Advertisment

ଟେଲିଗ୍ରାମରେ ପ୍ରେମ ନିବେଦନ କରି ୫୦ ଯୁବକଙ୍କୁ ଫସାଇଲେ, ଲୁଟିନେଲେ ୩୫ ଲକ୍ଷ

ହନିଟ୍ରାପ୍‌ରେ ଫସିଥିବା ଯୁବକଜଣକ ସମ୍ପୃକ୍ତ ଯୁବତୀଙ୍କ ଘରେ ପହଞ୍ଚିବା ପରେ ଯୁବତୀଜଣକ ତାଙ୍କ ସହ ରାସଲୀଳାରେ ମାତିବାକୁ ପଛାଇ ନ ଥାନ୍ତି। ଉକ୍ତ ସମୟରେ ସେଠାରେ ଲୁଚି କରି ଥିବା ଅନ୍ୟ ୩ ଯୁବତୀ ଏହାର ଭିଡିଓ କରି ଦେଇଥାନ୍ତି।

HoneyTrap

HoneyTrap

Advertisment

ନିଜ ମାୟା ଜାଲରେ ଫସାଇ ଯୁବକଙ୍କୁ ବାୟା କରୁଥିଲେ ୪ ଯୁବତୀ। ନିଜ ତରଫରୁ ସେମାନଙ୍କୁ ପ୍ରେମ ନିବେଦନ କରିବା ସହ ଶାରୀରିକ ସମ୍ପର୍କ ରଖିବାକୁ ଆମନ୍ତ୍ରଣ କରୁଥିଲେ। ଯୁବତୀଙ୍କ ହନିଟ୍ରାପ୍‌ରେ ପଡ଼ି ପାଗଳ ହୋଇ ଯାଇଥିବା ଯୁବକ ନିଜେ ନିଜେ ଯୁବତୀଙ୍କ ଜାଲରେ ପଡ଼ୁଥିବା ବେଳେ ଏହାର ଅଶ୍ଳୀଳ ଭିଡିଓ କରିଦେଉଥିଲେ ଯୁବତୀ। ତା’ ପରେ ତାହାକୁ ଭାଇରାଲ କରି ଦେବାର ଧମକ ନେଇ ଆଦାୟ କରୁଥିଲେ ମୋଟା ଅଙ୍କର ଟଙ୍କା। ଏପରି ଏକ ସେକ୍ସ ରାକେଟର ୪ ଯୁବତୀଙ୍କ ପର୍ଦ୍ଦାଫାସ ହୋଇଥିବା ବେଳେ ସେମାନେ ହନିଟ୍ରାପ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଫସାଇ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଜଣାଯାଇଛି।

Advertisment

ଆଇଟି ସହର ବେଙ୍ଗାଲୁରୁରେ ଲମ୍ବିଛି ଏପରି ଏକ ସେକ୍ସ ରାକେଟ। ପୁଲିସ୍‌ ଏହି ରାକେଟରେ ସମ୍ପୃକ୍ତ ୩ ଯୁବତୀଙ୍କୁ ଗିରଫ କରିଥିବା ବେଳ ଏହାର ମୁଖ୍ୟ ରାଣୀ ମହୁମାଛି କିନ୍ତୁ ଫେରାର ହୋଇଯାଇଛନ୍ତି।

ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ନେହା ନିଜ ୩ ବାନ୍ଧବୀଙ୍କ ସହ ଯୁବକଙ୍କୁ ପ୍ରଥମେ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରିଥାନ୍ତି। ଏଥିନିମନ୍ତେ ସେମାନେ ପ୍ରଥମେ ଟେଲିଗ୍ରାମରେ ମେସେଜ ପଠାଇଥାନ୍ତି। ଅପର ପାର୍ଶ୍ୱରୁ ଯୁବକଜଣକ ଉତ୍ତର ଦେଲେ ସେମାନେ ତାଙ୍କୁ ନିଜ ପ୍ରେମ ଜାଲରେ ଫସାଇଥାନ୍ତି। ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ନିଜ ଘରକୁ ଡାକିଥାନ୍ତି।

Advertisment

ହନିଟ୍ରାପ୍‌ରେ ଫସିଥିବା ଯୁବକଜଣକ ସମ୍ପୃକ୍ତ ଯୁବତୀଙ୍କ ଘରେ ପହଞ୍ଚିବା ପରେ ଯୁବତୀଜଣକ ତାଙ୍କ ସହ ରାସଲୀଳାରେ ମାତିବାକୁ ପଛାଇ ନ ଥାନ୍ତି। ଉକ୍ତ ସମୟରେ ସେଠାରେ ଲୁଚି କରି ଥିବା ଅନ୍ୟ ୩ ଯୁବତୀ ଏହାର ଭିଡିଓ କରି ଦେଇଥାନ୍ତି।

ଏହାପରେ ଭିଡିଓ ଭାଇରାଲ କରିବାର ଧମକ ଦେଇ ଯୁବତୀଙ୍କ ଏହି ଗ୍ୟାଙ୍ଗ ଉକ୍ତ ଯୁବକଙ୍କ ନିକଟରେ ୩ଟି ସର୍ତ୍ତ ରଖିଥାନ୍ତି। ପ୍ରଥମତଃ ବିବାହ କରିବାର ସର୍ତ୍ତ, ନଚେତ ମୁସଲିମ୍ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥାନ୍ତି। ନଚେତ ମୋଟା ଅଙ୍କର ଟଙ୍କା ତାଙ୍କ ନିକଟରୁ ଆଦାୟ କରିଥାନ୍ତି।

ଏହି ଗ୍ୟାଙ୍ଗ ପ୍ରାୟ ଦେଢ ବର୍ଷ ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ନିଜ ଜାଲରେ ଫସାଇଥିବା ବେଳେ ସେମାନଙ୍କ ନିକଟରୁ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଜଣାଯାଇଛି।

ଏହି ରାକେଟ ଦ୍ୱାରା ଧୋକା ଖାଇଥିବା ଜଣେ ଯୁବକ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମନାକୁ ଆସିଥିଲା। ଏହାପରେ ଦୀର୍ଘ ଦିନ ହେବ ପୁଲିସ୍‌ ପିଛା କରିବା ପରେ ଏହି ରାକେଟର ୩ ଯୁବତୀଙ୍କୁ ଗିରଫ କରିଥିବା ବେଳେ ରାଣୀ ମହୁମାଛି ନେହା ଫେରାର ହୋଇ ଯାଇଥିବା ଜଣାଯାଇଛି। ଚଢ଼ାଉ ବେଳେ ୬୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଅଧିକାଂଶ ଟଙ୍କା ସେମାନେ ଡିଜିଟାଲ ମୋଡରେ ନେଉଥିବା ଜଣାଯାଇଛି।

Honeytrap Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe