Advertisment

ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଆକ୍ରମଣ କଲେ ମଦୁଆ ରୋଗୀ ଓ ସମ୍ପର୍କୀୟ

ଆକ୍ରମଣ ପରେ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Doctor

Doctor

Advertisment

ମୁମ୍ବାଇର ସିଓନ ହସ୍ପିଟାଲରେ ଜଣେ ମହିଳା ଡାକ୍ତର ଡ୍ୟୁଟି କରିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ଜଣେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏପରି ଆକ୍ରମଣ କରିଛନ୍ତି। ମହିଳା ଡାକ୍ତରଙ୍କୁ ଆକ୍ରମଣ କରିବା ବେଳେ ସମସ୍ତେ ମଦ ପିଇଥିଲେ। ଆକ୍ରମଣ ପରେ ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତି ଓ ତାଙ୍କ ସମ୍ପର୍କୀୟମାନେ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଜାରି ରଖିଛି।

Advertisment

ଘଟଣାଟି ରବିବାର ଭୋର ୩.୩୦ରେ ଘଟିଛି। ୱାର୍ଡ ଦାୟିତ୍ୱରେ ଥିବା ମହିଳା ଡାକ୍ତର ଜଣଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଭୋର ୩.୩୦ରେ ରୋଗୀ ଜଣଙ୍କ ହସ୍ପିଟାଲ ଆସିଥିଲେ। ତାଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ହାତରୁ ମଧ୍ୟ ରକ୍ତ ବାହାରୁ ଥିଲା। ତେଣୁ ତାଙ୍କୁ ଇଏନଟି ବିଭାଗକୁ ପଠାଇ ଦିଆଯାଇଥିଲା।

ତାଙ୍କର ଚିକିତ୍ସା ଚାଲିଥିବା ବେଳେ ନିଜେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମଦ ନିଶାରେ ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ। ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ଏହାପରେ ରୋଗୀ ଜଣଙ୍କ ମହିଳା ଡାକ୍ତରଙ୍କୁ ଧକ୍କା ମାରିଥିଲେ। 

Advertisment

ପ୍ରକୃତରେ ଡାକ୍ତର ଜଣଙ୍କ ରୋଗୀଙ୍କ ମୁହଁରେ କ୍ଷତ ଚିହ୍ନକୁ ପରଖିବା ପାଇଁ କଟନ କପଡ଼ା କାଢ଼ୁଥିଲେ। ଏହି ସମୟରେ ରୋଗୀଙ୍କୁ ସାମାନ୍ୟ ଯନ୍ତ୍ରଣା ହୋଇଥିଲା। ସେ ମଦ ପିଇଥିବାରୁ ମହିଳା ଡାକ୍ତରଙ୍କୁ ସମ୍ପର୍କୀୟଙ୍କ ସହ ମିଶି ଗାଳି ଗୁଲଜ କରିଥିଲେ। ସମ୍ପର୍କୀୟମାନେ ରୋଗୀଙ୍କୁ ବୁଝାସୁଝା କରିବା ପରବର୍ତ୍ତେ ମହିଳା ଡାକ୍ତର ଉପଯୁକ୍ତ ଢଙ୍ଗରେ ଚିକିତ୍ସା କରୁ ନଥିବା କହିଥିଲେ। ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ମଦୁଆ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ମହିଳା ଡାକ୍ତରଙ୍କୁ ମାଡ଼ ମାରିଥିଲେ ବୋଲି ହସ୍ପିଟାଲ ପକ୍ଷରୁ ଅଭିଯୋଗ କରାଯାଇଛି।

ଏନେଇ ମହିଳା ଡାକ୍ତର ଜଣଙ୍କ ସକାଳ ୭ଟାରେ ପୁଲିସ୍‌ ଷ୍ଟେସନରେ ପହଞ୍ଚି ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ୍‌ ଗୋଟିଏ ଏଫଆଇଆର ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Mumbai Maharashtra Police Mumbai Police Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe