Advertisment

ପ୍ରେମିକ ସହ ଘର ଭିତରୁ ଧରା ପଡ଼ିଲା ଝିଅ, ତଣ୍ଟିଚିପି ଦେଲା ମା’

ଘର ଭିତରେ ଝିଅର ପ୍ରେମିକକୁ ଦେଖି ମା’ଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା। ସେ ତୁରନ୍ତ ଝିଅର ପ୍ରେମିକକୁ ଘରୁ ଚାଲି ଯିବାକୁ କହିଥିଲେ।

Hyderabad

Hyderabad

Advertisment

ଘରେ କେହି ନଥିଲେ। ମଉକା ଦେଖି ଝିଅ ତା’ର ପ୍ରେମିକଙ୍କୁ ଘରକୁ ଡାକିଥିଲା। ପ୍ରେମିକ ଓ ପ୍ରେମିକା ଘର ଭିତରେ ଏକାକୀ ରହିଥିଲେ। ବାସ୍‌ ଏହି ସମୟରେ ଚାଲି ଆସିଥିଲେ ଝିଅର ମା’।

Advertisment

ଘର ଭିତରେ ଝିଅର ପ୍ରେମିକକୁ ଦେଖି ମା’ଙ୍କ ମୁଣ୍ଡ ଗରମ ହୋଇ ଯାଇଥିଲା। ସେ ତୁରନ୍ତ ଝିଅର ପ୍ରେମିକକୁ ଘରୁ ଚାଲି ଯିବାକୁ କହିଥିଲେ। ପ୍ରେମିକ ଚାଲି ଯିବା ପରେ ମା’ ଜଣଙ୍କ ତାଙ୍କ ଜନ୍ମ କଲା ୧୯ ବର୍ଷର ଝିଅକୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏପରି ଘଟଣା ହାଇଦ୍ରାବାଦରେ ଘଟିଛି।

ପୁଲିସ କହିଛି ଯେ ଜଙ୍ଗାମ୍ମା ତାଙ୍କର ୧୯ ବର୍ଷୀୟ ଝିଅ ଭାର୍ଗବୀଙ୍କୁ ଇବ୍ରାହିମପଟନମ ସ୍ଥିତ ଘରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ଭାର୍ଗବୀ ଘରେ କେହି ନଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଡାକିଥିଲେ। ଉଭୟଙ୍କୁ ଏକାଠି ପାଇବା ପରେ ସେ ଜଙ୍ଗାମ୍ମା ଏପରି କାଣ୍ଡ ଘଟାଇଛନ୍ତି।

Advertisment

ବୁଧବାର ଜଙ୍ଗାମ୍ମା ନିଜ କାମରୁ ଘରକୁ ହଠାତ୍‌ ଲଞ୍ଚ ପାଇଁ ଚାଲି ଆସିଥିଲେ। ଏହି ସମୟରେ ସେ ଭାର୍ଗବୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ଘର ଭିତରେ ଦେଖିଥିଲେ। ଏହାକୁ ଦେଖିବା ପରେ ସେ ପୂରା ରାଗି ଯାଇଥିଲେ।

ତୁରନ୍ତ ଝିଅର ପ୍ରେମିକଙ୍କୁ ଚାଲିଯିବାକୁ କହିଥିଲେ। ସେ ଯିବା ପରେ ଜଙ୍ଗାମ୍ମା ଝିଅକୁ ପ୍ରବଳ ପିଟିଥିଲେ। ଶେଷରେ ଗୋଟିଏ ଶାଢ଼ୀ ଦ୍ୱାରା ତାଙ୍କ ତଣ୍ଟି ଚିପି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଇବ୍ରାହିମପଟନମର ପୁଲିସ୍‌ ଅଫିସର ସତ୍ୟନାରାୟଣ କହିଛନ୍ତି, ଭାର୍ଗବୀଙ୍କ ସାନ ଭାଇ ପୂରା ଘଟଣାର ସାକ୍ଷୀ। ସେ ନାବାଳକ ହୋଇଥିଲେ ମଧ୍ୟ ମା’ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଘରର ଝରକା ପଟେ ଜଙ୍ଗାମ୍ମା ବେଶ ନିଷ୍ଠୁର ଢଙ୍ଗରେ ଭାର୍ଗବୀଙ୍କୁ ମାଡ଼ ମାରୁଥିବା ସେ ଦେଖିଛନ୍ତି।

ବେଶ କିଛି ଦିନ ହେବ ଝିଅର ବାହାଘର କରିବାକୁ ଜଙ୍ଗାମ୍ମା ପୁଅ ଖୋଜୁ ଥିଲେ। ହେଲେ ଭାର୍ଗବୀ ଜଣଙ୍କୁ ଭଲ ପାଉଥିବାରୁ ବାହା ହେବାକୁ ରାଜି ହେଉ ନଥିଲେ। ଏସବୁ ଭିତରେ ପ୍ରେମିକ ସହ ଭାର୍ଗବୀଙ୍କୁ ଦେଖିବାରୁ ଜଙ୍ଗାମ୍ମା ନିଜର ହିତାହିତ ଜ୍ଞାନ ହରାଇ ଏତେ ବଡ଼ ହତ୍ୟାକାଣ୍ଡ ଘଟାଇଛନ୍ତି।

Hyderabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe