Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣା: ସହାୟତା ରାଶି ହଡ଼ପ ନେଇ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ବୋହୂର ଏତଲା

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁର ଗୋବିନ୍ଦ ସାହୁଙ୍କ ପରିବାରରେ ସହାୟତା ରାଶିକୁ ନେଇ ଦେଖା ଦେଇଛି ବିବାଦ।

Police Station

Police Station

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁର ଗୋବିନ୍ଦ ସାହୁଙ୍କ ପରିବାରରେ ସହାୟତା ରାଶିକୁ ନେଇ ଦେଖା ଦେଇଛି ବିବାଦ। କଥା ଥାନା ପର୍ଯ୍ୟନ୍ତ ଯାଇଛି। ଶ୍ୱଶୁର ଘର ଲୋକେ ସବୁ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ।

Advertisment

ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଓ ରେଳବାଇ ପକ୍ଷରୁ ୯ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ମିଳିଥିଲା। ରେଳବାଇ ପକ୍ଷରୁ ଆଉ ୫୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ପାଇଁ ଦିଆଯାଇଥିଲା।

ବିଜୟଲକ୍ଷ୍ମୀଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଶ୍ୱଶୁର ଘର ଲୋକେ ମାଡ଼ ମାରି ତାଙ୍କୁ ମିଳିଥିବା ସମସ୍ତ ସହାୟତା ରାଶି ହଡ଼ପ କରି ନେଇଛନ୍ତି। ଏନେଇ ସେ ବାସୁଦେବପୁର ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ନ୍ୟାୟ ଦେବାକୁ ସେ ଅନୁରୋଧ କରିଛନ୍ତି। ତାଙ୍କର ଛୋଟ ପିଲାଟିଏ ଅଛି। ଶ୍ୱଶୁର ଘର ଲୋକେ ସବୁ ଟଙ୍କା ନେଇ ଯାଇଥିବାରୁ ସେ ଏବେ କେମିତି ଛୁଆଟିକୁ ମଣିଷ କରିବେ ବୋଲି ପ୍ରଶ୍ନ କରିଛନ୍ତି।

Advertisment

ବିଜୟଲକ୍ଷ୍ମୀଙ୍କ ଜଣେ ସଂପର୍କୀୟ ମହେଶ୍ୱର ସାହୁ କହିଛନ୍ତି, ଆମ ଝିଅକୁ ମାରପିଟ କରି ଧମକ ଚମକ ଦେଇ ତା’ ଶ୍ୱଶୁର ଘର ଲୋକେ ତା’ ଆକାଉଣ୍ଟରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରି ଦେଇଛନ୍ତି। ଆମେ ଚାହୁଁଛୁ ଆମ ଝିଅ ଆକାଉଣ୍ଟକୁ ସବୁ ଟଙ୍କା ଫେରିଆସୁ।

ଅନ୍ୟପକ୍ଷରେ ବିଜୟଲକ୍ଷ୍ମୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ୱଶୁର ରବୀନ୍ଦ୍ର ସାହୁ ଓ ଶାଶୁ ଅନ୍ନପୂର୍ଣ୍ଣା ସାହୁ। ସେମାନେ ବିଜୟଲକ୍ଷ୍ମୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିବା କଥାକୁ ସ୍ୱୀକାର କରିଛନ୍ତି, କିନ୍ତୁ ତାଙ୍କ ସହମତିରେ ଟଙ୍କା ଉଠାଯାଇଥିବା କହିଛନ୍ତି। ସେମାନେ ବିଜୟଲକ୍ଷ୍ମୀଙ୍କୁ ଡରାଇ ବା ମାରପିଟ କରି ଜୋର ଜବରଦସ୍ତି ଦସ୍ତଖତ ନେଇ ଟଙ୍କା ଉଠାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେମାନେ କହିଛନ୍ତି, ଗୋବିନ୍ଦ ଥିଲା ବେଳେ ଘରଟିଏ କରୁଥିଲା। ଘର କାମ ସରି ନାହିଁ। ସେ ଧାରବାଡ଼ି କରି ଘରଟି କରୁଥିଲା। ତା’ ଅବର୍ତ୍ତମାନରେ ସମସ୍ତେ ଏବେ ବାକି ଟଙ୍କା ମାଗିବାକୁ ଆସୁଛନ୍ତି। ତେଣୁ ବୋହୂଙ୍କୁ ଜଣାଇ ତାଙ୍କ ସହମତି ନେଇ ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଉଠାଇ ସେଥିରେ ଖର୍ଚ୍ଚ କରିଥିଲୁ। ବାକି ଟଙ୍କାକୁ ପରିବାର ସମସ୍ତ ସଦସ୍ୟଙ୍କ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଲେଖାଏ ଫିକ୍ସଡ୍‌ ଡିପୋଜିଟ୍ କରାଯାଇଛି। ଆଉ ଏସବୁ ବୋହୂର ସହମତିରେ ହୋଇଛି। ସେ ତାଙ୍କ ବାପ ଘରକୁ କିଛି ଦିନ ପାଇଁ ବୁଲ ଯିବା ପରେ କଥା ବଦଳାଇ ଦେଇଛନ୍ତି ଓ ଆମ ବିରୋଧରେ ମିଛ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଉଭୟଙ୍କୁ ଥାନାକୁ ଡାକି ମାମଲାର ଆପୋଷ ସମାଧାନ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ବାସୁଦେବପୁର ଥାନା ଆଇଆଇସି ସାବିତ୍ରୀ ପଣ୍ତା।

Train Accident Bahanaga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe