Advertisment

ଅପହରଣ ପରେ ଚଳନ୍ତା ବୋଲେରୋରେ ମହିଳାଙ୍କୁ ୭ ଜଣ କଲେ ଗଣ ଦୁଷ୍କର୍ମ

ପୂରା ଘଟଣା ଏପ୍ରିଲ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ମହିଳା ଜଣଙ୍କ ଘର ବାହାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ।

Stop Rape

Stop Rape

Advertisment

ପୁଣି ଗୋଟିଏ ଲଜ୍ଜାଜନକ ଘଟଣା। ମହିଳାଙ୍କ ସହ ଘଟିଛି ସାଂଘାତିକ କାଣ୍ଡ। ରାଜସ୍ଥାନର ଅଲୱାରରେ ଜଣେ ମହିଳାଙ୍କୁ ଅପହରଣ କରାଯିବା ପରେ ୭ ଜଣ ଲୋକ ଚଳନ୍ତା କାର ଭିତରେ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କୁ ୧୧ ଦିନ କାଳ ଗୋଟିଏ ସ୍ଥାନରେ ବନ୍ଦୀ ରଖି ଦେଇଛନ୍ତି ଅକଥନୀୟ ନିର୍ଯାତନା। ଶେଷରେ ମହିଳା ଜଣଙ୍କ ଅଚେତ ହୋଇ ପଡ଼ିବାରୁ ତାଙ୍କୁ ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଫିଙ୍ଗି ଫେରାର ହୋଇଯାଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁନ ୨ରେ ବାଗଡ଼ ତିରାୟା ପୁଲିସ୍‌ ଷ୍ଟେସନରେ ଗୋଟିଏ ଏଫଆଇଆର ରୁଜୁ ହୋଇଛି।

Advertisment

ଅଭିଯୋଗ ଅନୁସାରେ, ପୂରା ଘଟଣା ଏପ୍ରିଲ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ମହିଳା ଜଣଙ୍କ ଘର ବାହାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ। ସେମାନେ ତାଙ୍କୁ ପାନିୟାଲା ରୋଡ ପାଖରେ ଥିବା ଗୋଟିଏ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଆଉ ୪ ଜଣ ଉପସ୍ଥିତ ରହିଥିଲେ। ସମସ୍ତେ ମହିଳାଙ୍କୁ ଗାଡ଼ି ଭିତରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ।

ମହିଳା ଜଣଙ୍କ ବିରୋଧ କରିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କ ମୁହଁକୁ କପଡ଼ାରେ ବନ୍ଦ କରିଦେଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ୧୧ ଦିନ କାଳ ବନ୍ଦୀ ରଖିବା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଓ ବିଭିନ୍ନ ପ୍ରକାରର ନିର୍ଯାତନା ଦେଇ ଚାଲିଥିଲେ। ଅଭିଯୁକ୍ତମାନେ ମହିଳାଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରିବା ସହ ଘଟଣା ସମ୍ପର୍କରେ ପ୍ରଘଟ କଲେ ଏହାକୁ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ।

Advertisment

ପୀଡ଼ିତା ଜଣଙ୍କ କହିଛନ୍ତି, “ଏପ୍ରିଲ ୨୪ ତାରିଖ ରାତିରେ ମୁଁ ହାଲୁକା ହେବାକୁ ଘରୁ ବାହାରିଥିଲି। ମୁଁ ରାସ୍ତାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ବୋଲେରୋରେ ଆସିଥିଲେ ଓ ମୋତେ ଅପହରଣ କରି ନେଇଥିଲେ। ସେମାନେ ମୋତେ ଏମିତି ଏକ ସ୍ଥାନକୁ ନେଇ ଯାଇଥିଲେ ଯେଉଁଠାରେ ଆଉ ୪ ଜଣ ଗାଡ଼ିରେ ବସିଥିଲେ। ୭ ଜଣ ଯାକ ମିଶି ମୋତେ ଚଳନ୍ତା ଗାଡ଼ିରେ ଦୁଷ୍କର୍ମ କରିଥିଲେ। ମୁଁ ଚିତ୍କାର କରିବାରୁ ସେମାନଙ୍କ ମଧ୍ୟରୁ ଜଣେ ମୁହଁରେ କପଡ଼ା ଦେଇ ବନ୍ଦ କରି ଦେଇଥିଲେ। ୨ ଜଣ ଅଭିଯୁକ୍ତ ମୋ ହାତ ଓ ଗୋଡ଼ ବାନ୍ଧି ପକାଇଥିଲେ।

ସେମାନେ ମୋ ମୁଣ୍ଡରେ ବନ୍ଧୁକ ଲଗାଇ ଅପରାଧ ସମ୍ପର୍କରେ କାହାକୁ ନ କହିବାକୁ ଧମକ ଦେଇଥିଲେ। ମାମଲା ରୁଜୁ ହେବା ପରେ ସେମାନେ ଧମକ ଦେବା ଆରମ୍ଭ କରିଛନ୍ତି। ସେମାନେ ମାମଲାକୁ ରଫାଦଫା କରିବାକୁ ୩ ଲକ୍ଷ ଟଙ୍କା ମଧ୍ୟ ଅଫର କରିଛନ୍ତି। ଯଦି ମୁଁ ଟଙ୍କା ନ ନେବି, ତା’ହେଲେ ସେମାନେ ମୋତେ ହତ୍ୟା କରିବାର ଧମକ ବି ଦେଇଛନ୍ତି।”

ମହିଳା ଜଣ ୧୧ ଦିନ କାଳ ନିର୍ଯାତନା ସହି ନ ପାରି ଅଚେତ ହୋଇ ଯାଇଥିଲେ। ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ଘରକୁ ଫେରିଥିଲେ। ପ୍ରଥମେ ସେ ପୁଲିସ୍‌ରେ ଅଭିଯୋଗ କରିବା ପାଇଁ ସାହାସ ଦେଖାଇ ପାରି ନଥିଲେ।

କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ପୁଲିସ୍‌ ପାଖକୁ ଯାଇଥିଲେ ହେଁ ତାଙ୍କ କଥାକୁ କେହି ବି ଶୁଣି ନଥିଲେ। ଶେଷରେ ପୀଡ଼ିତା ଓ ତାଙ୍କ ସ୍ୱାମୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ୍ ଏଫଆଇଆର ରୁଜୁ କରିଛି। ହେଲେ ଏଯାଏ କୌଣସି ଗିରଫଦାରୀ ହୋଇ ନାହିଁ।

Rajasthan Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe