Advertisment

କପିଲ ଶର୍ମା ଶୋ'ରେ ଅଡ଼ିଶନ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ

ମୁମ୍ବାଇର ଅଭିଯୁକ୍ତ ଆନନ୍ଦ ସିଂହକୁ ଗିରଫ କରିଛି ପୁଲିସ।

author-image
Debibandita Barick
Representative Image

Representative Image

ଲୋକପ୍ରିୟ ଟକ୍ ଶୋ - ଦି କପିଲ୍ ଶର୍ମା ଶୋ'ରେ କାମ ଦେବା ବାହାନାରେ ୨୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ମୁମ୍ବାଇ ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। 

Advertisment

ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଆନନ୍ଦ ସିଂହ ଏବଂ ଯୁବତୀ କିଛି ଦିନ ପୂର୍ବରୁ ସୋଶାଲ ମିଡିଆ ଜରିଆରେ ଭେଟିଥିଲେ। ଆନନ୍ଦ ଯୁବତୀଙ୍କୁ କହିଥିଲେ ଯେ, ତାଙ୍କର ଟିଭି ଇଣ୍ଡଷ୍ଟ୍ରିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ଚିହ୍ନାଜଣା ଅଛି। ସେ ଚାହିଁଲେ ଦି କପିଲ ଶର୍ମା ଶୋ'ରେ ମଧ୍ୟ ତାଙ୍କୁ ଚାକିରି କରାଇଦେବେ।

ଯୁବତୀ ଜଣକ ମଧ୍ୟ ତାଙ୍କ କଥାରେ ବିଶ୍ୱାସ କରିନେଇଥିଲେ। କପିଲ ଶର୍ମା ଶୋ'ରେ କାମ କରିବା ପାଇଁ ତାଙ୍କୁ ଏକ ଅଡିସନ ଦେବାକୁ ପଡିବ। ଯଦି ଅଡିସନ ଭଲ ହୁଏ ତେବେ ତାଙ୍କୁ ସିଲେକ୍ଟ କରାଯିବ କହି ପାଲଘର ଜିଲ୍ଲାର ନିଜ ଘରକୁ ଡାକିଥିଲେ ଆନନ୍ଦ। ସେଠାରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। 

Advertisment

ଏନେଇ ଅଯଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଆନନ୍ଦ ସିଂହକୁ ଗିରଫ କରିଛି। ଆନନ୍ଦକୁ କୋର୍ଟରେ ହାଜର କରିବା ପରେ ପୁଲିସ ହେପାଜତକୁ ନେଇ ଅଧିକ ତଦନ୍ତ କରୁଛି। 

Mumbai Police Mumbai Rape Case Kapil Sharma's Show