Advertisment

ସାପ ଚୋଟରେ ନେଲେ ପୂର୍ବତନ ପ୍ରେମିକର ଜୀବନ; ପ୍ରେମିକା ଫେରାର, ବନ୍ଧା ହେଲା ସାପୁଆ କେଳା

ଯାହା ସହ ପ୍ରେମରେ ମାତି ଏକାଠି ଜୀବନ ବିତାଇବାର ସ୍ୱପ୍ନ ଦେଖିଥିଲେ, ସିଏ ବି କଣ୍ଟା ସଦୃଶ ଅନୁଭବ ହେଲା। ଫଳରେ ଏପରି କଣ୍ଟାକୁ ନିଜ ରାସ୍ତାରୁ ହଟାଇବାକୁ ଯୁବତୀ ବିଛାଇଲେ ଜାଲ।

undefined

Lovers

Advertisment

ପୁରୁଣା ପ୍ରେମିକକୁ ଛାଡ଼ି ନୂତନ ପ୍ରେମରେ ପଡ଼ିଥିବା ଯୁବତୀ ରଚିଲେ ସାଂଘାତିକ ଷଡଯନ୍ତ୍ର। ଯାହା ସହ ପ୍ରେମରେ ମାତି ଏକାଠି ଜୀବନ ବିତାଇବାର ସ୍ୱପ୍ନ ଦେଖିଥିଲେ, ସିଏ ବି କଣ୍ଟା ସଦୃଶ ଅନୁଭବ ହେଲା। ଫଳରେ ଏପରି କଣ୍ଟାକୁ ନିଜ ରାସ୍ତାରୁ ହଟାଇବାକୁ ଯୁବତୀ ବିଛାଇଲେ ଜାଲ। ଏଥିନିମନ୍ତେ ଜଣେ ସାପୁଆ କେଳାକୁ ହାତ କରି ସାପ ଚୋଟରେ ନେଇଗଲେ ନିଜ ପୂର୍ବତନ ପ୍ରେମିକର ଜୀବନ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଉତ୍ତରାଖଣ୍ଡର ନୈନିତାଲରେ ଘଟିଛି। ମୃତକ ହେଲେ ୩୨ ବର୍ଷୀୟ ବ୍ୟବସାୟୀ ଅଙ୍କିତ ଚୌହାନ ।

Advertisment

ଅଙ୍କିତଙ୍କ ମୃତଦେହ ତାଙ୍କ କାର୍‌ର ପଛ ସିଟ୍‌ରୁ ଉଦ୍ଧାର ହୋଇଥିବା ବେଳେ ଅଣନିଶ୍ୱାସୀ ହୋଇ ତାଙ୍କ ଜୀବନ ଚାଲି ଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲ। ମାତ୍ର ବ୍ୟବଚ୍ଛେଦ ରିପୋର୍ଟକୁ ଦେଖି ପୁଲିସ୍‌ର ମୁଣ୍ଡ ଘୂରାଇଦେଲା। କାରଣ ବ୍ୟବଚ୍ଛେଦ ରିପୋର୍ଟରେ ସାପ କାମୁଡ଼ାରେ ଅଙ୍କିତଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିଲା। ଏପରିକି ଅଙ୍କିତଙ୍କ ଗୋଡ଼ରେ ସାପ କାମୁଡ଼ା ଚିହ୍ନ ବି ସ୍ପଷ୍ଟ ଭାବେ ଦେଖା ଯାଇଥିଲ।

ଏହାପରେ ପୁଲିସ୍‌ ପୁଣି ଥରେ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥର ପୁଲିସ୍‌ ଆଖପାଖ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ସହ ଅଙ୍କିତ୍‌ଙ୍କ ଫୋନ୍‌ର କଲ୍‌ ଡିଟେଲ୍ସ ଯାଞ୍ଚ କରିଥିଲ। କଲ୍‌ ଡିଟେଲ୍ସରୁ ଅଙ୍କିତ ମାହି ଆର୍ଯ୍ୟ ନାମ୍ନୀ ଯୁବତୀଙ୍କୁ ବାରମ୍ବାର ଫୋନ୍‌ କରିଥିବା ଜଣାପଡ଼ିଲା।

Advertisment

ଏହାପରେ ସିସିଟିଭିରୁ ଅଙ୍କିତ କାର୍‌ ଭିତରେ ଥିବା ବେଳେ ଜଣେ ସାପୁଆ କେଳା ତାଙ୍କ କାର୍‌ ନିକଟରେ ଏକ ସାପ ଛାଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଖୋଜ ଖବର କରି ସାପୁଆ କେଳା ରମେଶ ନାଥକୁ ଧରିବାରେ ସକ୍ଷମ ହୋଇଥିଲା। ତାଙ୍କୁ ପଚଚରାଉଚରା ବେଳେ ସେ ସବୁ ସତ କଥା ମାନି ଯାଇଥିଲେ। ଏପରିକି ନିଜ ବୟଫ୍ରେଣ୍ଡଙ୍କୁ ମାରିବାକୁ ମାହି ତାଙ୍କ ସହ ଯୋଗାଯୋଗ କରିଥିବା ବେଳେ ୧୦ ହଜାର ଟଙ୍କା ବି ଦେଇଥିବା ସେ କହିଥିଲେ।

ଏନେଇ ମୃତ ଅଙ୍କିତଙ୍କ ଭଉଣୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ନିଜ ଭାଇର ମୃତ୍ୟୁ ପାଇଁ ତା’ଙ୍କ ଗାର୍ଲଫ୍ରେଣ୍ଡ ମାହି ଓ ତାଙ୍କର ବର୍ତ୍ତମାନର ବୟଫ୍ରେଣ୍ଡ ଦୀପକ କନ୍ଦପଲଙ୍କୁ ଦାୟୀ କରିଥିଲେ।

ପୁଲିସ୍‌ ବର୍ତ୍ତମାନ ଉଭୟ ମାହି ଓ ଦୀପକଙ୍କୁ ଖୋଜାଖୋଜି କରୁଥିବା ବେଳେ ସେମାନେ ନେପାଳକୁ ଖସି ଯାଇଥିବା ଜଣାଯାଇଛି। ଉଭୟଙ୍କୁ ଧରିବାକୁ ୨ଟି ଟିମ୍‌ ଗଠନ କରାଯାଇଥିବା ନୈନିତାଲ ଏସ୍‌ପି କହିଛନ୍ତି।

Murder Love Betrayal Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe