Advertisment

ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ପୁଣି ବଳି ପଡ଼ିଲେ ଆଉ ଜଣେ ସ୍ୱାମୀ

ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପୂର୍ବରୁ ମୀରଟରେ ମୁସ୍କାନ ରସ୍ତଗୋ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Wife

Wife

Advertisment

ପତ୍ନୀଙ୍କ ପରକୀୟ ପ୍ରୀତିକୁ ବିରୋଧ କରି ଜଣଙ୍କ ପରେ ଜଣେ ସ୍ୱାମୀ ହତ୍ୟାର ଶିକାର ହେବାର ଲାଗିଛନ୍ତି। ଉତ୍ତର ପ୍ରଦେଶର ମୁସ୍କାନ ହୁଅନ୍ତୁ କି ହରିୟାଣର ରବିନା, ଏମାନେ ନିଜର ପ୍ରେମ ପାଇଁ ସ୍ୱାମୀଙ୍କୁ ବଳିରେ ଚଢ଼ାଇ ଦେଇଥିଲେ। ଏହିକ୍ରମରେ ପୁଣି ସେହି ଉତ୍ତର ପ୍ରଦେଶରୁ ସାମାନ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର ସେହି ମୀରଟରେ ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପୂର୍ବରୁ ମୀରଟରେ ମୁସ୍କାନ ରସ୍ତଗୋ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିଥିଲେ। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ପୁଣି ଜଣେ ପତ୍ନୀର ବର୍ବର କାଣ୍ଡ ପୂରା ଦେଶ ଦେଖିଛି।

Advertisment

ବର୍ତ୍ତମାନ ସାମ୍ନାକୁ ଆସିଥିବା ଘଟଣା ସାମାନ୍ୟ ଭିନ୍ନ। ଏଠାରେ ମହିଳା ଜଣଙ୍କ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ। ସ୍ୱାମୀ ତାଙ୍କର ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଦେବାରୁ ସେ ଏଭଳି କାଣ୍ଡ ଘଟାଇଛନ୍ତି। ହତ୍ୟା କରିବା ପରେ ଏହାକୁ ଭିନ୍ନ ରୂପ ଦେବାକୁ ମହିଳା ଜଣଙ୍କ ପୂରା ଚେଷ୍ଟା କରିଥିଲେ। ସ୍ୱାମୀଙ୍କ ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ପାଇଁ ସେ ଗୋଟିଏ ବିଷ ଧର ସାପ ଆଣିଥିଲେ। ଏହାକୁ ସ୍ୱାମୀଙ୍କ ମୃତଦେହ ପାଖରେ ରଖି ନିଜ ହାତକୁ ସାଫ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ମହିଳା ଓ ତାଙ୍କ ପ୍ରେମିକଙ୍କ ସବୁ ଯୋଜନାକୁ ପୁଲିସ ପଣ୍ଡ କରି ଦେଇଛି।

ମୃତକ ଜଣଙ୍କ ହେଲେ ୨୫ ବର୍ଷୀୟ ଅମିତ କଶ୍ୟପ। ପତ୍ନୀ ରବିତା ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ଏଥିରେ ରବିତାଙ୍କୁ ତାଙ୍କ ପ୍ରେମିକ ଅମରଦୀପ ସହାୟତା କରିଥିଲେ। ଅମରଦୀପ ହେଉଛନ୍ତି ଅମିତଙ୍କ ବନ୍ଧୁ। ସେ ପ୍ରାୟତଃ ଅମିତଙ୍କ ଘରକୁ ଆସନ୍ତି। ଘରକୁ ଯିବା ଆସିବା ବେଳେ ଅମରଦୀପ ଓ ରବିତାଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ଧୀରେଧୀରେ ଏହା ପ୍ରେମର ରୂପ ନେଇଥିଲା।

Advertisment

ପତ୍ନୀଙ୍କ ଅନୈତିକ ସମ୍ପର୍କ କଥା ଅମିତ ଜାଣିବା ପରେ ପୂରା ଭାଙ୍ଗି ପଡ଼ିଥିଲେ। ଏହାକୁ ନେଇ ପତ୍ନୀ ଓ ବନ୍ଧୁ ଅମରଦୀପଙ୍କ ସହ ତାଙ୍କର ନିୟମିତ ଝଗଡ଼ା ମଧ୍ୟ ହେଉଥିଲା। ଦୈନିକ ଝଗଡ଼ା ଯୋଗୁ ରବିତା ଓ ଅମରଦୀପ ସବୁଦିନ ପାଇଁ ଅମିତଙ୍କୁ ସେମାନଙ୍କ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ। ଶ୍ରମିକ ଭାବେ କାମ କରୁଥିବା ଅମିତ ଶନିବାର କାମରୁ ଫେରି ଘରେ ଖାଇବା ପରେ ଶୋଇ ପଡ଼ିଥିଲେ। ସେ ନିଦରେ ଶୋଇଥିବା ବେଳେ ରବିତା ଓ ଅମରଦୀପ ତାଙ୍କୁ ତଣ୍ଟି ଚିପି ଘର ଭିତରେ ହତ୍ୟା କରିଥିଲେ।

ଅମିତଙ୍କୁ ହତ୍ୟା କରିବା ପରେ ଯୋଜନା ଅନୁସାରେ ରବିତା ୧ ହଜାର ଟଙ୍କା ଦେଇ ଆଣିଥିବା ଗୋଟିଏ ବିଷ ଧର ସାପକୁ ସ୍ୱାମୀଙ୍କ ମୃତଦେହ ତଳେ ରଖି ଦେଇଥିଲେ। ମୃତଦେହ ତଳେ ସାପଟି ରହିଥିବାରୁ ଏହା ଏକାଧିକ ଥର ଅମିତଙ୍କୁ କାମୁଡ଼ି ଥିଲା। ଏହାର ଚିହ୍ନ ମଧ୍ୟ ଅମିତଙ୍କ ଶରୀରରେ ଦେଖା ଯାଇଥିଲା। ଏହାକୁ ଦେଖି ରବିତା ଓ ଅମରଦୀପ ଭାବିଥିଲେ ଯେ ସେମାନେ ହତ୍ୟା ମାମଲାରୁ ଖସି ଯିବେ। ସମସ୍ତେ ଭାବି ଯେ ଅମିତ ସାପ କାମୁଡ଼ିବା ଯୋଗୁ ପ୍ରାଣ ହରାଇଛନ୍ତି। 

ଅମିତ ବେଡରେ ନିସ୍ତେଜ ଅବସ୍ଥାରେ ପଡ଼ିଥିବା ବେଳେ ରବିତା ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ। ଗାଁ ଲୋକମାନେ ଏକାଠି ହୋଇ ବେଡରେ ଥିବା ସାପକୁ କାବୁ କରିଥିଲେ। ଏଥିସହ ସମସ୍ତେ ଭାବିଥିଲେ ଯେ ଅମିତଙ୍କ ମୃତ୍ୟୁ ସାପ କାମୁଡ଼ା ଯୋଗୁ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଅମିତଙ୍କ ଶରୀରରେ ସାପ କାମୁଡ଼ାର ୧୦ଟି ଦାଗ ଥିବାରୁ ସମସ୍ତେ ରବିତା ଓ ଅମରଦୀପଙ୍କ ଯୋଜନାକୁ ବିଶ୍ୱାସ କରି ନେଇଥିଲେ। 

ହେଲେ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସାଂଘାତିକ ତଥ୍ୟ ହାସଲ କରିଥିଲା। ଯଦିଓ ଅମିତଙ୍କ ଦେହରେ ସାପ କାମୁଡ଼ାର ଦାଗ ରହିଛି, କିନ୍ତୁ ତାଙ୍କୁ ତଣ୍ଟି ଚିପି ପ୍ରଥମେ ହତ୍ୟା କରାଯାଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ସାପ କାମୁଡ଼ିଲା ବେଳକୁ ଅମିତଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାପଡ଼ିବା ପରେ ପୁଲିସ୍‌ ରବିତାଙ୍କୁ ଜେରା କରିଥିଲା। ପ୍ରଥମେ ସେ ପୁଲିସ୍‌କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ପୁଲିସ୍‌ ପ୍ରଥମେ ରବିତା ଓ ତାଙ୍କୁ ହତ୍ୟାରେ ସହଯୋଗ କରିଥିବା ପ୍ରେମିକ ଅମରଦୀପଙ୍କୁ ଗିରଫ କରିଛି।

ଏହାପୂର୍ବରୁ ଉତ୍ତର ପ୍ରଦେଶର ମୀରଟର ମୁସ୍କାନ ରସ୍ତୋଗୀର ତା’ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲା। ଉଭୟ ମାର୍ଚ୍ଚ ୩ରେ ସୌରଭଙ୍କୁ ପ୍ରଥମେ ଡ୍ରଗ୍ସ ପରେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରିଥିଲେ।ହତ୍ୟାକାଣ୍ଡ ପରେ ସେମାନେ ହିମାଚଳ ପ୍ରଦେଶର ଶିମଲାକୁ ହନିମୁନ ପାଇଁ ଚାଲି ଯାଇଥିଲେ। ସେଠାରେ ଛୁଟି କାଟି ପ୍ରାୟ ୧୫ ଦିନ ପରେ ଫେରିବା ପରେ ପୁଲିସ୍‌ ଦ୍ୱାରା ଗିରଫ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା।

ଏହାପରେ ଗତକାଲି ହରିୟାଣର ଭିୱାନି ଜିଲ୍ଲାରୁ ସମାନ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ପ୍ରେମିକ ସହ ପତ୍ନୀଙ୍କୁ ସ୍ୱାମୀ ଜଣଙ୍କ ଆପତ୍ତିଜନକ ଅବସ୍ଥାରେ ଦେଖି ଦେବାରୁ ସେମାନେ ତାଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦେଇଥିଲେ। ଅଭିଯୁକ୍ତ ମହିଳା ଜଣଙ୍କ ହେଲେ ରବିନା। ସେ ଜଣେ ୟୁଟ୍ୟୁବର। ତାଙ୍କ ପ୍ରେମିକ ସୁରେଶ ମଧ୍ୟ ଜଣେ ୟୁଟ୍ୟୁବର। ଉଭୟ ଏକାଠି ଭିଡିଓ କରିବା ବେଳେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ଏକଥା ସ୍ୱାମୀ ପ୍ରବୀଣ ଜାଣି ଦେବାରୁ ସେମାନେ ତାଙ୍କୁ ହତ୍ୟା କରିଥିଲେ। ହତ୍ୟା କରିବା ପରେ ପ୍ରବୀଣଙ୍କ ମୃତଦେହକୁ ଉଭୟ ବାଇକରେ ନେବା ସହ ଗୋଟିଏ ଡ୍ରେନରେ ଫିଙ୍ଗି ଦେଇଥିଲେ। ହତ୍ୟାର ୩ ଦିନ ପରେ ପୁଲିସ୍‌ ଡ୍ରେନରୁ ପ୍ରବଣୀଙ୍କ ଗଳିତ ଶବକୁ ଜବତ କରିଥିଲା। ଘଟଣାର ଅଧିକ ତଦନ୍ତ କରି ରବିନା ଓ ସୁରେଶଙ୍କୁ ଗିରଫ କରିଛି।

ସୋଶାଲ ମିଡିଆରେ ରବିନା ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରୁଥିବାରୁ ଏହାକୁ ପ୍ରବୀଣ ପସନ୍ଦ କରୁ ନଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ମଧ୍ୟ ହେଉଥିଲା। ରବିନା ଓ ପ୍ରବୀଣ ୨୦୧୭ରେ ବିବାହ କରିଥିଲେ। ଉଭୟଙ୍କର ୬ ବର୍ଷର ଗୋଟିଏ ପୁଅ ବି ରହିଛନ୍ତି। ତାଙ୍କ ନାଁ ମୁକୁଲ। ମାର୍ଚ୍ଚ୨ ୫ରେ ପ୍ରବୀଣ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ନିଜ ଘର ଭିତରେ ଦେଖି ପୂରା ଚକିତ ହୋଇଯାଇଥିଲେ। ଏହାକୁ ନେଇ ରବିନାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା।

ଏତିକି ବେଳେ ରିବନା ନିଜ ଓଢ଼ଣୀ ଦ୍ୱାରା ପ୍ରବୀଣଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ। ଏଥିରେ ସୁରେଶ ସହାୟତା କରିଥିଲେ। ସେହିଦିନ ରାତିରେ ଉଭୟ ଗୋଟିଏ ଅଖାରେ ମୃତଦେହକୁ ଭର୍ତ୍ତି କରି ସହର ବାହାରେ ଥିବା ଡିନୋଡ ରୋଡ ସ୍ଥିତ ଡ୍ରେନରେ ଫିଙ୍ଗି ଦେଇଥିଲେ।

Murder Uttar Pradesh Extra Marital Affair Meerut
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe