ଆଇଆଇସିଙ୍କୁ ନିର୍ଧୂମ ପିଟିଲେ ଜୁଆଡି; ଦୋକାନ ଘରେ କଲେ ବନ୍ଦୀ

ପ୍ରାୟ ଏକ ଘଣ୍ଟା ଧରି ଆଇଆଇସି ଦୋକାନ ଭିତରେ ବନ୍ଦ ହୋଇ ରହିଥିବା ସୂଚନା ରହିଛି।

Balasore PhotoOR

ଆଇଆଇସି ଚମ୍ପାବତୀ ସୋରେନ

Tapaswini Nayak
  • Published: Monday, 19 February 2024
  • Updated: 19 February 2024, 02:56 PM IST

Sports

Latest News

ଜୁଆ ଖେଳ ବନ୍ଦ କରିବା ମହିଳା ଆଇଆଇସିଙ୍କୁ ପଡ଼ିଲା ମହଙ୍ଗା। ଜୁଆଡ଼ିମାନେ ଆଇଆଇସିଙ୍କୁ ନିର୍ଧୂମ ମାଡ଼ ମାରିବା ସହ ଦୋକାନ ଭିତରେ ଏକ ଘଣ୍ଟା ଧରି କରିଦେଲେ ବନ୍ଦୀ। ପରେ ପୁଲିସ ଟିମ୍ ପହଞ୍ଚି ଆଇଆଇସିଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ। ଏହି ଘଟଣାରେ ପୁଲିସ ୨୦ ଜଣଙ୍କୁ ଅଟକ ରଖିଛି।  

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ଉଦୟପୁର ଗାଁରେ ଥିବା ଏକ ଦୋକାନରେ ଜୁଆ ଖେଳ ଚାଲିଥିବା ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତୀ ସୋରେନ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ଡ୍ରାଇଭରକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏତେ ରାତିରେ ଏଠି କ’ଣ ହେଉଛି, ଶୀଘ୍ର ଦୋକାନ ବନ୍ଦ କର ବୋଲି ଜୁଆଡ଼ି ମାନଙ୍କୁ କହିଥିଲେ। ଏହି କଥାକୁ ନେଇ ଆଇଆଇସି ଓ ଜୁଆଡିଙ୍କ ମଧ୍ୟରେ ବଚସା ହେବା ସହ ଠେଲାପେଲା ହୋଇଥିଲା। ପରେ ଜୁଆଡ଼ିମାନେ ଆଇଆଇସିଙ୍କୁ ଦୋକାନ ଭିତରେ ପୂରାଇ ବନ୍ଦ କରିଦେଇଥିଲେ।

Also Read

ଆଇଆଇସିଙ୍କ ସାଙ୍ଗରେ ଯାଇଥିବା ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ ଜୁଆଡିମାନେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଆଇଆଇସି ଘଟଣା ସଂପର୍କରେ ଫୋନ ଯୋଗେ ଥାନାକୁ ଜଣାଇଥିଲେ। ଚନ୍ଦନେଶ୍ୱର ଫାଣ୍ଡି ଓ ଭୋଗରାଇ ଥାନା ପୁଲିସ ପହଞ୍ଚି ଆଇଆଇସିଙ୍କୁ ଉଦ୍ଧାର କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଆଇଆଇସି ଦୋକାନ ଭିତରେ ବନ୍ଦ ହୋଇ ରହିଥିବା ସୂଚନା ରହିଛି।

ପୁଲିସ ଏହି ଘଟଣାରେ ୨୦ ଜଣଙ୍କୁ ଅଟକ ରଖଛି। ଏହାସହ କୌଣସି ବିଶୃଙ୍ଖଳା ପରିସ୍ଥିତି  ନ ଘଟିବା ପାଇଁ ଉଦୟପୁର ଗାଁରେ ଏକ ପ୍ଲାଟୁନ ପୁଲିସ  ମୁତୟନ କରାଯାଇଛି।  ଅଧିକାଂଶ ଲୋକ ଗାଁ ଛାଡ଼ି ଭୟରେ ପଳାଇଥିବା ସୂଚନା ମିଳିଛି। ଗାଁ ଏକପ୍ରକାର ଜନଶୂନ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି।

 ଜଳେଶ୍ୱର ଏସଡିପିଓ ଦିଲୀପ ସାହୁ କହିଛନ୍ତି, ଗତକାଲି ରାତିରେ ଏହି ଘଟଣା ଘଟିଛି।  ଘଟଣାବିଷୟରେ ଖବର ପାଇବା ପରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲି। ଘଟଣା ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story