ) ତାଙ୍କ ଭଉଣୀକୁ ଫୋନ୍ କରିଥିଲେ। କିନ୍ତୁ ତାଙ୍କ ସାନ ନଣଦ ଶିବାନୀ ବେହେରା ଫୋନ୍ ଉଠାଇଥିଲେ। ତାଙ୍କ ଭଉଣୀ ବିଷ ଖାଇ ଦେଇଛନ୍ତି ବୋଲି ଶିବାନୀ କହିଥିଲେ। 

Advertisment

ଶିଶିରକାନ୍ତ ଏତଲାରେ ଦର୍ଶାଇଛନ୍ତି ଯେ ସେ ସୋରଡ଼ା ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇ ହୋଇସାରିଥିଲା। ଏନେଇ ସେ ତାଙ୍କ ଭିଣୋଇଙ୍କୁ ପଚାରିଥିଲେ। ଭଉଣୀଙ୍କୁ ଭିଣୋଇ ୨ ଚାପୁଡ଼ା ମାରିଥିବା କହିଥିଲେ। ଏଣୁ ସନ୍ଦେହ ହେଉଛି ଯେ ରିଙ୍କିଙ୍କୁ ତାଙ୍କ ଶାଶୁ ଘର ଲୋକେ ବାଡ଼େଇ ମାରି ଦେଇଛନ୍ତି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ରିଙ୍କିଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ତେବେ ପୁଲିସ୍ ଏ ଘଟଣାରେ ତାଙ୍କ ସ୍ୱାମୀ ରାଧାକାନ୍ତ ବେହେରାଙ୍କୁ ଅଟକ ରଖି ପଚରାଉଚରା କରୁଛି। 

Murder Suicide Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe