Advertisment

ପରକିୟାପ୍ରୀତି ସନ୍ଦେହ: ସର୍ବସମ୍ମୁଖରେ ମହିଳାଙ୍କୁ ଛେପ ଚଟାଇଲେ, ୧୦୦ ଥର ବସ୍‌ଉଠ କରାଇଲେ

ଜଣେ ପଞ୍ଚାୟତ ସଦସ୍ୟଙ୍କ ଜୋତାରେ ପଡ଼ିଥିବା ଛେପ ଚାଟିବାକୁ ବାଧ୍ୟ କରାଯାଇଛି। ସେହିପରି ୧୦୦ ଥର ବସ୍‌ଉଠ ସହ ଚପଲରେ ମାଡ଼ ମରାଯାଇଛି। ଖାଲି ସେତିକି ନୁହେଁ, ପରକିୟାପ୍ରୀତି ସନ୍ଦେହରେ ମହିଳାଙ୍କୁ ୫୬ ହଜାର ଟଙ୍କା ଫାଇନ ମଧ୍ୟ ଲାଗୁ କରାଯାଇଛି।

Police

Police

Advertisment

ସର୍ବସମ୍ମୁଖରେ ଜଣେ ମହିଳାଙ୍କୁ ଦିଆଯାଇଛି ତାଲିବାନ ଦଣ୍ଡ। ମହିଳା ଜଣଙ୍କ ବିବାହିତ ହୋଇଥିଲେ ମଧ୍ୟ ପରପୁରୁଷଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଘଟଣାରେ କେତେ ସତ୍ୟତା ରହିଛି, ସେକଥା ଜଣା ନଥିଲେ ହେଁ କେବଳ ସନ୍ଦେହରେ ୩୦ ବର୍ଷୀୟ ମହିଳାଙ୍କୁ ସର୍ବସମ୍ମୁଖରେ ଅତ୍ୟନ୍ତ ଅମାନବୀୟ ଢଙ୍ଗରେ ଦଣ୍ଡ ଦିଆଯାଇଛି।

Advertisment

ତାଙ୍କୁ ଜଣେ ପଞ୍ଚାୟତ ସଦସ୍ୟଙ୍କ ଜୋତାରେ ପଡ଼ିଥିବା ଛେପ ଚାଟିବାକୁ ବାଧ୍ୟ କରାଯାଇଛି। ସେହିପରି ୧୦୦ ଥର ବସ୍‌ଉଠ ସହ ଚପଲରେ ମାଡ଼ ମରାଯାଇଛି। ଖାଲି ସେତିକି ନୁହେଁ, ପରକିୟାପ୍ରୀତି ସନ୍ଦେହରେ ମହିଳାଙ୍କୁ ୫୬ ହଜାର ଟଙ୍କା ଫାଇନ ମଧ୍ୟ ଲାଗୁ କରାଯାଇଛି।

ଝାରଖଣ୍ଡର ମେରାଲ ଷ୍ଟେସନ ଅଧୀନ ତିସାରତେତୁକା ଗାଁରେ ଏପରି ଘଟଣା ଘଟିଛି। ମହିଳାଙ୍କୁ ସର୍ବସମ୍ମୁଖରେ ପରକିୟାପ୍ରୀତି ସନ୍ଦେହରେ ଦଣ୍ଡ ଦିଆଯାଇଥିଲେ ହେଁ ସେ ସମସ୍ତ ପ୍ରକାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Advertisment

ସଂଖ୍ୟାଲଘୁ ସଂପ୍ରଦାୟର ଏହି ମହିଳା ଜଣଙ୍କ ତାଲିବାନୀ ଦଣ୍ଡ ବିରୋଧରେ ପୁଲିସ୍‌କୁ ଜଣାଇଥିଲେ ମଧ୍ୟ ପୁଲିସ୍‌ ପ୍ରାଥମିକ ଅବସ୍ଥାରେ ମାମଲା ରୁଜୁ କରିବାକୁ ମନା କରିଦେଇ ଥିବା ମଧ୍ୟ ଅଭିଯୋଗ ହୋଇଛି। ସ୍ଥାନୀୟ ପୁଲିସ ନିରାଶ କରିବା ପରେ ମହିଳା ଜଣଙ୍କ ବୁଧବାର ରାତିରେ ଅନଲାଇନ ଦ୍ୱାରା ଏଫଆଇଆର ରୁଜୁ କରିଛନ୍ତି। ଏହାକୁ ଦେଖି ଜିଲ୍ଲାର ଏସ୍‌ପି ତୁରନ୍ତ ଗରହୱା ଏସ୍‌ଡିପିଓକୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସ୍ଥାନୀୟ ପୁଲିସ୍‌ ମଧ୍ୟ ତୁରନ୍ତ ୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

ପୂରା ଘଟଣା ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ଦିନ ରାତିରେ ଘଟିଥିଲା। କିନ୍ତୁ ବୁଧବାର ମହିଳା ଜଣଙ୍କ ଅନଲାଇନରେ ଏଫଆଇଆର ରୁଜୁ କରିବା ପରେ ଏହା ସାମ୍ନାକୁ ଆସିଛି। ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଅମାନବୀୟ ଢଙ୍ଗରେ ମାଡ଼ ମାରିବା ସହ ଛେପ ଚଟାଇଛନ୍ତି। ଏଥିସହ ୧୦୦ ଥର ବସ୍‌ଉଠ କରାଇଛନ୍ତି। ପରକିୟାପ୍ରୀତି ସନ୍ଦେହରେ ତାଙ୍କୁ ଡାହାଣୀ ଭାବେ ଦର୍ଶାଯାଇଛି ବୋଲି ସେ କହିଛନ୍ତି।

ପୀଡ଼ିତା ଜଣଙ୍କ ତାଙ୍କ ଅଭିଯୋଗରେ ଆହୁରି କହିଛନ୍ତି ଯେ ଘଟଣା ପରେ ସେ ମେରାଲ ପୁଲିସ ଷ୍ଟେସନକୁ ଅଗଷ୍ଟ ୧୬ରେ ଯାଇଥିଲେ। କିନ୍ତୁ ଡ୍ୟୁଟିରେ ଥିବା ଅଫିସର ତାଙ୍କୁ ଅଣଦେଖା କରିଥିଲେ ଓ ଏଫଆଇଆର ରୁଜୁ କରି ନଥିଲେ।

ପୁଲିସ୍‌ର କହିବା କଥା ଯେ ମହିଳାଙ୍କ ସ୍ୱାମୀ ଥାନାକୁ ଆସି ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଥାନା ବାବୁ ମହିଳାଙ୍କ ଅଭିଯୋଗ ଗ୍ରହଣ କରି ନଥିଲେ। ତେବେ କାହିଁକି ନିଖୋଜ ମାମଲା ରୁଜୁ ହୋଇ ନଥିଲା, ସେକଥା ପୁଲିସ୍‌ ନିର୍ଦ୍ଦିଷ୍ଟ ଭାବେ କହିନାହିଁ। ଏବେ ଅନଲାଇନ ଏଫଆଇଆର ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Crime Jharkhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe