/odisha-reporter/media/media_files/2025/10/27/amrita-2025-10-27-13-57-46.jpg)
ରାମକେଶ ଓ ଅମ୍ରିତା
କିଛି ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀ(Delhi)ର ଗାନ୍ଧି ବିହାର ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରୁ ଜଣେ ୩୨ ବର୍ଷୀୟ ଯୁବକଙ୍କ ମୃତଦେହକୁ ପୁଲିସ୍ ଜବତ କରିଥିଲା। ପ୍ରଥମେ ଏହାକୁ ଗୋଟିଏ ସାଧାରଣ ଅଗ୍ନିକାଣ୍ଡ ମାମଲା ଭାବେ ବିବେଚନା କରାଯାଇଥିଲା। ଆପାର୍ଟମେଣ୍ଟରେ ନିଆଁ ଲାଗି ଯିବାରୁ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିବା ୩୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ପୁଲିସ୍ ସନ୍ଦେହ କରିଥିଲା।
କିନ୍ତୁ ଏବେ ଦିଲ୍ଲୀ ପୁଲିସ୍ ଘଟଣା ପଛରେ ଥିବା ସାଘାଂତିକ ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରତିଶୋଧର ପର୍ଦ୍ଦାଫାସ କରିଛି। ୩୨ ବର୍ଷୀୟ ରାମକେଶ ମୀନାଙ୍କୁ ହତ୍ୟା(Murder) କରିଥିଲେ ତାଙ୍କ ଲିଭଇନ ପାର୍ଟନ(Live In Partener) )ର ଓ ଆଉ ତାଙ୍କର ଦୁଇ ସହଯୋଗୀ। ସେମାନେ ପ୍ରଥମେ ରାମକେଶଙ୍କୁ ହତ୍ୟା କରିଥିଲେ। ଏହାପରେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ତାଙ୍କ ଫ୍ଲାଟରେ ନିଆଁ ଲଗାଇ ଦେଇଥିଲେ। ପ୍ରଥମେ ଏସି ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଥିଲେ ହେଁ ଏହା ପଛରେ ଥିବା ଯୋଜନାର ମୂଳରେ ପୁଲିସ୍ ପହଞ୍ଚି ପାରିଛି।
ପୁଲିସ ରାମକେଶଙ୍କ ହତ୍ୟା ଘଟଣାରେ ତାଙ୍କ ୨୧ ବର୍ଷୀୟ ଲିଭଇନ ପାର୍ଟନ(Live In Partner)ର ଅମ୍ରିତା ଚୌହାନଙ୍କ ସମେତ ପୂର୍ବତନ ପ୍ରେମିକ ସୁମିତ କଶ୍ୟପ(୨୭) ଓ ସେମାନଙ୍କ ବନ୍ଧୁ ସନ୍ଦୀପ କୁମାର(୨୯)ଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଘର ଉତ୍ତର ପ୍ରଦେଶର ମୋରଦାବାଦ ଅଞ୍ଚଳରେ।
ଅମ୍ରିତା ବି.ଏସ୍ସି. ଫରେନ୍ସିକ ବିଜ୍ଞାନର ଛାତ୍ରୀ। ମେ’ ମାସରୁ ସେ ରାମକେଶଙ୍କ ସହ ଏକାଠି ତାଙ୍କ ଫ୍ଲାଟରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ଲିଭଇନ ସମ୍ପର୍କ( Live-In Relationship) ରହିଥିଲା। ଏକାଠି ରହିବା ଭିତରେ ରାମକେଶ ବେଶ ଗୁପ୍ତ ଭାବେ ଅମ୍ରିତାଙ୍କ ଆପତ୍ତିଜନକ ଭିଡିଓ ଓ ଫଟୋ ଉଠାଇ ଦେଇଥିଲେ। ବାରମ୍ବାର ଫଟୋ ଓ ଭିଡିଓ ଡିଲିଟ କରିବାକୁ ଅମ୍ରିତା ଅନୁରୋଧ କରୁଥିଲେ ହେଁ ଏହାକୁ କର୍ଣ୍ଣପାତ କରୁ ନଥିଲେ ରମକେଶ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା।
ବାରମ୍ବାର ନିରାଶ ଓ ଅପମାନିତ ହୋଇ ନିଜ ପୂର୍ବତନ ପ୍ରେମିକ ସୁମିତଙ୍କୁ ସବୁ କଥା କହିଥିଲେ ଅମ୍ରିତା। ସେ ତାଙ୍କୁ ବୁଝାଇବା ସହ ରମକେଶଙ୍କୁ ଉଚିତ ଶିକ୍ଷା ଦେବାକୁ ପଣ କରିଥିଲେ। ଅମ୍ରିତା ଓ ସୁମିତ ନିଜ ଯୋଜନାରେ ସନ୍ଦୀପ ନାମକ ଆଉ ଜଣେ ଯୁବକଙ୍କୁ ସାମିଲ କରିଥିଲେ।
ଡିସିପି(ଉତ୍ତର) ରାଜା ବନିତାଙ୍କ କହିବା କଥା ଯେ ଅକ୍ଟୋବର ୫ ତାରିଖ ରାତିରେ ଅମ୍ରିତା, ସନ୍ଦୀପ ଓ ସୁମିତ ଏକାଠି ମୋରଦାବାଦରୁ ଦିଲ୍ଲୀ ଯାଇଥିଲେ। ସେମାନେ ସିଧା ଗାନ୍ଧି ବିହାର ସ୍ଥିତ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ରହୁଥିବା ରାମକେଶଙ୍କ ଫ୍ଲାଟରେ ପହଞ୍ଚିଥିଲେ। ସିସିଟିଭିରୁ ଜଣାପଡ଼ିଛି ଯେ ରାତି ପ୍ରାୟ ୨.୫୭ ମିନିଟରେ ଦୁଇ ଜଣ ମୁଖାଧାରୀ ଯୁବକ ଓ ଜଣେ ଯୁବତୀ ଆପାର୍ଟମେଣ୍ଟରେ ପ୍ରବେଶ କରୁଛନ୍ତି।
ସେମାନେ ସେଠାରୁ ବାହାରିବା କ୍ଷଣି ଆପାର୍ଟମେଣ୍ଟରେ ଭୟଙ୍କର ବିସ୍ଫୋରଣ ହେଉଛି। ଏହାକୁ ଆଧାର କରି ପୁଲିସ୍ ଯାଞ୍ଚ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ଫରେନ୍ସି ରିପୋର୍ଟ ମଧ୍ୟ ରାମକେଶଙ୍କୁ ହତ୍ୟା କରାଯାଇଥିବା ନିଶ୍ଚିତ କରିଥିଲା।
ପୁଲିସ ତଦନ୍ତ ବେଳେ ଅମ୍ରିତାଙ୍କ ମୋବାଇଲ ଲୋକେସନ ଅପରାଧ ଘଟିଥିବା ସ୍ଥାନରେ ରହିଥିବା ଜଣାପଡ଼ିଥିଲା। ତାଙ୍କ କଲ ଡିଟେଲକୁ ଯାଞ୍ଚ କରିବା ପରେ ପୂରା ଘଟଣା ଉପରୁ ପରଦା ହଟିଥିଲା।
ମୋରଦାବାଦରେ ଏକାଧିକ ରେଡ କରାଯିବା ପରେ ଅମ୍ରିତାଙ୍କୁ ପ୍ରଥମେ ଅକ୍ଟୋବର ୧୮ରେ ଗିରଫ କରାଯାଇଥିଲା। ଜେରା ବେଳେ ସେ ନିଜର ଅପରାଧକୁ ସ୍ୱୀକାର କରିଥିଲେ। ଏଥିସହ ସନ୍ଦୀପ ଓ ସୁମିତି କେମିତି ରାମକେଶଙ୍କୁ ପୋଡ଼ିବା ପୂର୍ବରୁ ତାଙ୍କୁ ମାଡ଼ ମାରିଥିଲେ ଓ ତଣ୍ଟି ଚିପି ହତ୍ୟା କରିଥିଲେ, ସେକଥା ପୁଲିସ୍କୁ ଜଣାଇଥିଲେ।
ପ୍ରଥମେ ରାମକେଶଙ୍କୁ ମାଡ଼ ମାରିବା ସହ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ଏହାପରେ ଅଭିଯୁକ୍ତମାନେ ତାଙ୍କ ଉପରେ ଘିଅ, ତେଲ ଓ ମଦ ଢାଳିଥିଲେ। ସେମାନେ ବିସ୍ଫୋରଣ କରିବା ପାଇଁ ଘରେ ଥିବା ଗ୍ୟାସ ସିଲିଣ୍ଡରକୁ ମଧ୍ୟ ଖୋଲି ଦେଇଥିଲେ।
ସୁମିତ ଜଣେ ଏଲପିଜି ବିତରକ ଭାବେ କାମ କରୁଥିଲେ। ତେଣୁ ସେ ବେଶ ସହଜରେ ଗ୍ୟାସ ସିଲିଣ୍ଡରକୁ କେମିତି ବିସ୍ଫୋରଣ କରି ଦୁର୍ଘଟଣାର ରୂପ ଦିଆଯାଇ ପାରିବ, ସେକଥା ଭଲ ଭାବେ ଜାଣିଥିଲା।
ରାମକେଶଙ୍କ ରୁମରୁ ବାହାରିବା ବେଳେ ଗୋଟିଏ ଛୋଟ ଗାତ ମାଧ୍ୟମରେ ସେମାନେ ଫ୍ଲାଟକୁ ଭିତରୁ ଲକ କରିଦେଇଥିଲେ। ସେମାନେ ସେଠାରୁ ଯିବା ବେଳେ ରାମକେଶଙ୍କ ହାର୍ଡ ଡିସ୍କ, ଲ୍ୟାପଟପ ଓ ଅନ୍ୟ ଜିନିଷଗୁଡ଼ିକୁ ପ୍ରମାଣ ନଷ୍ଟ କରିବାକୁ ନେଇ ଯାଇଥିଲେ। ସେମାନେ ଆପାର୍ଟମେଣ୍ଟରୁ ବାହାରିବାର କିଛି ମିନିଟ ପରେ ବିସ୍ଫୋରଣ ହୋଇଥିଲା।
ପୁଲିସ କହିଛି ଯେ ଅମ୍ରିତା ଜଣେ ଫରେନ୍ସିକ ସାଇନ୍ସର ଛାତ୍ରୀ ଓ ସେ କ୍ରାଇମ ୱେବ ସିରିଜ ବହୁତ ଦେଖନ୍ତି। ସେହି ଅନୁସାରେ ସେ ହତ୍ୟା କାଣ୍ଡକୁ ବେଶ ଯତ୍ନର ସହ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ।
ଅମ୍ରିତାଙ୍କ ବୟାନ ଆଧାରରେ ପୁଲିସ୍ ଗୋଟିଏ ହାର୍ଡ ଡିସ୍କ, ଗୋଟିଏ ଟ୍ରଲୀ ବ୍ୟାଗ, ରାମକେଶଙ୍କ ଶାର୍ଟ ଓ ଦୁଇଟି ମୋବାଇଲ ଫୋନ ଜବତ କରିଛି। ସେହିପରି ଅକ୍ଟୋବର ୨୧ରେ ସୁମିତ ଓ ଅକ୍ଟୋବର ୨୩ରେ ସନ୍ଦୀପଙ୍କୁ ପୁଲିସ ଗିରଫ କରିଛି। ଉଭୟ ସେମାନଙ୍କ ସଂପୃକ୍ତିକୁ ସ୍ୱୀକାର କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
