Advertisment

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା ଅଭିଯୋଗ

ଗତକାଲି ସନ୍ଧ୍ୟାରେ ପରିବାର ଲୋକେ ମକର ମେଳା ଦେଖିବାକୁ ଯାଇଥିଲେ। ମହିଳା ଜଣଙ୍କ ଘରେ ଏକା ଥିଲେ।

author-image
Tapaswini Nayak
undefined

Deadbody

ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦିଅର ଓ ପୁତୁରା ମିଶି ହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଲହଣ୍ଡାକୋଚା ଗ୍ରାମରେ ଏଭଳି ଘଟଣା ଘଟିଛି।

Advertisment

ଗତକାଲି ସନ୍ଧ୍ୟାରେ ପରିବାର ଲୋକେ ମକର ମେଳା ଦେଖିବାକୁ ଯାଇଥିଲେ। ମହିଳା ଜଣଙ୍କ ଘରେ ଏକା ଥିଲେ। ପରିବାର ଲୋକେ ରାତିରେ ଘରକୁ ଫେରିଲା ବେଳେ ମହିଳାଙ୍କ ରକ୍ତଜୁଡ଼ୁବଡୁ ମୃତଦେହ ଘରେ ପଡ଼ିଥିଲା।

ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥା ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାହାଣୀ ସନ୍ଦେହରେ ଦିଅର ଓ ପୁତୁରା ହତ୍ୟା କରିଥିବା ମହିଳାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। 

Advertisment

ଦିଅରଙ୍କ ପରିବାର ଲୋକଙ୍କର ଦେହ ଖରାପ ରହୁଥିଲା। ସେମାନେ ମହିଳାଙ୍କୁ ଡାହାଣୀ ବୋଲି ଭାବୁଥିଲେ। ଏଥିପାଇଁ  ମହିଳା ହତ୍ୟା କରାଯାଇଥିବା ସୂଚନା ରହିଛି।ପୁଲିସ ଘଟଣାର ତଦନ୍ତ କରୁଛି।  ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତ ମହିଳାଙ୍କ ଦିଅର ଓ ପୁତୁରା ଫେରାର ଥିବା ଜଣାଯାଇଛି। 

Mayurbhanj