Advertisment

ଗଣଦୁଷ୍କର୍ମ ପରେ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲି ସାହାଯ୍ୟ ମାଗିଲେ ମହିଳା, କିନ୍ତୁ..

ସେ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲିବୁଲି ଦୀର୍ଘ ଘଣ୍ଟା ଧରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ କେହି ବି ସହଯୋଗର ହାତ ବଢ଼ାଇ ନଥିଲେ।

stop

stop

Advertisment

ଅତ୍ୟନ୍ତ ଭୟଙ୍କର ଓ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଗଣଦୁଷ୍କର୍ମ ପରେ ଉଲଗ୍ନ ଅବସ୍ଥାରେ ବୁଲିଲେ ମହିଳା। ସେ ଉଲଗ୍ନ ଅବସ୍ଥାରେ ଦୀର୍ଘ ଘଣ୍ଟା ଧରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ ମଧ୍ୟ କେହି ବି ତାଙ୍କ କଥା ଶୁଣି ନାହାନ୍ତି। ଏପରି ଏକ ସ୍ପର୍ଶକାତର ଘଟଣା ରାଜସ୍ଥାନର ଭିଲୱାରାରେ ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

Advertisment

ପୀଡ଼ିତାଙ୍କ କହିବା କଥା ଯେ ସେ ଶନିବାର ଚାଲି ଚାଲି ଯାଉଥିବା ବେଳେ ତାଙ୍କୁ ଅଭିଯୁକ୍ତମାନେ ଅପହରଣ କରି ନେଇଥିଲେ। ଏହାପରେ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ପ୍ରଥମେ ତାଙ୍କୁ ମାଡ଼ ମାରିଥିଲେ। ଶେଷରେ ଦୁଇ ଜଣ ଯାକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଘଟଣା ସ୍ଥଳରୁ ସେ କୌଣସି ମତେ ଖସି ଆସିବାକୁ ସକ୍ଷମ ହୋଇଥିଲେ ହେଁ ସେଠାରୁ ନିଜର କପଡ଼ା ଆଣି ପାରି ନଥିଲେ।

ସେ ଉଲଗ୍ନ ଅବସ୍ଥାରେ ରାସ୍ତାରେ ବୁଲିବୁଲି ଦୀର୍ଘ ଘଣ୍ଟା ଧରି ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିନ୍ତୁ ତାଙ୍କୁ କେହି ବି ସହଯୋଗର ହାତ ବଢ଼ାଇ ନଥିଲେ। ସମସ୍ତେ ତାଙ୍କୁ ପାଗଳି ବୋଲି ଭାବି ସାହାଯ୍ୟ କରିବାକୁ ମନା କରି ଦେଇଥିଲେ।

Advertisment

ଭିଲୱାରାର ଅତିରିକ୍ତ ଏସ୍‌ପି ବିମଲ ସିଂହ ନେହରା ଖବର ପାଇ ତୁରନ୍ତ ଗଙ୍ଗାପୁରରେ ପହଞ୍ଚିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏବେ ତଦନ୍ତ ଚାଲିଛି। ଫରେନ୍ସିକ ଟିମ ମଧ୍ୟ ଯାଞ୍ଚ ଆରମ୍ଭ କରିଥିବା ସେ କହିଛନ୍ତି।

ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ଚିହ୍ନି ଥିଲେ। ଘଟଣା ପୂର୍ବରୁ ସେ ତାଙ୍କୁ ଦେଖା କରିବାକୁ ଡାକିଥିଲେ। ହେଲେ ମହିଳା ଜଣଙ୍କ ମନା କରି ଦେଇଥିଲେ। ମହିଳା ଜଣଙ୍କ ସନ୍ଧ୍ୟା ପ୍ରାୟ ୭.୩୦ରେ ଚାଲିବା ପାଇଁ ଘରୁ ବାହାରି ଥିଲେ। ଏତିକି ବେଳେ ତାଙ୍କୁ ବାଇକରେ ଅପହରଣ କରାଯାଇ ଗଣଦୁଷ୍କର୍ମ କରାଯାଇଛି।

ଫରେନ୍ସିକ ଟିମ ଘଟଣା ସ୍ଥଳରୁ ମହିଳାଙ୍କ କାଚର ନମୁନା ଓ ବାଇକ ଜବତ କରିଛି। ଏହାକୁ ଆଧାର କରି ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍‌ କହିଛି।

Rajasthan Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe