ତମେ ଚାଲିଗଲ, ମୁଁ କାହିଁକି ରହିବି ? | Odisha Reporter
ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ରବିବାର ଦିନ ଜଟଣୀର ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ସକାଳେ ତାଙ୍କ ପତ୍ନୀ ସୁନା ସାମନ୍ତରାୟ ଆତ୍ମହତ୍ୟା କରି ଦେଇଛନ୍ତି। ଦିଲ୍ଲୀପ ଓ ସୁନାଙ୍କ ବିବାହକୁ ୨ ବର୍ଷ ପୂରି ନଥିଲା। ଦିଲ୍ଲୀପଙ୍କ ମୃତ୍ୟୁ ହେବା ପରେ ଭାଙ୍ଗି ପଡ଼ିଥିଲେ ସୁନା। ରବିବାର ଦିନ ଦିଲ୍ଲୀପଙ୍କ ମୃତ୍ୟୁ ପରେ ପତ୍ନୀ ସୁନାଙ୍କୁ ବାପଘର ଲୋକେ ନିଜ ସହିତ ନେଇ ଯାଇଥିଲେ। ତେବେ ନୂଆଗାଁ ସ୍ଥିତ ବାପଘରେ ଥିବା ସୁନା ସୋମବାର ସକାଳେ ଏକ କଠୋରୀ ଭିତରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
