Advertisment

ଥାନା ଭିତରେ ଅଘଟଣ: ଭୁଲରେ ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଲେ ପୁଲିସ୍‌ ବାବୁ

ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି।

UP

UP

Advertisment

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଗୋଟିଏ ପୁଲିସ୍‌ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଛନ୍ତି ପୁଲିସ୍‌ ବାବୁ। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ପୂରା ଘଟଣା ଥାନାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଥାନାକୁ ଆସିବା ସହ ଟେବୁଲ ପାଖରେ ଛିଡ଼ା ହୋଇଛନ୍ତି। କିଛି ସେକେଣ୍ଡ ପରେ ଟେବୁଲର ଅପରପାର୍ଶ୍ୱରେ ଜଣେ ପୁଲିସ୍‌ କର୍ମଚାରୀ ସବ ଇନସପେକ୍ଟର ଶର୍ମାଙ୍କୁ ପିସ୍ତଲ ଦେଇଥିଲେ।

ସେ ପିସ୍ତଲକୁ ସଫା କରୁଥିବା ବେଳେ ଭୁଲ ବଶତଃ ଗୁଳି ଫୁଟି ଯାଇଥିଲା। ଗୁଳିଟି ସିଧା ଆସି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଥିଲା। ସେ ତଳେ ପଡ଼ି ଯାଇଥିଲେ।

Advertisment

ତୁରନ୍ତ ତାଙ୍କୁ ଜେଏନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ହେଁ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

Uttar Pradesh Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe