Advertisment

ମହାନଦୀକୁ ଡେଇଁ ପଡ଼ିଲେ ଯୁବତୀ

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି।

author-image
Jitendra Garnayak
Mahanadi

Mahanadi

ସମ୍ବଲପୁରର ଚାଉଁରପୁର ପୋଲରୁ ମହାନଦୀକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବତୀ। ତାଙ୍କ ପରିଚୟ ମିଳିନି। ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଛି। ସୂରଜ ମେହେର ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବ୍ରିଜ୍‌ର ଗୋଟିଏ ମୁଣ୍ଡରୁ ଜଣେ ଯୁବତୀ ନଦୀକୁ ଡେଇଁ ପଡ଼ିଥିଲେ। ପ୍ରଥମେ ଆମେ ଜାଣିପାରିଲୁ ନାହିଁ ଯେ ଯୁବକ କି ଯୁବତୀ ଡେଇଁଛନ୍ତି। ଆମେ ଦୌଡ଼ି ସେହି ସ୍ଥାନକୁ ଆସିବା ପରେ ଜାଣିଲୁ ଯେ ଜଣେ ଯୁବତୀ ଡେଇଁ ପଡ଼ିଛନ୍ତି। କେବଳ ତାଙ୍କ ମୁଣ୍ଡଟି ଦେଖାଯାଉଥିଲା। ସେତେବେଳେ ବ୍ରିଜ୍‌ ଉପରେ ଆମେ ମାତ୍ର ତିନି ଜଣ ଲୋକ ଥିଲୁ। ଯୁବତୀ ଜଣଙ୍କ ନଦୀ ସ୍ରୋତରେ ଭାସି ଯାଇଥିଲେ।

ଆଉ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଲାଗୁଥିଲା ଯୁବତୀ ଜଣଙ୍କ ନଦୀକୁ ଡେଇଁବା ପରେ ବଞ୍ଚିବା ପାଇଁ ଚାହୁଁଥିଲେ। ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଆମେ ତାଙ୍କୁ ଦେଖିପାରୁଥିଲୁ। କେବଳ ତାଙ୍କ ମୁଣ୍ଡଟି ଦେଖାଯାଉଥିଲା।

Advertisment

ସୂଚନାଯୋଗ୍ୟ, ଏବେ ହୀରାକୁଦ ଡ୍ୟାମର ୧୦ଟି ଗେଟ୍ ଖୋଲା ଥିବାରୁ ଏବେ ମହାନଦୀରେ ଅଧିକ ଜଳ ପ୍ରବାହିତ ହେଉଛି।

Drowning Drown Case Drowning Death