Advertisment

ପାରିବାରିକ କଳହର ଉଗ୍ର ରୂପ; ୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ମହିଳା

ପତିପତ୍ନୀଙ୍କ କଳହ ନେଲା ଉଗ୍ର ରୂପ । ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ମହିଳାଜଣକ ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ।

author-image
Niharika Rout
Rescue

Rescue

ପତିପତ୍ନୀଙ୍କ କଳହ ନେଲା ଉଗ୍ର ରୂପ । ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ମହିଳାଜଣକ ୯ ମାସର ଝିଅକୁ କୋଳରେ ଧରି ଖରସ୍ରୋତା ନଦୀକୁ ଡେଇଁ ପଡ଼ିଲେ। ଏହାଦେଖି ସ୍ୱାମୀଜଣକ ବି ନଦୀକୁ ଡେଇଁ ପଡ଼ିଲେ। ବାପା, ମା’ ଝିଅ ମଝି ନଦୀରେ ଉବୁଟୁବୁ ହେଉଥିବା ବେଳେ ସ୍ଥାନୀୟ ଲୋକେ ସାଜିଲେ ଦେବଦୂତ । ସେମାନେ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆଜି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି।

Advertisment

ଆଳି ଥାନା ଅନ୍ତର୍ଗତ ଖନ୍ଦୋଳ ଗାଁର ଯୁବକଜଣକ ନିଜ ପତ୍ନୀ ଓ କୁନି ଝିଅ ସହ ଶ୍ୱଶୁର ଘର ନିକଟସ୍ଥ ଡାଳିକାଏନ୍ଦା ଗାଁକୁ ଯାଇଥିଲେ। ସେଠାରୁ ଆଜି ସମସ୍ତେ ନିଜ ଗାଁକୁ ଅଟୋ ଯୋଗେ ଫେରୁଥିଲେ। ମାତ୍ର ଅଟୋରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ହେଉଥିବା ବେଳେ ତାହା କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।

ଅଟୋଟି ଖରସ୍ରୋତା ନଦୀ ବ୍ରିଜ ଉପରେ ଯାଉଥିବା ବେଳେ ଅତିଷ୍ଠ ହୋଇ ପଡ଼ିଥିବା ମହିଳାଜଣକ ଅଟୋକୁ ଅଟକାଇଥିଲେ। ଏହାପରେ ସେ ନିଜ ଝିଅକୁ ଧରି ବ୍ରିଜ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଏହାଦେଖି ବ୍ୟକ୍ତିଜଣକ ମଧ୍ୟ ତୁରନ୍ତ ତଳକୁ ଡେଇଁଥିଲେ।

Advertisment

ଉଭୟ ସ୍ୱାମୀସ୍ତ୍ରୀ ପାଣିରେ ଭାସୁଥିବା ବେଳେ ପିଲାଟିକୁ ଟେକିକି ଧରିଥିଲେ। ସ୍ଥାନୀୟ ଲୋକେ ଏହାଦେଖି ତୁରନ୍ତ ଏକ ଡଙ୍ଗା ସାହାଯ୍ୟରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସଙ୍ଗେସଙ୍ଗେ ସମସ୍ତଙ୍କୁ ଆଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ପିଲା ଓ ମା’ର ସ୍ୱାସ୍ଥ୍ୟ ଠିକ୍‌ ଦେଖି ଜଣାଯାଇଛି। ଏହାପରେ ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ମା’ ଓ ପିଲାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇ ଯାଇଥିବା ଜଣାଯାଇଛି।

ରଜତ କୁମାର ପାତ୍ର, ମେଡ଼ିକାଲ ଅଫିସର, ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ରଜତ କୁମାର ପାତ୍ର କହିଛନ୍ତି, ପିଲାଟି ସୁସ୍ଥ ଅଛି। ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ତାକୁ କେନ୍ଦ୍ରାପଡ଼ା ମେଡିକାଲ ନେଇଛନ୍ତି ।

ଏହି ପାରିବାରିକ କଳହ ପଛର କାରଣ ଜଣାପଡ଼ିନି।

Kendrapada Family Dispute