Advertisment

ପିଉସାଙ୍କୁ ବାହା ହେବା ପାଇଁ ବାହାଘରର ୪୫ ଦିନ ପରେ ସ୍ୱାମୀଙ୍କୁ ହତ୍ୟା

ମୃତକ ଜଣଙ୍କ ହେଲେ ପ୍ରିୟାଂଶୁ କୁମାର ସିଂହ। ତାଙ୍କୁ ଜୁନ ୨୪ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Jeevan

Jeevan

ବାହାଘର ମାତ୍ର ୪୫ ଦିନ ତଳେ ହୋଇଥିଲା। କିନ୍ତୁ ଏହାପରେ ନିଜ ମଥାର ସିନ୍ଦୂରକୁ ନିଜ ହାତରେ ପୋଛି ଦେଇଛନ୍ତି ଜଣେ ୨୫ ବର୍ଷୀୟ ମହିଳା। ସେ ନିଜର ପିଉସାଙ୍କ ସହ ଅନୈତିକ ସମ୍ପର୍କ ରଖିବା ସହ ସହ ତାଙ୍କୁ ବାହା ହେବାକୁ ଚାହୁଁଥିଲେ। ‌ଏଥିପାଇଁ ସେ ନିଜ ପ୍ରେମକ ବା ପିଉସାଙ୍କ ସହ ମିଶି ସ୍ୱାମୀଙ୍କୁ ୨ ଶୁଟରଙ୍କ ଦ୍ୱାରା ଗୁଳି କରି ହତ୍ୟା କରିଛନ୍ତି। ବିହାରର ଔରଙ୍ଗାବାଦରୁ ଏପରି ଗୋଟିଏ ଭୟଙ୍କର ଘଟଣା ସାମ୍ନାକୁ ଆସିଛି।

Advertisment

ମୃତକ ଜଣଙ୍କ ହେଲେ ପ୍ରିୟାଂଶୁ କୁମାର ସିଂହ। ତାଙ୍କୁ ଜୁନ ୨୪ ତାରିଖ ଦିନ ଗୁଳି କରି ହତ୍ୟା କରାଯାଇଥିଲା। ସେ ନବିନଗର ରେଳ ବାଇ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ୨ ଜଣ ଯୁବକ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରଥମେ ପୁଲିସ ଏହାକୁ କଣ୍ଟ୍ରାକ୍ଟ କିଲିଂ ଭାବେ ବିଚାରକୁ ନେଇଥିଲା। କିନ୍ତୁ ଘଟଣାର ସେତେବେଳେ ସମସ୍ତଙ୍କୁ ଚକିତ କରିଥିଲା ଯେତେବେଳେ ପୁଲିସ୍‌ ହତ୍ୟା ପଛରେ ପ୍ରିୟାଂଶୁଙ୍କ ନବ ବିବାହିତ ପତ୍ନୀ ଗୁଞ୍ଜା ଦେବୀଙ୍କ ହାତ ଥିବା କହିଥିଲା।

ଔରଙ୍ଗାବାଦ ଏସ୍‌ପି ଅମ୍ବରିଶ ରାହୁଲଙ୍କ କହିବା କଥା ଗୁଞ୍ଜା ଦେବୀ ତାଙ୍କ ୫୫ ବର୍ଷୀୟ ପିଉସା ଜୀବନ ସିଂହଙ୍କ ସହ ଦୀର୍ଘ ବର୍ଷ ହେଲାଣି ଅନୈତିକ ସମ୍ପର୍କ ରଖିଥିଲେ। ସେ ତାଙ୍କୁ ବିବାହ କରି ତାଙ୍କ ସହ ରହିବାକୁ ଚାହୁଁଥିଲେ। ହେଲେ ପରିବାର ଲୋକ ଏହାକୁ ବିରୋଧ କରିଥିଲେ। ଶେଷରେ ଗୁଞ୍ଜା ଦେବୀଙ୍କ ଇଚ୍ଛା ବିରୋଧରେ ତାଙ୍କର ବାହାଘର ପ୍ରିୟାଂଶୁଙ୍କ ସହ କରାଇ ଦେଇଥିଲେ।

Advertisment

ବାହାଘରର କିଛି ସପ୍ତାହ ସବୁ କିଛି ଠିକ ଚାଲିଥିଲା। କିନ୍ତୁ ଗୁଞ୍ଜା ଦେବୀ ତାଙ୍କ ପଉସାଙ୍କ ପ୍ରେମକୁ ଭୁଲି ପାରି ନଥିଲେ। ଏଥିରେ ସେ ନିଜର ସ୍ୱାମୀଙ୍କୁ ସବୁ ଦିନ ପାଇଁ ଶେଷ କରିବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ ସେ ନିଜର ପ୍ରେମିକ ଜୀବନ ସିଂହଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କ ଜରିଆରେ ଦୁଇ ଜଣ ଶୁଟର ଜୟଶଙ୍କର ଚୌବେ ଓ ମୁକେଶ ଶର୍ମାଙ୍କୁ ଯୋଗାଡ଼ କରିଥିଲେ। ଉଭୟଙ୍କର ଘର ଝାରଖଣ୍ଡର ଗରହୱା ଜିଲ୍ଲାରେ। ଜୀବନ ସେମାନଙ୍କୁ ସିମ କାର୍ଡ ଠାରୁ ଆରମ୍ଭ କରି ଯିବା ଆସିବାରେ ସହାୟତା କରିଥିଲେ।

ଜୁନ ୨୪ ତାରିଖ ରାତିରେ ପ୍ରିୟାଂଶୁ ବାରାଣସୀରୁ ନିଜ ଭଉଣୀଙ୍କୁ ଦେଖା କରି ଫେରିଥିଲେ। ସେ ଟ୍ରେନରୁ ଓହ୍ଲାଇବା ପରେ ପତ୍ନୀ ଗୁଞ୍ଜା ଦେବୀଙ୍କୁ ଫୋନ କରିଥିଲେ ଓ ତାଙ୍କ ଷ୍ଟେସନରୁ ଘରକୁ ନେବା ପାଇଁ କାହାକୁ ଜଣେ ପଠାଇବାକୁ କହିଥିଲେ। ଏହି ସୂଚନା ଗୁଞ୍ଜା ଦେବୀ ତୁରନ୍ତ ଶୁଟରମାନଙ୍କୁ ଦେଇଥିଲେ। ପ୍ରିୟାଂଶୁ ଘରକୁ ଫେରୁଥିବା ବେଳେ ଦୁଇ ସୁପାରି କିଲର ତାଙ୍କୁ ଅଟକାଇବା ସହ ଗୁଳି ମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଗୁଞ୍ଜା ଦେବୀ ଗାଁ ଛାଡ଼ିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ପ୍ରିୟାଂଶୁଙ୍କ ପରିବାର ଲୋକ ସନ୍ଦେହ କରିଥିଲେ। ଏଥିସହ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତାଙ୍କୁ ଧରିବା ସହ ତାଙ୍କ କଲ ରେକର୍ଡ ଯାଞ୍ଚ କରିଥିଲା। ଏହି ସମୟରେ ସେ ନିୟମିତ ନିଜର ପିଉସା ଜୀବନଙ୍କ ସହ ଯୋଗାଯୋଗରେ ରହିଥିବା ଜଣାପଡ଼ିଥିଲା।

ଜୀବନଙ୍କ କଲ ରେକର୍ଡ ଯାଞ୍ଚ କରିବା କ୍ଷଣି ଦୁଇ ଶୁଟରଙ୍କ ସମ୍ପର୍କରେ ଖବର ମିଳିଥିଲା। ପୁଲିସ୍‌ ଏହି ଘଟଣାରେ ଗୁଞ୍ଜା ଦେବୀ ଓ ଦୁଇ ଶୁଟରଙ୍କୁ ଗିରଫ କରିଛି। ତେବେ ଗୁଞ୍ଜା ଦେବୀଙ୍କ ପିଉସା ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଧରିବା ପାଇଁ ପୁଲିସ୍‌ ସ୍ୱତନ୍ତ୍ର ଟିମ ଗଠନ କରିଛି।

Murder Crime Bihar