Advertisment

ବାହାଘରର ୩ ସପ୍ତାହ ପରେ ସ୍ୱାମୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କଲା ସ୍ତ୍ରୀ

ମଧ୍ୟରାତ୍ରରେ ମାତ୍ର ୩ ସପ୍ତାହ ତଳେ ବାହା ହୋଇଥିବା ପତ୍ନୀ କୁରାଢ଼ୀରେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀଙ୍କୁ ହାଣି ହତ୍ୟା କରିଛି।

Radhika

Radhika

Advertisment

ବରର ବୟସ ୫୪ ଓ କନ୍ୟାର ବୟସ ୨୭। ମାତ୍ର ୩ ସପ୍ତାହ ତଳେ ସରିଥିଲା ବାହାଘର। ଦୁହେଁ ପରସ୍ପରକୁ ଠିକ ଭାବେ ଜାଣି ବି ନଥିଲେ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଦିନ ବେଳା ବଟ ବୃକ୍ଷରେ ପୂଜାର୍ଚ୍ଚନା କରିଥିଲେ। ହେଲେ ମଧ୍ୟରାତ୍ରରେ ମାତ୍ର ୩ ସପ୍ତାହ ତଳେ ବାହା ହୋଇଥିବା ପତ୍ନୀ କୁରାଢ଼ୀରେ ଅତ୍ୟନ୍ତ ନିର୍ମମ ଭାବେ ସ୍ୱାମୀଙ୍କୁ ହାଣି ହତ୍ୟା କରିଛି।

Advertisment

ମହାରାଷ୍ଟ୍ରର ସଙ୍ଗଲିରେ ଏପରି ଲୋମହର୍ଷଣକାରୀ ଘଟଣା ଜୁନ ୧୦ରେ ଘଟିଥିଲା। ଜୁନ ୧୦ ଥିଲା ବଟ ପୂର୍ଣ୍ଣିମା। ଏହା ପତ୍ନୀ ବିଶେଷ କରି ନବବିବାହିତାଙ୍କ ପାଇଁ ଗୋଟିଏ ପବିତ୍ର ଦିନ। ପତ୍ନୀମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବଟ ପୂର୍ଣ୍ଣିମାରେ ଉପବାସ କରନ୍ତି। ବଟ ବୃକ୍ଷରେ ପୂଜାର୍ଚ୍ଚନା କରନ୍ତି। ହେଲେ ସଙ୍ଗଲିରେ ପତ୍ନୀଙ୍କ ହାତରେ ଯାଇଛି ସ୍ୱାମୀଙ୍କ ଜୀବନ।

ମୃତକ ଜଣଙ୍କ ହେଲେ ୫୪ ବର୍ଷୀୟ ଅନୀଲ ତାଞ୍ଜି ଲୋଖଣ୍ଡେ। ତାଙ୍କୁ ଜୁନ ୧୦ ତାରିଖ ରାତି ୧୧.୩୦ରୁ ୧୨.୩୦ ମଧ୍ୟରେ ପତ୍ନୀ ରାଧିକା କୁରାଢ଼ୀରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରିଛନ୍ତି। ଅନୀଲ ଶୋଇଥିବା ବେଳେ ରାଧିକା ତାଙ୍କ ମୁଣ୍ଡ ଓ ହାତକୁ କୁରାଢ଼ୀରେ ହାଣି ଦେବାରୁ ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଥିବା ପୁଲିସ୍‌ ସ୍ପଷ୍ଟ କରିଛି।

Advertisment

ଅନୀଲଙ୍କ ପ୍ରଥମ ପତ୍ନୀ କ୍ୟାନସରରେ ପ୍ରାଣ ହରାଇଥିଲେ। ତାଙ୍କର ଦୁଇ ଝିଅ ବାହା ହୋଇ ସାରିଥିବା ବେଳେ ନିଜ ନିଜ ପରିବାର ସହ ସହର ବାହାରେ ରୁହନ୍ତି। ଅନୀଲ ଏଠାରେ ଏକାକୀ ରହୁଥିବା ବେଳେ ବିଭିନ୍ନ ରୋଗରେ ପୀଡ଼ିତ। ତାଙ୍କର ଏକଲାପଣକୁ ଦୂର କରିବା ପାଇଁ ସମ୍ପର୍କୀୟମାନେ ତାଙ୍କୁ ଦ୍ୱିତୀୟ ବିବାହ କରିବାକୁ କହିଥିଲେ। ଏଥିରେ ଅନୀଲ ରାଜି ହେବାରୁ ସତାରା ଜିଲ୍ଲା ଅନ୍ତର୍ଗତ ୱାଡି ଗାଁରେ ରହୁଥିବା ୨୭ ବର୍ଷୀୟ ରାଧିକାଙ୍କ ସହ ତାଙ୍କ ବାହାଘର ସ୍ଥିର ହୋଇଥିଲା। ମେ’ ୧୭ରେ ଅନୀଲ ଓ ରାଧିକା ବିବାହ କରିଥିଲେ।

ବାହାଘରର ୨ ସପ୍ତାହ ସବୁ କିଛି ଠିକ ରହିଥିଲା। କିନ୍ତୁ ମଙ୍ଗଳବାର ରାତିରେ ନବ ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ପରେ ଅନୀଲ ଶୋଇବାକୁ ଚାଲି ଯାଇଥିଲେ। କିନ୍ତୁ ରାଗରେ ଜଳୁଥିବା ରାଧିକା ଶୋଇ ନଥିଲେ। ସେ ଘରେ ଥିବା କୁରାଢ଼ୀ ଉଠାଇଥିଲେ ଓ ବେଡରେ ଶୋଇଥିବା ଅନୀଲଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସେ ବାରମ୍ବାର କୁରାଢ଼ୀରେ ମୁଣ୍ଡ ଓ ହାତକୁ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ଅନୀଲଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଘଟଣା ପରେ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଫୋନ କରିଥିଲେ ଓ ଅନୀଲଙ୍କୁ ହତ୍ୟା କରିଥିବା କଥା ଜଣାଇଥିଲେ। ପୁଲିସ୍‌ ବୁଧବାର ଦିନ ରାଧିକାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।

Murder Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe