ସ୍ୱାମୀଙ୍କୁ ଛାଡ଼ି ଲିଭ୍‌ଇନ୍‌ରେ ରହିଥିଲେ, ବାହା ହେବା ପୂର୍ବରୁ ଶ୍ମଶାନରୁ ମିଳିଲା ମୃତଦେହ

ଚାକିରି କରୁଥିବା ବେଳେ ନିଜ ଅଞ୍ଚଳର ପ୍ରଶାନ୍ତ ବେହେରାଙ୍କ ସହ ବର୍ଷାଙ୍କର ଦେଖା ହୋଇଥିଲା। ତା’ପରେ ଉଭୟ ନିକଟତର ହୋଇଥିଲେ। ଏପରିକି ବାହା ହେବା ପାଇଁ ନିଷ୍ପତ୍ତି ନେଇ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିଲେ।

Ganjam PhotoOR

ମୃତ ବର୍ଷା(ଫାଇଲ ଫଟୋ)

Manoranjan Sial
  • Published: Wednesday, 02 August 2023
  • Updated: 02 August 2023, 09:48 PM IST

ସ୍ୱାମୀଙ୍କୁ ଛାଡ଼ି ଲିଭ୍‌ଇନ୍‌ରେ ରହିଥିଲେ। ଭାବିଥିଲେ ବାହା ହୋଇ ଘର ସଂସାର ଗଢ଼ିବେ। ହେଲେ ହାତଗଣ୍ଠି ପଡ଼ିବା ଆଗରୁ ଶ୍ମଶାନରୁ ମିଳିଲା ବର୍ଷାଙ୍କ ମୃତଦେହ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପ୍ରେମିକଙ୍କ ଖୋଜଖବର ନଥିବା ବେଳେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏହି ହତ୍ୟାକାଣ୍ଡରେ ପ୍ରେମିକଙ୍କ ହାତଥିବା ଅଭିଯୋଗ ହେଉଛି।

ପାଟପୁର ଥାନା ଜୟନଗର ଗାଁର ବର୍ଷା ରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ଔରଷରୁ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ହଠାତ୍‌ କଣ ହେଲା କେଜାଣି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥିଲା। ଯେଉଁଥିପାଇଁ କଥା ଛାଡପତ୍ର ପର୍ଯ୍ୟନ୍ତ ଯାଇଥିଲା। ଏପରିକି କୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ ମଧ୍ୟ କରାଯାଇଥିଲା। ଏହା ପରେ ବର୍ଷା ଓ ତାଙ୍କ ସ୍ୱାମୀ ଅଲଗା ଅଲଗା ରହୁଥିଲେ। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ବର୍ଷା ଶେରଗଡ଼ଠାରେ ହୋଟେଲ ମେନେଜମେଣ୍ଟ ସ୍କୁଲରେ ପାଠ ପଢ଼ିଥିଲେ। ପାଠ ପଢ଼ା ସରିବା ପରେ ସେ ହାଇଦ୍ରାବାଦ ପଳାଇଯାଇଥିଲେ। ସେଠାରେ ସେ ଏକ ହୋଟେଲ୍‌ରେ ଚାକିରି କରୁଥିଲେ।

ଚାକିରି କରୁଥିବା ବେଳେ ନିଜ ଅଞ୍ଚଳର ପ୍ରଶାନ୍ତ ବେହେରାଙ୍କ ସହ ବର୍ଷାଙ୍କର ଦେଖା ହୋଇଥିଲା। ତା’ପରେ ଉଭୟ ନିକଟତର ହୋଇଥିଲେ। ଏପରିକି ବାହା ହେବା ପାଇଁ ନିଷ୍ପତ୍ତି ନେଇ ଲିଭ୍‌ ଇନ୍‌ ରିଲେସନସିପରେ ରହୁଥିଲେ। ଘଟଣା ସମ୍ପର୍କରେ ବର୍ଷା ନିଜ ଭାଇ ବିକାଶଙ୍କୁ ଓ ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ଦିନ ଧରି ରିଲେସନ୍‌ସିପ୍‌ରେ ରହିବା ପରେ ବିବାହ ପାଇଁ କହିଥିଲେ ବର୍ଷା। ଏଥିସରେ ପ୍ରଶାନ୍ତ ରାଜି ହୋଇଥିଲେ। ହେଲେ ପ୍ରଶାନ୍ତଙ୍କ ଘର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଦୀର୍ଘ ଦିନର ରିଲେସନ୍‌ସିପ୍‌ ଭାଙ୍ଗିବାକୁ ବସିଥିଲା। କିନ୍ତୁ ବର୍ଷା ଥିଲେ ନଛୋଡ୍‌ବନ୍ଧା। ସେ ଏନେଇ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

Also Read

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଉଭୟ ପକ୍ଷଙ୍କୁ ଡାକି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲା। ବହୁ ବୁଝାବୁଝି ପରେ ବିବାହ କରିବା ସର୍ତ୍ତରେ ଦୁଇ ପରିବାର ରାଜି ହୋଇଥିଲେ। ଏହା ପରେ ଥାନାକୁ ଆସିଥିଲେ ବର୍ଷା ଓ ପ୍ରଶାନ୍ତ। ମିଳାମିଶା ପରେ ପ୍ରଶାନ୍ତଙ୍କ ସହ ବର୍ଷା ଯାଇଥିଲେ। ତା’ପରଠାରୁ ବର୍ଷାଙ୍କ ଖୋଜଖବର ନଥିଲା। ପରିବାର ଲୋକ ବର୍ଷାଙ୍କ ମୋବାଇଲ୍‌କୁ ଫୋନ୍‌ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍‌ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ପରେ ବର୍ଷା ଚାକିରି କରୁଥିବା ସଂସ୍ଥା ସହିତ ଯୋଗାଯୋଗ କରାଯାଇଥିଲା। ସେଠାରୁ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ସବୁଆଡୁ ନିରାଶ ହେବା ପରେ ଚୁପ୍‌ ବସିଥିଲେ ପରିବାର ଲୋକ। ଦିନେ ସୋଶାଲ ମିଡ଼ିଆରେ ବର୍ଷାଙ୍କ ଫଟୋ ଦେଖିବାକୁ ପାଇଥିଲେ ବିକାଶ। ସେ ହେଉଛନ୍ତି ବର୍ଷାଙ୍କ ଭାଇ। ତା’ପରେ ସେ ପୁଲିସ ସହ ଯୋଗାଯୋଗ କରିଥିଲେ।

ସେପଟେ ହିଂଜିଳି ଥାନା ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀର ଏକ ଘରୋଇ ଶ୍ମଶାନରେ ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ପୁଲିସ୍‌। ହତ୍ୟା ମାମଲା ରୁଜୁ ପୁଲିସ୍‌ ଖୋଳତାଡ କରୁଥିବା ବେଳେ ବିକାଶ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୁଲିସ ତଥ୍ୟକୁ ଆଧାର କରି କିଛି ଲୋକଙ୍କୁ ହେପାଜତକୁ ନେଇଥିଲା। ସେମାନଙ୍କୁ ଘନଘନ ଜେରା ବେଳେ ବର୍ଷା ମର୍ଡର ମିଷ୍ଟ୍ରୀର ସୁରାଗ ପାଇଥିଲା। ବର୍ଷାଙ୍କୁ ହତ୍ୟା ପରେ ଶ୍ମଶାନରେ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲା ପୁଲିସ୍‌। ଏହାପରେ ପୁଲିସ୍‌ ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ପାସେଞ୍ଜର ଅଟୋ, କଳା ରଙ୍ଗର ଏକ ବାଇକ, ହାତୁଡି ଓ ପାଣିରେ ପଡିଥିବା ମୋବାଇଲ ପ୍ରମୁଖ ଜବତ କରିଛି।

ବର୍ଷା ହତ୍ୟା ମାମଲାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଥିବା, ସେମାନଙ୍କୁ ଗିରଫ କରାଯିବ ବୋଲି ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମା ଶଙ୍କର ସିଂହ କହିଛନ୍ତି।

ରିପୋର୍ଟ- ଆସିକାରୁ ମନୋଜ ମୁନୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story