Advertisment

ମହିଳାଙ୍କ ଦବଙ୍ଗଗିରି; ଅଟୋରେ ବୁଲିଲେ ୧୩ ଘଣ୍ଟା, ଟଙ୍କା ମାଗିବାରୁ ଦେଖାଇଲେ ନାଲି ଆଖି

ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ନିକଟରୁ ଗତ ରବିବାର ରାତି ପ୍ରାୟ ୧୦ଟା ବେଳେ ଏକ ଅଟୋ ବୁକ୍‌ କଲେ। ଉକ୍ତ ଅଟୋରେ ସେ ସୋମବାର ପୂର୍ବାହ୍ନ ୧୧ଟା ଯାଏ ବୁଲିବାକୁ ଲାଗିଲେ।

author-image
Niharika Rout
Case

Case

ଦିଲ୍ଲୀର ରାଜରାସ୍ତାରେ ଦେଖିବାକୁ ମିଳିଲା ମହିଳାଙ୍କ ଦବଙ୍ଗଗିରି। ମହିଳାଜଣକ ୧୩ ଘଣ୍ଟା କାଳ ଅଟୋରେ ଦିଲ୍ଲୀ ସାରା ବୁଲିବା ପରେ ଟଙ୍କା ମାଗିବାରୁ ଦେଖାଲେ ନାଲି ଆଖି। ମିଛ ମାମଲାରେ ଫସାଇ ଦେବାର ଧମକ ବି ଦେଲେ। ଖବର ପାଇ ପୁଲିସ୍‌ ପହଞ୍ଚିବାରୁ ପୁଲିସ୍‌ ସହ ଯୁକ୍ତିତର୍କ କରିବାକୁ ବି ପଛାଇଲେ ନାହିଁ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଦିଲ୍ଲୀର ମେଦାନ୍ତ ହସ୍ପିଟାଲ ନିକଟରୁ ଗତ ରବିବାର ରାତି ପ୍ରାୟ ୧୦ଟା ବେଳେ ଏକ ଅଟୋ ବୁକ୍‌ କଲେ। ଉକ୍ତ ଅଟୋରେ ସେ ସୋମବାର ପୂର୍ବାହ୍ନ ୧୧ଟା ଯାଏ ବୁଲିବାକୁ ଲାଗିଲେ। ବିଲ୍‌ ୨ ହଜାର ହୋଇଯିବାରୁ ଅଟୋ ଚାଳକ ଦୀପକ ଟଙ୍କା ପେମେଣ୍ଟ କରି ତାଙ୍କୁ ଛାଡ଼ିବାକୁ କହିବାରୁ ମହିଳାଜଣକ ଭଡ଼କି ଯିବା ସହ ମିଥ୍ୟା ଆରୋପ ଲଗାଇବାର ଧମକ ଦେଲେ।

ଏନେଇ ଦୀପକ ପୁଲିସ୍‌କୁ ସୂଚନା ଦେଲେ। ପୁଲିସ୍‌ ପହଞ୍ଚିବାରୁ ଜ୍ୟୋତି ପୁଲିସ୍‌ ସହ ମଧ୍ୟ ଯୁକ୍ତିତର୍କ ଆରମ୍ଭ କରିଦେଲେ। ଏହାପରେ ପୁଲିସ୍‌ ତାଙ୍କୁ ଥାନାକୁ ନେଇ ଯାଇ ପଚରାଉଚରା କରୁଥିବା ଜଣାଯାଇଛି। ତେବେ ତାଙ୍କୁ ଗିରଫ କରାଯାଇଛି ନା ନାହିଁ ସେ ନେଇ କିଛି ସୂଚନା ମିଳିନି।

Advertisment

ସମ୍ପୃକ୍ତ ମହିଳାଙ୍କ ବିରୋଧରେ କୌଣସି ଲିଖିତ ଅଭିଯୋଗ ହୋଇନି। ଲିଖିତ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେକ୍ଟର-୨୯ ପୁଲିସ୍‌ କହିଛି।

Delhi Police