Advertisment

ରାଜଧାନୀରେ ପୁଣି ଲଜ୍ଜା; ଗଣବଳାତ୍କାରର ଶିକାର ହେଲେ ମହିଳା

ଗଣବଳାତ୍କାରର ଶିକାର ହୋଇଥିବା ମହିଳାଜଣଙ୍କୁ ଏନେଇ ଥାନାରେ ଅଭିଯୋଗ ନ କରିବାକୁ ଅଭିଯୁକ୍ତମାନେ ଧମକଚମକ ଦେଉଥିଲେ।

author-image
Niharika Rout
 Rape

Rape

ରାଜଧାନୀ ଦିଲ୍ଲୀରେ ପୁଣି ଘଟିଛି ଲଜ୍ଜାଜନକ ଘଟଣା। ରାଜଧାନୀର ନୋଏଡା ଅଞ୍ଚଳରେ ଜଣେ ୨୬ ବର୍ଷୀୟା ମହିଳା ଗଣବଳାତ୍କାରର ଶିକାର ହୋଇଛନ୍ତି। ଏହି ଘଟଣାରେ ସାମିଲ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ୍‌ ବାନ୍ଧିଥିବା ବେଳେ ୨ ଜଣ ଏବେବି ଫେରାର ଅଛନ୍ତି।

Advertisment

କିଛି ଦିନ ପୂର୍ବେ ଗଣବଳାତ୍କାରର ଶିକାର ହୋଇଥିବା ମହିଳାଜଣଙ୍କୁ ଏନେଇ ଥାନାରେ ଅଭିଯୋଗ ନ କରିବାକୁ ଅଭିଯୁକ୍ତମାନେ ଧମକଚମକ ଦେଉଥିଲେ। ଏପରିକି ଅଭିଯୋଗ କଲେ ମହିଳାଙ୍କ ଭିଡିଓ ଲିକ୍‌ କରିଦେବାର ଧମକ ଦେଉଥିଲେ। ମାତ୍ର ଶେଷରେ ମହିଳାଜଣକ ଏନେଇ ଥାନାରେ ଅଭିଯୋଗ କରିବାରୁ ଗତ ୩୦ ତାରିଖରେ ମାମଲା ରୁଜୁ ହୋଇଥିଲା।

ଏହାପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୨ ଜଣ ଏବେବି ଫେରାର ଅଛନ୍ତି। ପୁଲିସ୍‌ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

Advertisment
Delhi Gang Rape