Advertisment

ଜମିବାଡ଼ି ପାଇଁ ରକ୍ତାକ୍ତ ସଂଘର୍ଷ; ଗଲା ଜଣଙ୍କ ଜୀବନ

ଜମିବାଡ଼ିକୁ ନେଇ ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁର ପଞ୍ଚାନନ ନାୟକ ଓ ପଡ଼ୋଶୀ ସୁନାକର ନାୟକଙ୍କ ପରିବାର ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ବିବାଦ ସମାଧାନ ପାଇଁ ଉଭୟ ପରିବାର ଥାନାକୁ ମଧ୍ୟ ଯାଇଥିଲେ।

Kendrapara

Kendrapara

Advertisment

ଜମିବାଡ଼ି ପାଇଁ ଘଟିଛି ରକ୍ତାକ୍ତ ସଂଘର୍ଷ। ଦୁଇ ପଡ଼ୋଶୀ ମଧ୍ୟରେ ପିଟାପିଟ୍‌ ହୋଇଛି। ଆଉ ଯାଇଛି ଜଣେ ମହିଳାଙ୍କ ଜୀବନ। ୪ ଜଣ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଘଟିଛି।

Advertisment

ଜମିବାଡ଼ିକୁ ନେଇ ରାଜକନିକା ଥାନା ଅନ୍ତର୍ଗତ ସଂଗ୍ରାମପୁର ଗାଁର ପଞ୍ଚାନନ ନାୟକ ଓ ପଡ଼ୋଶୀ ସୁନାକର ନାୟକଙ୍କ ପରିବାର ଭିତରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ବିବାଦ ସମାଧାନ ପାଇଁ ଉଭୟ ପରିବାର ଥାନାକୁ ମଧ୍ୟ ଯାଇଥିଲେ। ହେଲେ ସମାଧାନର କୌଣସି ରାସ୍ତା ବାହାରୁନଥିଲା। ତେବେ ଆଜି ଅପରାହ୍ନ ଦୁଇ ପରିବାର ଭିତରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା। ପରେ ସେହି ପାଟିତୁଣ୍ଡ ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରିବାର ଭିତରେ ମାଡ଼ପିଟ୍‌ ହୋଇଥିଲା।

ମାରପିଟ୍‌ରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ରାଜକନିକା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ପଞ୍ଚାନନଙ୍କ ଭଉଣୀ ସୁଶିଳା ନାୟକଙ୍କ ସମେତ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ଆଳିରୁ ବନମାଳି ସାହୁ

Crime Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe