Advertisment

ଗାଧୁଆ ଘରୁ ମିଳିଲା ଯୁବତୀଙ୍କ ମୃତଦେହ, ତଣ୍ଟି ଓ ହାତରେ ରହିଛି କଟା ଦାଗ

ପୁଲିସ୍‌ ଏଯାଏ କୌଣସି ସୁଇସାଇଡ ନୋଟ ପାଇ ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି। କିନ୍ତୁ ଯୁବତୀଙ୍କ ମା’ ଏହାକୁ ଗ୍ରହଣ କରି ନାହାନ୍ତି।

Girl

Girl

Advertisment

ଘରର ବାଥରୁମ ବା ଗାଧୁଆ ଘରୁ ମିଳିଛି ଜଣେ ୨୦ ବର୍ଷୀୟ ଯୁବତୀଙ୍କ ମୃତଦେହ। ତାଙ୍କ ତଣ୍ଟି ଓ ବାମ ହାତ ରିଷ୍ଟରେ ରହିଛି କଟା ଦାଗ। ତେଣୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବେଙ୍ଗାଲୁରୁ ପୁଲିସ୍‌ କହିଛି।

Advertisment

ପୁଲିସ୍‌ର କହିବା କଥା ଯେ ବୁଧବାର ସନ୍ଧ୍ୟାରେ ଯୁବତୀଙ୍କ ଭାଇ ବାରମ୍ବାର ବାଥରୁମର କବାଟ ବାଡ଼େଇ ଥିଲେ ହେଁ ଭିତରୁ କୌଣସି ପ୍ରକାରର ଜବାବ ମିଳି ନଥିଲା। ଏହାପରେ ସେ କବାଟ ଭାଙ୍ଗି ଦେଇଥିଲେ। ଏହି ସମୟରେ ଯୁବତୀ ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ।

ପୁଲିସ୍‌ ଏଯାଏ କୌଣସି ସୁଇସାଇଡ ନୋଟ ପାଇ ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି। କିନ୍ତୁ ଯୁବତୀଙ୍କ ମା’ ଏହାକୁ ଗ୍ରହଣ କରି ନାହାନ୍ତି।

Advertisment

ଡିସିପି ସାଉଥ ଏସ୍‌ ଲୋକେଶ ଜେଗସସାର କହିଛନ୍ତି, ଘଟଣାର ତଦନ୍ତ ସବୁ ଦିଗରୁ କରାଯାଉଛି। ବର୍ତ୍ତମାନ ଶବବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ।

ଯୁବତୀଙ୍କ ମା’ ଜଣେ ସାମାଜିକ କର୍ମୀ। ସେ ଝିଅ ପାଇଁ ନ୍ୟାୟ ମାଗିଛନ୍ତି। ସେ କହିଛନ୍ତି, “ମୁଁ ତାକୁ ଅତ୍ୟନ୍ତ ଯତ୍ନର ସହ ବଢ଼ାଇଥିଲି। ସ୍ଥିତି ଯାହା ବି ହେଉ, ସେ ସବୁବେଳେ ଧୈର୍ଯ୍ୟ ଓ ସାହାସର ସହ ଏହାକୁ ମୁକାବିଲା କରୁଥିଲା। ସେ ସବୁ କଥା ମୋତେ କହିଥାଏ। ମୁଁ ଜାଣି ନାହିଁ, ତାହା ସହ କ’ଣ ହୋଇଛି। କିନ୍ତୁ ମୁଁ ନ୍ୟାୟ ଚାହେଁ।”

Bengaluru Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe