Advertisment

ମାଆ ନୁହେଁ ରାକ୍ଷସୀ, ୫ଦିନର ଶିଶୁକନ୍ୟାକୁ ନାକ ଚିପି କଲା ହତ୍ୟା

ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି।

ଅଦ୍ୟତନ ହୋଇଛି
Baby Girl

Baby Girl

Advertisment

ମା’ ଶବ୍ଦରେ ଭରି ରହିଛି ସଂସାରର ସମସ୍ତ ସ୍ନେହ, ମମତା ଓ ନିସ୍ୱାର୍ଥପରତା। ଦୁନିଆର ସବୁଠୁ ନିଆରା ସମ୍ପର୍କ ମାଆ ସହ ତା’ ସନ୍ତାନର। ମାଆର କୌଣସି ତୁଳନା ନାହିଁ। ସବୁ ଭାବନା, ସବୁ ସମ୍ପର୍କଠୁ ସେ ଉପରେ। କିନ୍ତୁ ଯେତବେଳେ ମାଆ ରାକ୍ଷସୀ ପାଲଟିଯାଏ, ନିଜ ଛୁଆକୁ ମାରିଦିଏ ସେତେବେଳେ ଏହି ଶବ୍ଦର ଅର୍ଥ ବଦଳିଯାଏ। ଏପରି ସମାନ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ।

Advertisment

ଜିଲ୍ଲାର ଟମକା ଥାନା ଚମ୍ପାଝର ପାର୍କ ନିକଟ ବସ୍ତିରେ ଜଣେ ମହିଳା ନିଜର ୫ଦିନର ଶିଶୁକନ୍ୟାର ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ ସଂପୃକ୍ତ ମହିଳାଙ୍କୁ ଗିରଫ କରିଛି। 

ସୂଚନା ଅନୁସାରେ,ଚମ୍ପାଝର ପାର୍କ ନିକଟ ବସ୍ତିରେ ରୁହନ୍ତି ରବୀନ୍ଦ୍ର ମହାନ୍ତ। ଗତ ୪ତାରିଖ ଦିନ ରବୀନ୍ଦ୍ରଙ୍କ ସ୍ତ୍ରୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା। ପରିବାର ଲୋକେ ପୁଅ ଆଶା ରଖିଥିବା ବେଳେ ଝିଅଟିଏ ଜନ୍ମ ହେବାରୁ ସମସ୍ତଙ୍କ ମନ ଦୁଃଖ ଥିଲା। ରବୀନ୍ଦ୍ରଙ୍କର ମନ ମଧ୍ୟ ଦୁଃଖ ଥିଲା। ୯ ତାରିଖରେ ରବିନ୍ଦ୍ର ସ୍ତ୍ରୀ ଶିଶୁକନ୍ୟାର ନାକ ଚିପି ହତ୍ୟା କରିଥିଲେ। ପରେ ଶିଶୁକନ୍ୟା ଘରେ ଶୁଆଇ ଦେଇଥିଲେ।

Advertisment

ଶିଶୁକନ୍ୟାଟି ନ ଖାଇବାରୁ, ନ କାନ୍ଦିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ତା’ ଦେହ ଭଲ ନଥିବା  ଭାବି ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ଶିଶୁକନ୍ୟାଟିକୁ ମୃତ ଘୋଷଣା କରିଥିଲେ। ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପରିବାର ଲୋକ ଓ ପଡ଼ୋଶୀଙ୍କର ରବିନ୍ଦ୍ରଙ୍କ ସ୍ତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା। ପୁଲିସ  ପହଞ୍ଚି ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କୁ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ପଚରାଉଚରା କରିଥିଲା। ପରେ ରବୀନ୍ଦ୍ରଙ୍କ ସ୍ତ୍ରୀ ନିଜ ଝିଅକୁ ହତ୍ୟା କରିଥିବା ମାନିଥିଲେ। ପୁଲିସ ଗତକାଲି ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏପରି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି।

Jajpur Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe