Advertisment

ପାପ ଲୁଚାଇବାକୁ ପୁଅକୁ ମାରିଦେଲା ମାଆ, ଦୁଃସ୍ୱପ୍ନ ଦେଖିବା ପରେ ମାନିଲା ସତ

ଯେଉଁ ହାତରେ ପୁଅକୁ ଗେଲ କରୁଥିଲା ସେହି ହାତରେ ମାରିଦେଲା ମାଆ। ନିଜ ପାପକୁ ଲୁଚାଇବାକୁ ଯାଇ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Mother And Son File Photo

Mother And Son File Photo

ଯେଉଁ ହାତରେ ପୁଅକୁ ପାଳି-ପୋଷି ବଡ କରିଥିଲା ସେହି ହାତରେ ମାରିଦେଲା ମାଆ। ନିଜ ପାପକୁ ଲୁଚାଇବାକୁ ଯାଇ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିବାକୁ ପଛାଇ ନାହିଁ। ପଡ଼ୋଶୀ ସହ ଶାରୀରିକ ସମ୍ପର୍କ ରଖିବା ସମୟରେ ପୁଅ ଦେଖିଦେବାରୁ ଟେରାସରୁ ଫିଙ୍ଗି ହତ୍ୟା କରିଛି ମାଆ। ତିନି ବର୍ଷ ପିଲାର କିଛି ବୁଝିବାର କ୍ଷମତା ହୋଇନଥିଲେ ମଧ୍ୟ କାଳେ ଧରା ପଡ଼ିଯିବ, ସେହି ଭୟରେ ଏପରି ଜଘନ୍ୟ କାଣ୍ଡ ଭିଆଇଛି।

Advertisment

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଘଟିଛି ଏପରି ଏକ ଲୋମହର୍ଷଣକାରୀ ଘଟଣା। ଆଉ ପୁଅ ସ୍ୱପ୍ନରେ ବାରମ୍ବାର ଆସିବା ପରେ ସବୁ ସତ ମାନିଯାଇଛି ହତ୍ୟାକାରୀ ମା’।

ସୂଚନା ଅନୁସାରେ, ଅପ୍ରେଲ ୨୮ତାରିଖରେ ଜ୍ୟୋତିଙ୍କ ସ୍ୱାମୀ ଧ୍ୟାନ ସିଂହ ଘରେ ଏକ ଫଙ୍କସନର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ନିମନ୍ତ୍ରଣ କରିଥିଲେ। କାର୍ଯ୍ୟକ୍ରମରେ ପଡୋଶୀ ଉଦୟ ଇନ୍ଦାଉଲିଆ ମଧ୍ୟ ଯୋଗ ଦେଇଥିଲେ। ଉଦୟଙ୍କ ସହ ଜ୍ୟୋତିଙ୍କର ଅନୈତିକ ସମ୍ପର୍କ ଥିଲା।

Advertisment

ପାରିବାରିକ କାର୍ଯ୍ୟକ୍ରମକୁ ଯେତେବେଳେ ଉଦୟ ଆସିଥିଲେ ସେତେବେଳେ ମଧ୍ୟ ଉଭୟ ଏକାଠି ହେବାକୁ ଚେଷ୍ଟା କରିଥିଲେ। ସୁଯୋଗ ପାଇ ଉଭୟ ଅନ୍ତରଙ୍ଗ ହେବା ସମୟରେ ଜ୍ୟୋତିଙ୍କ ୩ ବର୍ଷର ପୁଅ ସେମାନଙ୍କୁ ଦେଖି ପକାଇଥିଲା। ଫଳରେ ପାପକୁ ଘୋଡ଼ାଇବାକୁ ଯାଇ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ସେହି କ୍ଷଣି ହିଁ ଉଭୟ ମିଶି ପୁଅକୁ ଟେରାସ ଉପରୁ ତଳକୁ ଫୋପାଡ଼ି ଦେଇଥିଲେ।

ଚିତ୍କାର ଶୁଣି ଏକାଠି ହୋଇଯାଇଥିଲେ ପରିବାର ଲୋକ। ପୁଅକୁ ଚଟାଣରେ ଦେଖି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପର ଦିନ ଅର୍ଥାତ୍ ଅପ୍ରେଲ ୨୯ରେ ଆଖି ବୁଜି ଦେଇଥିଲା। ପ୍ରାରମ୍ଭରେ ପିଲାଟି ଅଜାଣତରେ ଟେରାସରୁ ପଡି ଯାଇଥିବ। ଫଳରେ ଏତେ ବଡ କ୍ଷତି ହୋଇଗଲା ବୋଲି ପିରବାର ଲୋକେ ଭାବି ନିଜକୁ ବୁଝାଇ ଦେଇଥିଲେ।

କିନ୍ତୁ ଆଶ୍ଚର୍ଯ୍ୟର କଥା, କିଛି ଦିନ ହେବ ଜ୍ୟୋତି ବାରମ୍ବାର ପୁଅର ଦୁଃସ୍ୱପ୍ନ ଦେଖୁଥିଲେ। ପୁଅକୁ ନେଇ ଏପରି ସ୍ୱପ୍ନ ଦେଖୁଥିଲେ ଯାହା ତାଙ୍କ ମାନସିକ ସ୍ଥିତିକୁ ବିଗାଡି ଦେଇଇଥିଲା। ଶେଷରେ ବାଧ୍ୟ ହୋଇ ସ୍ୱାମୀ ଆଗରେ ସବୁ ସତ ମାନିଛନ୍ତି। ବୟାନ ରେକର୍ଡ କରି ତାଙ୍କ ସ୍ୱାମୀ ଧ୍ୟାନ ଥାନାରେ ଏକ ଏତଲା ଦେଇଛନ୍ତି। ପୁଲିସ ଜ୍ୟୋତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Crime News Murder News Mother Killed Son Extra Marital Affaire