Advertisment

ହ୍ୟାଣ୍ଡସମ ଦେଖା ଯାଉ ନଥିବା ସ୍ୱାମୀଙ୍କୁ ଜାଳି ଦେଇଥିଲେ ପତ୍ନୀ, କିନ୍ତୁ..

ବରେଲୀ ଅଞ୍ଚଳରେ ରହୁଥିବା ପ୍ରେମଶ୍ରୀ କୁରହ ଫତେଗଡ଼ ଅନ୍ତର୍ଗତ ବିଚେତାରେ ରହୁଥିବା ସତ୍ୟବୀର ସିଂହଙ୍କୁ ବିବାହ କରିଥିଲେ

author-image
Hemant Lenka
Court

Court

ସ୍ୱାମୀଙ୍କୁ ଜୀବନ୍ତ ପୋଡ଼ି ହତ୍ୟା କରିବା ଘଟଣାରେ ପତ୍ନୀଙ୍କୁ ମିଳିଛି ଆଜୀବନ ଜେଲଦଣ୍ଡ। ସ୍ୱାମୀ କଳା ଓ ଅସୁନ୍ଦର ଦେଖାଯାଉଥିବାରୁ ପତ୍ନୀ ଜଣଙ୍କ ତାଙ୍କୁ ୪ ବର୍ଷ ତଳେ ପୋଡ଼ି ମାରି ଦେଇଥିଲେ।

Advertisment

ଏବେ ଅଭିଯୁକ୍ତ ୨୬ ବର୍ଷୀୟ ପତ୍ନୀଙ୍କୁ ଉତ୍ତର ପ୍ରଦେଶର ବରେଲୀ ସ୍ଥିତ ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ୪ ବର୍ଷ ତଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ସେହି ସମୟରେ ତାଙ୍କର ବୟସ ୨୨ ଥିଲା। ଏବେ ସେ ୨୬ ବର୍ଷ ବୟସରେ ପହଞ୍ଚି ଗଲେଣି।

ବରେଲୀ ଅଞ୍ଚଳରେ ରହୁଥିବା ପ୍ରେମଶ୍ରୀ କୁରହ ଫତେଗଡ଼ ଅନ୍ତର୍ଗତ ବିଚେତାରେ ରହୁଥିବା ସତ୍ୟବୀର ସିଂହଙ୍କୁ ବିବାହ କରିଥିଲେ। ୨୦୧୭ରେ ଉଭୟଙ୍କ ବିବାହ ହୋଇଥିଲା। ତେବେ ସତ୍ୟବୀରଙ୍କ ରଙ୍ଗ କଳା ଥିବାରୁ ପ୍ରଥମ ଦିନରୁ ହିଁ ପ୍ରେମଶ୍ରୀ ତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ। ଏପରି କି ତାଙ୍କ ଠାରୁ ଛାଡ଼ପତ୍ର ମାଗିଥିଲେ।

Advertisment

ଦୁଇ ଜଣଙ୍କ ମଧ୍ୟରେ ପଡ଼ୁ ନଥିଲେ ମଧ୍ୟ ସତ୍ୟବୀର ବିବାହ ସମ୍ପର୍କକୁ ଅତୁଟ ରଖିଥିଲେ। ୨୦୧୮ ନଭେମ୍ବର ମାସରେ ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ। ତଥାପି ପ୍ରେମଶ୍ରୀ ସବୁବେଳେ ସତ୍ୟବୀର ହ୍ୟାଣ୍ଡସମ ନ ଥିବାରୁ ତାଙ୍କୁ ତାଚ୍ଛଲ୍ୟ କରୁଥିଲେ। ତାଙ୍କୁ ଘୃଣା କରିବାକୁ ମଧ୍ୟ ପଛାଉ ନଥିଲେ।

ଏସବୁ ଭିତରେ ୨୦୧୯ ମସିହା ଏପ୍ରିଲ ୧୫ ପ୍ରେମଶ୍ରୀ ଘଟାଇଥିଲେ ଜଘନ୍ୟକାଣ୍ଡ। ସତ୍ୟବୀର ଶୋଇଥିବା ବେଳେ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ୧୬ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସତ୍ୟବୀରଙ୍କ ଭାଇ ହରବୀର ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ପ୍ରେମଶ୍ରୀ ଗିରଫ ହୋଇଥିଲେ। ମୃତ୍ୟୁକାଳୀନ ଜମାନବନ୍ଦୀରେ ସତ୍ୟବୀର ତାଙ୍କ ଅବସ୍ଥା ପାଇଁ ପତ୍ନୀ ପ୍ରେମଶ୍ରୀଙ୍କ ଦାୟୀ କରିଥିଲେ। ମୋରଦାବାଦ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ସତ୍ୟବୀର ତାଙ୍କ ବୟାନରେ କହିଥିଲେ ଯେ “ମୁଁ ମୋ ପତ୍ନୀଙ୍କୁ ତାଙ୍କ ବାପ ଘରକୁ ଦିନକ ତଳେ ନେଇଥିଲି। ପ୍ରେମଶ୍ରୀ ମୋତେ ପସନ୍ଦ କରନ୍ତି ନାହିଁ ଓ ମୋ ସହ ରହିବାକୁ ଚାହୁଁ ନଥିବା ସେଠାରେ ମୋତେ କୁହାଯାଇଥିଲା।

ଏକଥା ଶୁଣିବା ପରେ ସେହି ଦିନ ରାତିରେ ମୁଁ ଘରକୁ ଚାଲି ଆସିଥିଲୀ। ପରଦିନ ସକାଳେ ମୁଁ ଶୋଇଥିବା ବେଳେ ମୋ ପତ୍ନୀ ମୋ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ବାହାଘର ପରଠାରୁ ହିଁ ମୋ ପତ୍ନୀ ମୋତେ ପସନ୍ଦ କରୁ ନଥିଲେ।

ମୋ ଚେହେରା ତାଙ୍କୁ ପସନ୍ଦ ନଥିଲା। ଏଥିପାଇଁ ସେ ସବୁବେଳେ ମୋ ସହ ଝଗଡ଼ା କରୁଥିଲେ। ମୋ ରଙ୍ଗ କଳା ହୋଇଥିବାରୁ ସେ ମୋତେ ଛାଡ଼ପତ୍ର ମାଗିଥିଲେ। ଯଦି ମୁଁ ତାଙ୍କୁ ଛାଡ଼ ପତ୍ର ନ ଦେବି, ସେ ମୋତେ ପୋଡ଼ି ମାରି ଦେବାର ଧମକ ମଧ୍ୟ ଦେଇଥିଲେ। ସତକୁ ସତ ସେ ଏବେ ମୋତେ ପୋଡ଼ି ଦେଇଛନ୍ତି।” ନିଜର ବୟାନ ରଖିବା ପରେ ସତ୍ୟବୀର ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ।

ପୁଲିସ୍‌ ୨୦୨୧ରେ ପ୍ରେମଶ୍ରୀଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରିଥିଲା। କୋର୍ଟରେ ଶୁଣାଣି ବେଳେ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। କୋର୍ଟ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ପ୍ରେମଶ୍ରୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।

Uttar Pradesh Crime