ପୁଲିସ
ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ହରିୟାଣାର ଫରିଦାବାଦରୁ ଆସିଛି। ଏଠାରେ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଚଳନ୍ତା କାରରେ ଦୀର୍ଘ ଅଢ଼େଇ ଘଣ୍ଟା ଧରି କରାଯାଇଛି ଗଣଦୁଷ୍କର୍ମ। ଏହାପରେ ମହିଳାଙ୍କୁ ଭୋର ସମୟରେ ବିଚ୍ ରାସ୍ତାରେ ଚଳନ୍ତା ଭ୍ୟାନରୁ ଫିଙ୍ଗି ଦେଇଛନ୍ତି ୨ ଯୌନ ପିପାଷୁ।
ପୂରା ଘଟଣା ସୋମବାର ରାତି ଓ ମଙ୍ଗଳବାର ଭୋର ସମୟରେ ଘଟିଛି। ସୋମବାର ରାତିରେ ବିବାହ କରି ସାରିଥିବା ମହିଳା ଜଣଙ୍କ ଘରକୁ ଫେରିବାକୁ ଗାଡ଼ିକୁ ଅପେକ୍ଷା କରିଥିଲେ। ମହିଳାଙ୍କୁ ରାତି ସମୟରେ ଏକାକୀ ଦେଖି ୨ ଜଣ ଯୁବକ ଭ୍ୟାନ ସହ ତାଙ୍କ ପାଖରେ ପହଞ୍ଚିଥିଲେ। ଅଧିକ ରାତି ହୋଇ ଯାଇଥିବାରୁ ସେମାନେ ମହିଳାଙ୍କୁ ଭ୍ୟାନରେ ଘରେ ଛାଡ଼ି ଦେବାର ପ୍ରତିଶ୍ରୁତି ଦେଇଥିଲେ। ମହିଳା ଜଣଙ୍କ ମଧ୍ୟ ଉପାୟ ଶୂନ୍ୟ ହୋଇ ସେମାନଙ୍କ ଗାଡ଼ିରେ ବସିଥିଲେ। ମହିଳା ଜଣଙ୍କ ଗାଡ଼ିରେ ବସିବା କ୍ଷଣୀ ସେମାନେ ତାଙ୍କୁ ଗୁରୁଗ୍ରାମ ରାସ୍ତା ଆଡ଼େ ନେଇ ଯାଇଥିଲେ।
ସେମାନେ ତାଙ୍କୁ ଦୀର୍ଘ ଅଢ଼େଇ ଘଣ୍ଟା କାଳ ଭ୍ୟାନରେ ବୁଲାଇବା ସହ ଦୁଷ୍କର୍ମ(Stop Rape) କରି ଚାଲିଥିଲେ। ମହିଳା ଜଣଙ୍କ ଏହାକୁ ବିରୋଧ କରିବାରୁ ଦୁଇ ନରରାକ୍ଷାସ ତାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲେ। ଅଢ଼େଇ ଘଣ୍ଟା କାଳ ମହିଳାଙ୍କୁ ଚଳନ୍ତା ଭ୍ୟାନରେ ଗଣଦୁଷ୍କର୍ମ କରିବା ପରେ ଦୁଇ ଯୁବକ ଭୋର ପ୍ରାୟ ୩ଟା ବେଳେ ଏସଜିଏମ ନଗର ସ୍ଥିତ ରାଜା ଚୌକରେ ପହଞ୍ଚିଥିଲେ। ସେଠାରେ ମହିଳାଙ୍କୁ ଚଳନ୍ତା ଭ୍ୟାନରୁ ସିଧା ରାସ୍ତାକୁ ଫିଙ୍ଗି ଦେଇଥିଲେ। ଏଥିଯୋଗୁ ମହିଳାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି।
ରାସ୍ତାରେ ମହିଳା ଜଣଙ୍କ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ଭଉଣୀଙ୍କୁ ବାରମ୍ବାର ଫୋନ କରିଥିଲେ। ହେଲେ ରାତି ଅନେକ ହୋଇ ଯାଇଥିବାରୁ ଭଉଣୀ ମଧ୍ୟ ଫୋନ ଉଠାଇ ପାରି ନଥିଲେ। ଶେଷରେ ସେ କଲ ବ୍ୟାକ କରିବାରୁ ପୀଡ଼ିତା ଜଣଙ୍କ ତାଙ୍କୁ ସବୁ କଥା କହିଥିଲେ। ଏହାପରେ ପରିବାର ଲୋକ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ହସ୍ପିଟାଲକୁ ନେଇଥିଲେ। ଡାକ୍ତରମାନେ ୧୦ରୁ ୧୨ଟି ଷ୍ଟିଜ ମହିଳାଙ୍କ ମୁହଁରେ ପକାଇଛନ୍ତି।
ଏବେ ମହିଳାଙ୍କ ଅବସ୍ଥା ସ୍ଥିର ରହିଥିଲେ ହେଁ ସେ ପୂରା ଭୟଭୀତ ଅବସ୍ଥାରେ ରହିଛନ୍ତି। ତେଣୁ ପୁଲିସ ଏଯାଏ ତାଙ୍କ ବୟାନ ରେକର୍ଡ କରିପାରି ନାହିଁ। ମହିଳା ଜଣଙ୍କ ବିବାହିତ ହୋଇଥିବା ବେଳେ ତାଙ୍କର ୩ ଜଣ ପିଲା ରହିଛନ୍ତି। କିନ୍ତୁ ପାରିବାରିକ ବିବାଦ କାରଣରୁ ସେ ଦୀର୍ଘ ମାସ ହେଲା ସ୍ୱାମୀଙ୍କ ଠାରୁ ଅଲଗା ରହୁଥିଲେ।
ପୁଲିସ୍ ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନକୁ ଆଧାର କରି ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଆଧାରରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ବ୍ୟବହାର କରୁଥିବା ଭ୍ୟାନକୁ ମଧ୍ୟ ପୁଲିସ୍ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/31/stop-rape-2025-12-31-12-38-45.jpg)