AP
ବାହାଘର ମାତ୍ର ୬ ମାସ ତଳେ ହୋଇଥିଲା। ବୟସ ମାତ୍ର ୨୪। ଶକ୍ଷୟିତ୍ରୀ ଭାବେ ଚାକିରି ମଧ୍ୟ କରୁଥିଲେ। ହେଲେ ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ନିର୍ଯାତନା ଅସହ୍ୟ ହେଲା। ଏହାକୁ ସହି ନ ପାରି ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି ୨୪ ବର୍ଷୀୟ ମହିଳା ଜଣଙ୍କ। ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରୁ ଏପରି ଦୁଃଖଦ ଖବର ସାମ୍ନାକୁ ଆସିଛି।
ଆତ୍ମହତ୍ୟା ପୂର୍ବରୁ ସେ ଚାଡ଼ି ଯାଇଥିବା ହାତ ଲେଖା ଚିଠିରେ ନିଜ ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେହିପରି ନିଜ ଭାଇଙ୍କ ଉଦ୍ଦେଶ୍ୟରେ ବେଶ ଭାବବିହ୍ୱଳ ବାର୍ତ୍ତା ଛାଡ଼ି ଯାଇଛନ୍ତି। ଏଥର ଆଉ ରାକ୍ଷୀ ବାନ୍ଧି ପାରିବି ନାହିଁ ବୋଲି ସେ ଭାଇଙ୍କ ପାଇଁ ସୁଇସାଇଡ ନୋଟରେ ଲେଖିଛନ୍ତି।
୨୪ ବର୍ଷୀୟ ଶ୍ରୀବିଦ୍ୟା ଗୋଟିଏ ଘରୋଇ କଲେଜରେ ପିଲାଙ୍କୁ ପାଠ ପଢ଼ାନ୍ତି। ୬ ମାସ ତଳେ ରାମ ବାବୁ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ରାମ ବାବୁ ଜଣେ ଗାଁ ସର୍ଭେୟର ଭାବେ କାମ କରନ୍ତି। ବାହାଘର ବେଶ ଧୂମଧାମରେ ହେବା ସହ ଦୁଇ ଜଣ ବେଶ ଖୁସି ରହିଥିଲେ। ବାହାଘରର ପ୍ରଥମ ଏକମାସ ସବୁ କିଛି ଠିକ ଠାକ ଚାଲିଥିଲା।
ଏହାପରେ ରାମ ବାବୁ ନିଜର ଅସଲ ଚେହେରା ସମସ୍ତଙ୍କୁ ଦେଖାଇଥିଲେ। ପ୍ରତିଦିନ ସେ ମଦ ପିଇ ଘରକୁ ଆସିବା ସହ ଶ୍ରୀବିଦ୍ୟାଙ୍କୁ ମାଡ଼ ମାରୁଥିଲେ। ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇ ଚାଲିଥିଲେ ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି।
ନିଜ ସୁଇସାଇଡ ନୋଟରେ ଶ୍ରୀବିଦ୍ୟା ସାମ୍ନା କରୁଥିବା ଇମୋସନାଲ ଓ ଫିଜିକାଲ କଷ୍ଟ କଥା ବଖାଣିଛନ୍ତି। ରାମବାବୁ ତାଙ୍କୁ ଅନ୍ୟ ମହିଳାମାନଙ୍କ ଆଗରେ କେମିତି ନିଚ୍ଚା କରି ଦେଖାନ୍ତି ଓ ତାଙ୍କୁ ମୂଲ୍ୟହୀନ ମଣିଷ ବୋଲି କୁହନ୍ତି, ସେକଥା ଶ୍ରୀବିଦ୍ୟା ଚିଠିରେ କହିଛନ୍ତି। ତାଙ୍କୁ ରାମୁବାବୁ ସବୁବେଳେ ବିଧା ଗୋଇଠା ଠାରୁ ଆରମ୍ଭ କରି ମୁଣ୍ଡକୁ ନେଇ ବେଡ୍ରେ ପିଟି ଦିଅନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଛି।
ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରୀବିଦ୍ୟା ଲେଖିଛନ୍ତି, “ହାଏ ଭାଇ, ଏଥର ମୁଁ ତୁମ ହାତରେ ରାକ୍ଷୀ ବାନ୍ଧି ପାରିବି ନାହିଁ। ନିଜର ଯତ୍ନ ନେବ।” ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିବା ସହ ସହ ତାଙ୍କ ଜୀବନକୁ ବର୍ବାଦ କରିଥିବା ସ୍ୱାମୀ ଓ ଶାଶୁ ଘର ଲୋକଙ୍କୁ କୌଣସି ବି ପରିସ୍ଥିତିରେ କ୍ଷମା ନ ଦେବାକୁ ଶ୍ରୀବିଦ୍ୟା ଅନୁରୋଧ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/AP_1754310003.jpg)