Advertisment

ପ୍ରେମରେ ଫସାଇଲେ, ୧୨ ଜଣଙ୍କ ଶଯ୍ୟାସଙ୍ଗିନୀ ହୋଇ ଲୁଟି ନେଲେ

ଜୁଲାଇ ୫ରେ ପ୍ରଥମେ ଏନେଇ ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ସମାନ ଅଭିଯୋଗ ଧରି ୧୨ରୁ ଅଧିକ ପୁରୁଷ ଶାହୀନଙ୍କ ବିରୋଧରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଅଦ୍ୟତନ ହୋଇଛି
MIR

MIR

Advertisment

ଜଣେ ୩୦ ବର୍ଷୀୟ ମହିଳାଙ୍କ କଳା କାରନାମା ସାମ୍ନାକୁ ଆସିଛି। ନିଜର ରୂପରେ ଯାଦୁରେ ସେ ଜଣେ କି ଦୁଇ ଜଣ ନୁହେଁ, ୧୨ରୁ ଅଧିକ ପୁରୁଷଙ୍କୁ ଫସାଇ ସର୍ବସ୍ୱ ଲୁଟି ନେଇଛନ୍ତି। ପ୍ରଥମେ ମହିଳା ଜଣଙ୍କ ପୁରୁଷମାନଙ୍କୁ ନିଜ ପ୍ରେମର ଜାଲରେ ଫସାଉଥିଲେ। ଏହାପରେ ସେମାନଙ୍କୁ ବିବାହ କରୁଥିଲେ। ସେମାନଙ୍କ ଶଯ୍ୟାସଙ୍ଗିନୀ ହେବାର କିଛି ମାସ ମଧ୍ୟରେ ସମସ୍ତ ପ୍ରକାରର ଟଙ୍କା ଓ ସୁନା ଧରି ଚମ୍ପଟ ମାରୁଥିଲେ।

Advertisment

ଜମ୍ମୁ-କଶ୍ମୀରରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଗତ ସପ୍ତାହରେ ୩୦ ବର୍ଷୀୟ ଶାହୀନ ଅଖତରଙ୍କୁ ରଜୌରୀର ନୌଶେରା ସହରରୁ ଗିରଫ କରିଥିଲା। ତାଙ୍କ ନାଁରେ ମହମ୍ମଦ ଅଲତାଫ ମୀର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ। ଶାହୀନ ତାଙ୍କୁ ବିବାହ କରିବା ପରେ ସବୁ କିଛି ଲୁଟ କରି ନେଇଥିବା ପୁଲିସ୍‌କୁ ଲିଖିତ ଭାବେ ଜଣାଇଥିଲେ।

ଜୁଲାଇ ୫ରେ ପ୍ରଥମେ ଏନେଇ ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ସମାନ ଅଭିଯୋଗ ଧରି ୧୨ରୁ ଅଧିକ ପୁରୁଷ ଶାହୀନଙ୍କ ବିରୋଧରେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

Advertisment

ଶାହୀନଙ୍କ ରୂପରେ ଫସିଥିବା ଜଣେ ପୀଡ଼ିତ ହେଲେ ବଡଗାମର ମହମ୍ମଦ ଅଲତାଫ ମୀର। ଜଣେ ମଧ୍ୟସ୍ଥିଙ୍କ ଦ୍ୱାରା ଶାହୀନଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ଏହାପରେ ଉଭୟ ବାହା ହୋଇଥିଲେ। ବାହାଘର ପରେ ମୀର ଓ ଶାହୀନ ୪ ମାସ ଯାଏ ଏକାଠି ରହିଥିଲେ। କିନ୍ତୁ ହଠାତ୍‌ ଗୋଟିଏ ଦିନ ଶାହୀନ ଘରେ ଥିବା ସମସ୍ତ ପ୍ରକାରର ଟଙ୍କା ଓ ସୁନା ଧରି ଚମ୍ପଟ ମାରିଥିଲେ।

ମୀରଙ୍କ ଅଭିଯୋଗକ୍ରମେ କେନ୍ଦ୍ରୀୟ କଶ୍ମୀରର ବଡଗାମ ପୁଲିସ୍‌ ଶାହୀନଙ୍କ ନାଁରେ ୪୨୦ ଓ ୧୨୦ ବି ଦଫାରେ ମାମଲା କରିଥିଲା। ଶେଷରେ ତାଙ୍କୁ ଜୁଲାଇ ୧୪ରେ ଗିରଫ କରାଯାଇଥିଲା। ସେହିଦିନ ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରୁଥିବା ଖବର ମିଳିବା ପରେ ବଡଗାମ କୋର୍ଟ କମ୍ପ୍ଲେକ୍ସ ବାହାରେ ୧୦ରୁ ୧୫ ଜଣ ଲୋକ ପହଞ୍ଚିଥିଲେ।

ଶାହୀନ ଏମାନଙ୍କୁ ମଧ୍ୟ ବାହା ହୋଇଥିଲେ। ସୁଯୋଗ ଦେଖି ଟଙ୍କା ଓ ସୁନା ନେଇ ଚମ୍ପଟ ମାରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସମସ୍ତଙ୍କର କହିବା କଥା ହେଲା ମେହର ବାବଦରେ ମିଳିଥିବା ଟଙ୍କା ସହ ଶାହୀନ ସୁନା ଗହଣା ନେଇ ଫେରାର ହୋଇଯାଇଥିଲେ।

ମୁସଲିମମାନଙ୍କର କଣ୍ଟ୍ରାକ୍ଟ ମ୍ୟାରେଜ ହୋଇଥାଏ। ଏହି ବିବାହ ବେଳେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଧାର୍ଯ୍ୟ କରାଯାଏ। ଏହାକୁ ମେହର ମନି କୁହାଯାଏ। ବାହାଘର ବେଳେ ଧାର୍ଯ୍ୟ କରାଯାଇଥିବା ଟଙ୍କା ବର ପକ୍ଷରୁ କନ୍ୟାକୁ ଦିଆଯାଏ। ଶାହୀନ ଉକ୍ତ ମେହର ଟଙ୍କା ଓ ସୁନା ଗହଣାକୁ ବାହାଘରର କିଛି ମାସ ପରେ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।

Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe