ପରକୀୟା ପ୍ରୀତି କଥା ଜାଣି ଦେଲେ ସ୍ୱାମୀ: ପ୍ରେମିକ ସହ ମିଶି ଜୀବନ ନେଇଗଲା ସ୍ତ୍ରୀ

ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି।

Jaipur

ଗିରଫ ଅଭିଯୁକ୍ତ ଓ ମୃତଦେହ ଫିଙ୍ଗିବାକୁ ନେବା ବେଳର ଦୃଶ୍ୟ

Hemant Lenka
  • Published: Thursday, 20 March 2025
  • Updated: 20 March 2025, 04:11 PM IST

Sports

Latest News

ପୁଣି ଜଣେ ପତିହନ୍ତା ମହିଳାଙ୍କ ଜଘନ୍ୟକାଣ୍ଡ ସାମ୍ନାକୁ ଆସିଛି। ବୁଧବାର ରିପୋର୍ଟ ବାହାରିଥିଲା ଯେ ଉତ୍ତର ପ୍ରଦେଶର ମୀରଟରେ କେମିତି ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଥିଲେ। ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଟ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ। ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ରାଜସ୍ଥାନର ଜୟପୁରରୁ ସମାନ ଘଟଣା ସାମ୍ନାକୁ ଆସିଛି।

ଏଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି ହତ୍ୟା କରିଛନ୍ତି। ସ୍ୱାମୀ ଜଣଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣି ପ୍ରଶ୍ନ କରିବାରୁ ମହିଳା ଜଣଙ୍କ ଏପରି କାଣ୍ଡ ଘଟାଇଛନ୍ତି। ହତ୍ୟା ପରେ ପ୍ରେମିକ ସହ ମିଶି ମହିଳା ଜଣଙ୍କ ବାଇକରେ କେମିତି ସ୍ୱାମୀଙ୍କ ମୃତଦେହକୁ ଅଖାରେ ଭର୍ତ୍ତି କରି ନେଉଥିଲେ ତା’ର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଦୁଇ ଅଭିଯୁକ୍ତ ମୃତଦେହକୁ ନିଆଁରେ ପୋଡ଼ି ପ୍ରମାଣ ନଷ୍ଟ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ।

Also Read

ରାଜସ୍ଥାନର ଜୟପୁରରେ ରହୁଥିବା ଧନଲାଲ ସୈନିଙ୍କ ପତ୍ନୀ ହେଉଛନ୍ତି ଗୋପାଲୀ ଦେବୀ। ହେଲେ ଗୋପାଲୀ ୫ ବର୍ଷ ହେଲା ଦୀନଦୟାଲ କୁଶୱାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଏକଥା ସ୍ୱାମୀଙ୍କୁ ଜଣା ନଥିଲା। ଗୋପାଲୀ ଦେବୀ ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରୁଥିବା ସ୍ୱାମୀଙ୍କୁ କହିଥିଲେ। ବାସ୍ତବରେ କପଡ଼ା ଷ୍ଟୋରରେ କାମ କରୁଥିବା କୁଶୱାଙ୍କୁ ଦେଖା କରିବାକୁ ଗୋପାଲୀ ଦେବୀ କାମ କରିବା ବାହାନାରେ ଯାଆନ୍ତି।

ପରିବା ବିକି ପରିବାର ଚଳାଉଥିବା ସୈନି ପତ୍ନୀଙ୍କ କଥାକୁ ସନ୍ଦେହ କରିଥିଲେ। ସେ କେଉଁ ପ୍ରକାରର କାମ କରୁଛନ୍ତି ବୋଲି ଜାଣିବା ପାଇଁ ପିଛା କରି ଗତ ଶନିବାର କପଡ଼ା ଷ୍ଟୋରରେ ପହଞ୍ଚିଥିଲେ। ହେଲେ ସେଠାରେ ସେ ଦୀନଦୟାଲ ଓ ଗୋପାଲୀ ଦେବୀଙ୍କୁ ଏକାଠି ଦେଖିବାକୁ ପାଇଥିଲେ। ଉଭୟଙ୍କୁ ସେ ପାଟିତୁଣ୍ଡ କରିବା ସହ ସେମାନଙ୍କ ମଧ୍ୟରେ କି ପ୍ରକାରର ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଥିଲେ।

ତେବେ ଉକ୍ତ ମହଲାରେ ଥିବା ଆଉ ଗୋଟିଏ ଦୋକାନକୁ ଦୁଇ ଅଭିଯୁକ୍ତ କୌଶଳକ୍ରମେ ସୈନିଙ୍କୁ ନେଇ ଯାଇଥିଲେ। ସେଠାରେ ୩ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ଦୀନଦୟାଲ ଓ ଗୋପାଲୀ ଦେବୀ ଗୋଟିଏ ଲୁହା ପାଇପରେ ସୈନିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ସେ ତଳେ ପଡ଼ି ଯିବାରୁ ତାଙ୍କ ତଣ୍ଟିକୁ ରଶି ଦ୍ୱାରା ଚିପି ହତ୍ୟା କରିଥିଲେ।

ଦକ୍ଷିଣ ଜୟପୁରର ଡିସିପି ଦିଗନ୍ତ ଆନନ୍ଦ କହିଛନ୍ତି, ପୀଡ଼ିତ ଜଣଙ୍କ ସେମାନଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିଥିଲେ। ଏଥିପାଇଁ ତାଙ୍କୁ ପତ୍ନୀ ଓ ସହ ଅଭିଯୁକ୍ତ ଦୀନଦୟାଲ ଲୁହା ରଡ ଓ ରଶି ଦ୍ୱାରା ହତ୍ୟା କରିଥିଲେ। ଲୁହା ରଡ ଦ୍ୱାରା ମୁଣ୍ଡରେ ଆଘାତ ଲାଗିଥିବାରୁ ସମ୍ଭବତଃ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ନିସ୍ତେଜ ହୋଇ ପଡ଼ି ରହିଥିଲେ ହେଁ ଦୁଇ ଅଭିଯୁକ୍ତ ହତ୍ୟାକୁ ସୁନିଶ୍ଚିତ କରିବା ପାଇଁ ରଶି ଦ୍ୱାରା ତାଙ୍କ ତଣ୍ଟିକୁ ଚିପି ଥିଲେ।

ଏହାପରେ ମୃତଦେହକୁ ଗୋଟିଏ ଅଖାରେ ଭର୍ତ୍ତି କରିଥିଲେ। ଏହାକୁ କୁଶୱାଙ୍କ ବାଇକରେ ଧରି ଗୋଟିଏ ନିଛାଟିଆ ସ୍ଥାନରେ ଫୋପାଡ଼ିବାକୁ ବାହାରି ଯାଇଥିଲେ। ବିରାଟକାୟ ଅଖା ଧରି ସେମାନେ ବାଇକରେ ଗୋଟିଏ ମାର୍କେଟ ଅତିକ୍ରମ କରିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ରିଙ୍ଗ ରୋଡ ପାଖରେ ସେମାନେ ମୃତଦେହକୁ ଅନଲୋଡ କରିଥିଲେ ଓ ପ୍ରମାଣ ନଷ୍ଟ କରିବା ପାଇଁ ସେଥିରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ମୃତଦେହ ଅଧା ଜଳି ଥିବା ବେଳେ ଗୋଟିଏ କାର ସେମାନଙ୍କ ଆଡ଼କୁ ଆସୁଥିବା ଦେଖି ଦୁଇ ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ।

ମୁଖ୍ୟ ରାସ୍ତା ପାଖରୁ ପୁଲିସ୍‌ ଅଧା ପୋଡ଼ି ଯାଇଥିବା ମୃତଦେହକୁ ଜବତ କରିଥିଲା। ଦୁଇ ଦିନ ପରେ ପୀଡ଼ିତଙ୍କ ପରିଚୟ ମିଳିଥିଲା। ପୁଲିସ୍‌ ଗୋପାଲୀ ଦେବୀ ଓ କୁଶୱାଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଥିବା ଡିସିପି ଦିଗନ୍ତ କହିଛନ୍ତି।

ମୀରଟରେ କ’ଣ ଘଟିଥିଲା?

ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲ ଶୁକ୍ଳା ମିଳିତ ଭାବେ ହତ୍ୟା କରିଥିଲେ। ସୌରଭ ଆମେରିକା ଭିତ୍ତିକ ମର୍ଚାଣ୍ଟ ନାଭି ଅଫିସର ଭାବେ କାମ କରୁଥିଲେ। ସେ ଗତ ମାସରେ ୬ ବର୍ଷୀୟ ଝିଅର ଜନ୍ମ ଦିନ ପାଇଁ ଘରକୁ ଆସିଥିଲେ। ହେଲେ ମାର୍ଚ୍ଚ ୪ରେ ତାଙ୍କ ପତ୍ନୀ ମୁସ୍କାନ ଓ ପ୍ରେମିକ ସାହିଲ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ୧୫ ଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରିଥିଲେ।

ଶେଷରେ ସିମେଣ୍ଟ ଦ୍ୱାରା ଏହାକୁ ସିଲ କରି ଦେଇଥିଲେ। ହତ୍ୟାକାଣ୍ଡ ପରେ ମୁସ୍କାନ ଓ ସାହିଲ ହିମାଚଳ ପ୍ରଦେଶ ବୁଲିବାକୁ ଚାଲି ଯାଇଥିଲେ। ସେଠାରେ ରହି ସୌରଭଙ୍କ ପରିବାରକୁ ବିଭ୍ରାନ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଫଟୋ ପୋଷ୍ଟ କରୁଥିଲେ। କିନ୍ତୁ ପୁଅ ସହ କୌଣସି ଯୋଗାଯୋଗ ନ ହେବାରୁ ସୌରଭଙ୍କ ପରିବାର ଲୋକ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମୁସ୍କାନ ଓ ସାହିଲକୁ ଜେରା କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ମୁସ୍କାନ ଓ ସାହିଲ ନିୟମିତ ଡ୍ରଗ୍ସ ନେଉଥିଲେ। ନିଶା ଖାଇବା ପରେ ସେମାନେ ନିଜ ଇଚ୍ଛାରେ କାମ କରୁଥିଲେ। ସୌରଭ ଏଥିରେ ବାଧା ସୃଷ୍ଟି କରିବାର ସମ୍ଭାବନା ଥିବାରୁ ସେମାନେ ତାଙ୍କୁ ମାରି ଦେଇଥିବା ମୁସ୍କାନର ପରିବାର ଲୋକ କହିଛନ୍ତି।

ସୌରଭ ଓ ମୁସ୍କାନ ୨୦୧୬ରେ ବାହା ହୋଇଥିଲେ। ଏହା ପ୍ରେମ ବିବାହ ଥିଲା। ପତ୍ନୀ ସହ ଅଧିକ ସମୟ ବିତାଇବା ପାଇଁ ସୌରଭ ତାଙ୍କର ମର୍ଚାଣ୍ଟ ନାଭି ଚାକିରି ଛାଡ଼ି ଦେଇଥିଲେ। କିନ୍ତୁ ଏହି ପ୍ରେମ ବିବାହ ଓ ଚାକିରି ଛାଡ଼ିବା ନିଷ୍ପତ୍ତିକୁ ସୌରଭଙ୍କ ପରିବାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ। ଏଥିଯୋଗୁ ସୌରଭଙ୍କ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ସୌରଭ ଘର ଛାଡ଼ି ଦେଇଥିଲେ। ପତ୍ନୀ ସହ ଭଡ଼ାରେ ଘର ନେଇ ରହିଥିଲେ।

୨୦୧୯ରେ ମୁସ୍କାନ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲା। କିନ୍ତୁ ଏହି ଖୁସି ଅଳ୍ପ ଦିନର ଥିଲା। ସୌରଭ ଜାଣିବାକୁ ପାଇଥିଲେ ଯେ ମୁସ୍କାନର ସମ୍ପର୍କ ସାହିଲ ନାମକ ଜଣେ ଯୁବକ ସହ ରହିଛି। ଏହି ପରକୀୟାପ୍ରୀତି ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି କରିଥିଲା। କଥା ଛାଡ଼ପତ୍ର ଯାଏ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଝିଅର ଭବିଷ୍ୟତ କଥା ଭାବି ସୌରଭ ପଛ ଘୁଞ୍ଚା ଦେଇଥିଲେ। ସେ ପୁଣି ମର୍ଚାଣ୍ଟ ନାଭିରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୩ରେ ସେ ନିଜ କାମରେ ଦେଶ ଛାଡ଼ିଥିଲେ। ଘରକୁ ଫେରିବା ବେଳକୁ ମୁସ୍କାନ ଓ ସାହିଲଙ୍କ ମଧ୍ୟରେ ସମ୍ପର୍କ ଆହୁରି ନିବିଡ଼ ହୋଇଯାଇଥିଲା। ଏହି ସମ୍ପର୍କରେ କାଳେ ସୌରଭ ବାଧା ସୃଷ୍ଟି କରିବେ, ସେହି ଆଶଙ୍କାରେ ସେମାନେ ତାଙ୍କୁ ହତ୍ୟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story