Advertisment

ପ୍ରେମିକଙ୍କୁ ବାହାଘର ପାଇଁ ରାଜି କରାଇବାକୁ ୬୦୦ କିମି ଯାଇଥିଲେ, ହେଲେ...

ଗୋଟିଏ ଦଶନ୍ଧି ତଳେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଅଙ୍ଗନବାଡ଼ି ସୁପର ଭାଇଜର ଭାବେ କାମ କରି ସେ ନିଜ କଥା ବୁଝୁଥିଲେ।

author-image
Hemant Lenka
Kumari

Kumari

ଅନେକ ଆଶା ଓ ବିଶ୍ୱାସର ସହ ଜଣେ ୩୭ ବର୍ଷୀୟ ମହିଳା କାର ଚଳାଇ ୬୦୦ କିମି ଦୂରରେ ରହୁଥିବା ପ୍ରେମିକଙ୍କ ପାଖରେ ପହଞ୍ଚିଥିଲେ। ପ୍ରେମିକଙ୍କୁ ଭେଟିବେ, ତାଙ୍କ ସହ କିଛି ସମୟ ବିତାଇବେ ଓ ବାହାଘର ପାଇଁ ରାଜି କରାଇବେ ବୋଲି ସେ ଆଶା କରିଥିଲେ। ହେଲେ ମହିଳାଙ୍କ ସବୁ ସ୍ୱପ୍ନ ଅଧାରେ ରହି ଯାଇଛି। କାରଣ ପ୍ରେମିକଙ୍କୁ ଭେଟିବାର ଦିନକ ପରେ ମିଳିଛି ତାଙ୍କର ମୃତଦେହ।

Advertisment

ମହିଳା ଯେଉଁ ପ୍ରେମିକଙ୍କୁ ଭରସା କରିଥିଲେ ଓ ଯାହାଙ୍କୁ ବାହା ହୋଇ ଜୀବନ କାଟିବାକୁ ଚାହୁଁଥିଲେ, ସେ ହିଁ ତାଙ୍କୁ ହତ୍ୟା କରିଛନ୍ତି। ସ୍କୁଲ ଶିକ୍ଷକ ଭାବେ କାମ କରୁଥିବା ମହିଳାଙ୍କ ପ୍ରେମିକଙ୍କୁ ପୁଲିସ୍‌ ହତ୍ୟା ମାମଲାରେ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।

ରାଜସ୍ଥାନର ଝୁନଝୁନରେ ଜଣେ ଅଙ୍ଗନବାଡ଼ି ସୁପର ଭାଇଜର ଭାବେ କାମ କରୁଥିଲେ ମୁକେଶ କୁମାରୀ। ପ୍ରାୟ ଗୋଟିଏ ଦଶନ୍ଧି ତଳେ ସେ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଅଙ୍ଗନବାଡ଼ି ସୁପର ଭାଇଜର ଭାବେ କାମ କରି ସେ ନିଜ କଥା ବୁଝୁଥିଲେ। ଏସବୁ ଭିତରେ ଗତବର୍ଷ ଅକ୍ଟୋବରରେ ବାରମେରରେ ସ୍କୁଲ ଶିକ୍ଷକ ଭାବେ କାମ କରୁଥିବା ମନରମଙ୍କ ସହ କୁମାରୀଙ୍କ ପରିଚୟ ଫେସବୁକରେ ହୋଇଥିଲା। ପ୍ରଥମେ ବନ୍ଧୁତା ଓ ପରେ ଏହା ପ୍ରେମର ରୂପ ନେଇଥିଲା। ମନରମଙ୍କୁ ବେଶ ପସନ୍ଦ କରୁଥିଲେ କୁମାରୀ। ଏଥିପାଇଁ ସେ ଝୁନଝୁନରୁ ୬୦୦ କିମି ଦୂର ବାରମେରକୁ କାର ଧରି ମନରମଙ୍କୁ ନିୟମିତ ଭେଟିବାକୁ ମଧ୍ୟ ଆସୁଥିଲେ।

Advertisment

ମନରମଙ୍କ ସହ ସେ ତାଙ୍କର ବାକି ଜୀବନ କାଟିବାକୁ ନିଷ୍ପତ୍ତି ନେଇଥିଲେ। କୁମାରୀଙ୍କ ଛାଡ଼ପତ୍ର ହୋଇ ସାରିଥିବା ବେଳେ ମନରମଙ୍କ ଛାଡ଼ପତ୍ର ମାମଲା ଏବେ ବି କୋର୍ଟରେ ପଡ଼ି ରହିଛି। ତେଣୁ ସେ ଚାହିଁଲେ ବି କୁମାରୀଙ୍କୁ ବାହା ହୋଇ ପାରୁ ନଥିଲେ। ସେପଟେ ବାହାଘର ପାଇଁ ବ୍ୟାକୁଳ ହୋଇ ଉଠିଥିଲେ କୁମାରୀ। ବାହାଘର କଥା କୁମାରୀ ଉଠାଇବା କ୍ଷଣି ଦୁହିଁଙ୍କ ମଧ୍ୟରେ ନିୟମିତ ପାଟିତୁଣ୍ଡ ହେଉଥିଲା। ପୁଣି କିଛି ଦିନ ପରେ ସବୁ କିଛି ଠିକ ହୋଇଯାଉଥିଲା। 

ତେବେ ବାହାଘର ପାଇଁ ମନରମ ରାଜି ହେଉ ନଥିବାରୁ ସେପ୍ଟେମ୍ବର ୧୦ରେ କୁମାରୀ ନିଜର ଅଲ୍ଟୋ କାର ଧରି ବାରମେରରେ ଥିବା ମନରମଙ୍କ ଗାଁକୁ ବାହାରିଥିଲେ। ସେ ତାଙ୍କ ଘର ଦେଖି ନଥିଲେ ହେଁ ଲୋକଙ୍କୁ ପଚରାଉଚରା କରି ଠିକଣାରେ ପହଞ୍ଚି ଯାଇଥିଲେ। ମନରମଙ୍କ ପରିବାର ଲୋକଙ୍କୁ ସେ ସବୁ କଥା କହିଥିଲେ। ଏହାକୁ ମନରମ ବିରୋଧ କରିଥିଲେ। ସେଠାରେ ପାଟିତୁଣ୍ଡ ହେବାରୁ ସ୍ଥାନୀୟ ପୁଲିସ୍‌କୁ ଡକା ଯାଇଥିଲା। ପୁଲିସ ଉଭୟଙ୍କୁ ବୁଝାଇବା ସହ ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲା।

ମନରମ ମଧ୍ୟ ଏଥିରେ ରାଜି ହୋଇ କୁମାରୀଙ୍କ ସହ କଥା ହେବେ ବୋଲି କହିଥିଲେ। ସନ୍ଧ୍ୟା ବେଳେ ୨ ଜଣ ଯାକ ଏକାଠି କିଛି ସମୟ ବିତାଇଥିଲେ। କୁମାରୀ ପୁଣି ମନରମଙ୍କ କଥା ଭୁଲି ତାଙ୍କ ସହ ରହିବାକୁ ରାଜି ହୋଇଥିଲେ। ହେଲେ ମନରମ ଏତିକି ବେଳ ଗୋଟିଏ ଲୁହା ରଡରେ କୁମାରୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ କୁମାରୀଙ୍କ ମୃତଦେକୁ କାରର ଡ୍ରାଇଭର ସିଟରେ ରଖିଥିଲେ ମନରମ। ଏହାପରେ ଗାଡ଼ିକୁ ରାସ୍ତା କଡ଼କୁ ଠେଲି ଦେଇଥିଲା। ଗାଡ଼ି ପଥରେ ମାଡ଼ ହୋଇଥିଲା। ଏସବୁ କାଣ୍ଡ କାରନାମା କରିବା ପରେ ମନରମ ଘରକୁ ଆସି ଶୋଇ ପଡ଼ିଥିଲେ। ପରଦିନ ସକାଳେ ସେ ତାଙ୍କ ଓକିଲଙ୍କ ଜରିଆରେ ପୁଲିସ୍‌କୁ କୁମାରୀଙ୍କ ମୃତଦେହ ସମ୍ପର୍କରେ ସୂଚନା ଦେବାକୁ କହିଥିଲେ।

ପୁଲିସ୍‌ ଘଟଣାର ତଦନ୍ତ କରିବା ବେଳେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲା। ମନରମ ଓ କୁମାରୀଙ୍କ ଫୋନର ଠିକଣା ଘଟଣା ବେଳେ ଗୋଟିଏ ସ୍ଥାନରେ ରହିଥିବା ପୁଲିସ୍‌ ଜାଣିବାକୁ ପାଇଥିଲେ। ଏହାପରେ ପୁଲିସ ମନରମଙ୍କୁ ଉଠାଇ ଆଣି ଜେରା କରିଥିଲା। ଜେରା ବେଳେ ମନରମ ତାଙ୍କର ଅପରାଧକୁ ସ୍ୱୀକାର କରିଛନ୍ତି।

Murder Crime Rajasthan