Advertisment

ଦରମା ମାଗିବାରୁ ଦଳିତ ଯୁବକଙ୍କୁ ଜୋତା କାମୁଡ଼ିବାକୁ କହିଲେ, ପ୍ରବଳ ପିଟିଲେ ମାଲିକାଣୀ

ନିଲେଶ ଏଥିରେ ମାର୍ମାହତ ହେବା ସହ କମ୍ପାନୀ ଠାରୁ ୧୬ ଦିନର ଦରମା ମାଗିଥିଲା। ହେଲେ ବିଭୂତି ପଟେଲ ତାଙ୍କ କଥା ଶୁଣି ନଥିଲେ ଓ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ।

Gujarat

Gujarat

Advertisment

ଜଣେ ଦଳିତ ଯୁବକଙ୍କୁ ନିର୍ଯାତନା ଦେଇଛନ୍ତି ଜଣେ ମହିଳା ବ୍ୟବସାୟୀ। ତାଙ୍କ କମ୍ପାନୀରେ ଦଳିତ ଯୁବକ ଜଣଙ୍କ କାମ କରୁଥିଲେ। କିନ୍ତୁ ସେ ଦରମା ମାଗିବାରୁ ମହିଳା ଜଣଙ୍କ ତାଙ୍କୁ ଚପଲ କାମୁଡ଼ିବାକୁ କହିଥିଲେ। ଏଥିସହ ନିଜର କିଛି ସହଯୋଗୀଙ୍କ ସହ ପ୍ରବଳ ମାଡ଼ ମଧ୍ୟ ମାରିଛନ୍ତି। ଏନେଇ ଗୁଜରାଟର ମୋର୍ବି ପୁଲିସ୍‌ ମହିଳା ବ୍ୟବସାୟୀ ଓ ଆଉ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

Advertisment

ରାନିବା ଇଣ୍ଡଷ୍ଟ୍ରୀ ପ୍ରାଇଭେଟ ଲିଃର ମାଲିକାଣୀ ବିଭୂତି ପଟେଲ ୨୧ ବର୍ଷୀୟ ଦଳିତ ଯୁବକ ନିଲେଶଙ୍କୁ ନିଯୁକ୍ତି ଦେଇଥିଲେ। ଅକ୍ଟୋବର ଆରମ୍ଭରୁ ନିଲେଶଙ୍କୁ ନିଯୁକ୍ତି ମିଳିଥିଲା ଓ ତାଙ୍କୁ ମାସିକ ୧୨ ହଜାର ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା। ସେ କାମକୁ ମଧ୍ୟ ଆସିଥିଲେ। କିନ୍ତୁ କାମ କରିବାର ୧୬ ଦିନ ପରେ ଅର୍ଥାତ ଅକ୍ଟୋବର ୧୮ରେ ତାଙ୍କ ନିଯୁକ୍ତିକୁ ବାତିଲ କରିଦିଆଯାଇଥିଲା।

ନିଲେଶ ଏଥିରେ ମାର୍ମାହତ ହେବା ସହ କମ୍ପାନୀ ଠାରୁ ୧୬ ଦିନର ଦରମା ମାଗିଥିଲା। ହେଲେ ବିଭୂତି ପଟେଲ ତାଙ୍କ କଥା ଶୁଣି ନଥିଲେ ଓ ତାଙ୍କ ସହ ଯୋଗାଯୋଗ ବନ୍ଦ କରିଦେଇଥିଲେ।

Advertisment

ଏସବୁ ଭିତରେ ବୁଧବାର ସନ୍ଧ୍ୟାରେ ନିଲେଶ ତାଙ୍କର ଭାଇ ଓ ଜଣେ ପଡ଼ୋଶୀଙ୍କୁ ସାଙ୍ଗରେ ଧରି ବିଭୂତି ପଟେଲଙ୍କ ଅଫିସରେ ପହଞ୍ଚିଥିଲେ। ସେ ଦରମା ମାଗିବାରୁ ତାଙ୍କୁ ବିଭୂତି ପଟେଲ, ତାଙ୍କ ଭାଇ ଓମ ପଟେଲ ଓ କିଛି ସହଯୋଗୀ ମାଡ଼ ମାରିଥିଲେ। ବିଭୂତି ପଟେଲ ରାଗି ଯାଇ ନିଲେଶଙ୍କୁ ଚାପୁଡ଼ା ମାରିଥିଲେ ଓ ଅଫିସର ଛାତକୁ ନେଇ ‌ଅନ୍ୟମାନଙ୍କ ସହ ମିଶି ପ୍ରବଳ ପିଟିଥିଲେ। ତାଙ୍କୁ ବେଲ୍ଟ, ଗୋଇଠା ଓ ମୁଥ ମରାଯାଇଛି।

ଖାଲି ସେତିକି ନୁହେଁ, ବିଭୂତି ପଟେଲ ନିଜର ଚପଲକୁ ପାଟିରେ କାମୁଡ଼ି ଧରିବାକୁ ମଧ୍ୟ ନିଲେଶଙ୍କୁ ବାଧ୍ୟ କରିଥିଲେ। ଦରମା ମାଗିଥିବାରୁ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ। ଯଦି ସେ ରାଭାପର କ୍ରସରୋଡକୁ ଆଉ ଆସିବେ, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ବିଭୂତି ପଟେଲ ଧମକ ଦେଇଥିବା ନିଲେଶ ତାଙ୍କ ଏଫଆଇଆରରେ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ ଗୁରୁତର ଆହତ ହୋଇଥିବା ନିଲେଶଙ୍କୁ ମୋର୍ବି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ପୁଲିସ୍‌ ଏବେ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Gujarat Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe