Advertisment

ହାଣ୍ଡିଆ ନ ଦେବାରୁ ମହିଳାଙ୍କୁ ହତ୍ୟା

ଘସିପୁରା ଥାନା ପୁଲିସ ଓ ଓସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Murder

Murder

Advertisment

ହାଣ୍ଡିଆ ଆଣି ନ ଦେବାରୁ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସାଲେକ ହେମ୍ବ୍ରମ।

Advertisment

ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଗାଁର ଏକ ଭୋଜିକୁ ଯାଇଥିଲେ। ଘରେ ସାଲେକ ଓ ତାଙ୍କୁ ଶାଶୁ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲେକଙ୍କୁ ହାଣ୍ଡିଆ ମାଗିଥିଲେ। ସାଲେକ ହାଣ୍ଡିଆ ଦେବାକୁ ମନା କରିଥିଲେ। ବ୍ୟକ୍ତି ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ସାଲେକଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରିଥିବା ତାଙ୍କ ଶାଶୁ ଅଭିଯୋଗ କରିଛନ୍ତି।

ଘସିପୁରା ଥାନା ପୁଲିସ ଓ ଓସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି। ତେବେ ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ସାଲେକଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ି ନାହିଁ।  ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Advertisment
Odisha Police Murder Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe