Advertisment

ମହିଳାଙ୍କୁ ଗଣ ଦୁଷ୍କର୍ମ କରି ଯୌନାଙ୍ଗରେ ପୂରାଇ ଦେଲେ ମଦ ବୋତଲ!

ଗତକାଲି ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଅଦ୍ୟତନ ହୋଇଛି
Gang Rape

Gang Rape

Advertisment

ମହିଳାଙ୍କୁ ଗଣ ଦୁଷ୍କର୍ମ କରି ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଲେ ଅଭିଯୁକ୍ତ। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ପୁଲିସ l ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉକ୍ତ ମହିଳାଙ୍କ ଘର ବୁଗୁଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କୁ ଗଣ ଦୁଷ୍କର୍ମ କରାଯାଇ ଅଭିଯୁକ୍ତମାନେ ଯୌନାଙ୍ଗରେ ମଦ ବୋତଲ ପୂରାଇ ଦେଇଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। 

Advertisment

ଅଭିଯୋଗ ଅନୁସାରେ, ମଙ୍ଗଳବାର ଅପରାହ୍ଣରେ ପ୍ରାୟ ୪ ଜଣ ଲୋକ ନିଶାଶକ୍ତ ଅବସ୍ଥାରେ ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ନିକଟ ପାହାଡ଼ ନିକଟକୁ ଟେକି ନେଇଥିଲେ। ପରେ ସେଠାରେ ଉକ୍ତ ମହିଳାଙ୍କୁ ଗଣ ଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏଥିସହ ମହିଳାଙ୍କ ଯୌନାଙ୍ଗରେ ଅଭିଯୁକ୍ତମାନେ ମଦ ବୋତଲ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ମହିଳାଙ୍କୁ ଖଇରପଲ୍ଲୀ ଗ୍ରାମ ହ୍ରଦ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ପୁଲିସ ମହିଳାଙ୍କୁ କବିସୂର୍ଯ୍ୟନଗର ମେଡ଼ିକାଲରେ ଭର୍ତ୍ତି କରିଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ କରିଥିବା ଆକ୍ରମଣକାରୀ ବାବନପୁର ଅଞ୍ଚଳର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଏନେଇ ପୁଲିସର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଗଞ୍ଜାଇ ବ୍ୟବସାୟକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି।

Advertisment
Ganjam Gage Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe