Stop Rape
ଘରେ ଛାଡ଼ିଦେବେ କହି ରାସ୍ତାରେ ସମ୍ପର୍କୀୟ ଓ ତାଙ୍କର ଦୁଇ ସାଙ୍ଗ କଲେ ମହିଳାଙ୍କୁ ଦୁଷ୍କର୍ମ। ବୁଧବାର ବିଳମ୍ୱିତ ରାତିରେ ଏପରି ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପ ଥାନା ଅଞ୍ଚଳରେ ଘଟିଛି। ଏନେ ଅଭିଯୋଗ ହେବା ପରେ ପୁଲିସ୍ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପାରାଦୀପ ଥାନା ଅଞ୍ଚଳର ରେଖା(ଛଦ୍ମନାମ) ପରିବାର ସହ ରହୁଥିଲେ। ବୁଧବାର ରାତିରେ କୌଣସି କଥାକୁ ନେଇ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ରେଖା ଘର ଛାଡ଼ି ପଳାଇ ଯାଇଥିଲେ। ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ରେଖାଙ୍କୁ ପାଇନଥିଲେ। ସେପଟେ ରେଖା ଘର ଛାଡ଼ି ପଳାଇ ଯାଉଥିବା ବେଳେ ତାଙ୍କର ଜଣେ ସମ୍ପର୍କୀୟଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ଓ ତାଙ୍କର ଦୁଇ ସାଥୀ ତାଙ୍କୁ(ରେଖା) ବୁଝାସୁଝା କରି ଘରକୁ ଫେରାଇ ଆଣୁଥିଲେ।
ତେବେ ପାରାଦୀପ ଦୋଛକି ନିକଟରେ ଏକ ଘରେ ରେଖାଙ୍କୁ ସେମାନେ ରାତି ସାରା ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ସେଠାରେ ଛାଡ଼ି ପଳାଇ ଯାଇଥିଲେ। ସେହି ରାତିରେ ରେଖା ଏନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଆଜି ରେଖାଙ୍କୁ ଗଣ ଦୁଷ୍କର୍ମ କରିଥିବା ତାଙ୍କ ସମ୍ପର୍କୀୟ ଓ ଦୁଇ ସାଥୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା। ସେପଟେ ରେଖାଙ୍କୁ ଡାକ୍ତରମାଇନା କରିଛି ପୁଲିସ୍।
ରିପୋର୍ଟ- ପାରାଦୀପରୁ ରମାକାନ୍ତ ନାୟକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Stop_Rape_1703565879.jpg)