ଫିଲ୍ମ ଠାରୁ କମ ନୁହେଁ! ଝିଅକୁ ମାରିବାକୁ ସୁପାରୀ କିଲର ଆଣିଥିଲେ ମା’, କିନ୍ତୁ ସେ ହିଁ...

ସୁପାରୀ କିଲର ଝିଅକୁ ମାରିବା ପରିବର୍ତ୍ତେ ଟଙ୍କା ଦେଇଥିବା ଅଳକା ଦେବୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ।

ଗିରଫ ସୁଭାଷ

  • Published: Saturday, 12 October 2024
  • , Updated: 12 October 2024, 03:56 PM IST

ଝିଅର ପ୍ରେମ ବ୍ୟାପରକୁ ନେଇ ଅସନ୍ତୁଷ୍ଟ ଥିଲେ ମା’। ଏଥିପାଇଁ ୪୨ ବର୍ଷୀୟ ମା’ ଝିଅକୁ ଜୀବନରୁ ମାରି ଦେବା ପାଇଁ ନିଷ୍ପତ୍ତି ନେଲେ। ଝିଅକୁ ମାରିବା ପାଇଁ ୪୨ ବର୍ଷୀୟ ଅଳକା ଦେବୀ ଜଣେ ବ୍ୟକ୍ତିଙ୍କୁ ସୁପାରୀ ଦେଲେ।

ହେଲେ କାହାଣୀରେ ଘଟିଥିଲା ନୂଆ ଟ୍ୱିଷ୍ଟ। ସୁପାରୀ କିଲର ଝିଅକୁ ମାରିବା ପରିବର୍ତ୍ତେ ଟଙ୍କା ଦେଇଥିବା ଅଳକା ଦେବୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ସୁପାରୀ କିଲର ଜଣଙ୍କ କାହିଁକି ଟଙ୍କା ଦେଇଥିବା ମହିଳାଙ୍କୁ ହିଁ ମାରିଦେଲେ?

ପ୍ରକୃତ କଥା ହେଉଛି ସୁପାରୀ ନେଇଥିବା ସୁଭାଷ ସହ ହିଁ ଅଳକାଙ୍କ ଝିଅର ପ୍ରେମ ସମ୍ପର୍କ ରହିଥିଲା। ଅଳକା ଝିଅକୁ ମାରିବାକୁ ଚାହୁଁଥିବା ବେଳେ ଝିଅ ମଧ୍ୟ ତାଙ୍କୁ ମାରିବାକୁ ଲକ୍ଷ୍ୟ ରଖିଥିଲା। ସୁଭାଷ ଯଦି ଅଳକାଙ୍କୁ ମାରି ଦିଅନ୍ତି, ତା’ହେଲେ ସେ ବାହା ହେବା ପାଇଁ ଝିଅ ଜଣଙ୍କ ସୁଭାଷ ଆଗରେ ସର୍ତ୍ତ ରଖିଥିଲା। ଏହି ସର୍ତ୍ତକୁ ପୂରଣ କରିବା ପାଇଁ ଅଳକାଙ୍କୁ ସୁଭାଷ ହତ୍ୟା କରିଛି।

ଫିଲ୍ମ ଭଳି ଲାଗୁଥିବା ଏପରି ଘଟଣା ଉତ୍ତର ପ୍ରଦେଶର ଇଟାହ ଜିଲ୍ଲା ଅନ୍ତର୍ଗତ ଯଶରତପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଘଟିଛି। ଅକ୍ଟୋବାର ୬ରେ ଗୋଟିଏ ମିଲେଟ ଜମିରୁ ଅଳକାଙ୍କ ମୃତଦେହ ମିଳିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଏହି ହତ୍ୟାକାଣ୍ଡ ଶୁଣିବାକୁ ଯେତେ ସହଜ ଲାଗୁଛି, ବାସ୍ତବରେ ସେମିତି ନୁହେଁ। ପୂରା ଘଟଣା ଏମିତି। ଅକ୍ଟୋବର ୫ରେ ଅଳକା ଦେବୀ କୋର୍ଟ କାମରେ ଇଟାହ ଯାଇଥିଲେ। ତେବେ ସେ ବିଳମ୍ବିତ ସନ୍ଧ୍ୟା ଯାଏ ଘରକୁ ନ ଫେରିବାରୁ ତାଙ୍କ ସ୍ୱାମୀ ରମାକାନ୍ତ ବ୍ୟସ୍ତ ହୋଇପଡ଼ିଥିଲେ।

ସେ ବାରମ୍ବାର ଅଳକାଙ୍କ ଫୋନକୁ କଲ କରିଥିଲେ ହେଁ ଏହା ସୁଇଚଅଫ ଦେଖାଇ ଚାଲିଥିଲା। ସେ ନିଜର ପାର୍ଟନରଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ ହେଁ ରବିବାର ସନ୍ଧ୍ୟା ଯାଏ କୌଣସି ଫଳ ମିଳି ନଥିଲା। ରବିବାର ସନ୍ଧ୍ୟାରେ ତାଙ୍କ ପାଖକୁ ପୁଲିସ୍‌ ଫୋନ କରିଥିଲା ଓ ଗୋଟିଏ ମୃତଦେହର ଚିହ୍ନଟ ପାଇଁ ଡାକିଥିଲା।

ମୃତଦେହ ଚିହ୍ନଟ ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ରମାକାନ୍ତ ଘଟଣାକୁ ନେଇ ଗାଁର ଦୁଇ ଯୁବକ ଅଖିଲେଶ ଓ ଅନିକେତଙ୍କ ବିରୋଧରେ ମାମଲା କରିଥିଲେ। ଏହି ଦୁଇ ଜଣ ଅଳକାଙ୍କ ଝିଅଙ୍କୁ ଏକଦା ଅପହରଣ ଘଟଣାର ଅଭିଯୁକ୍ତ ମଧ୍ୟ ଥିଲେ। ଅଖିଲେଶଙ୍କୁ ନ୍ୟାୟ ଗାଁ ପୁଲିସ୍‌ ଗିରଫ କରିଥିଲା ଓ ନାବାଳିକା ଝିଅକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତେଣୁ ସେମାନେ ହିଁ ଅଳକାଙ୍କୁ ମାରିଥିବା ରମାକାନ୍ତ ସନ୍ଦେହ କରିଥିଲେ। 

ଅପହରଣ ଘଟଣାରେ ଡରି ଯାଇ ଅଳକା ଦେବୀ ଝିଅକୁ ସିକନ୍ଦପୁର ଖାସ ଗାଁରେ ଥିବା ମାମୁ ଘରକୁ ପଠାଇ ଦେଇଥିଲେ। ସେଠାରେ ରହିବା ସମୟରେ ନାବାଳିକା ଝିଅ ଜଣଙ୍କ ୩୮ ବର୍ଷୀୟ ସୁଭାଷଙ୍କ ପ୍ରେମରେ ପଡ଼ି ଯାଇଥିଲା। 

ସୁଭାଷ ବିଭିନ୍ନ ମାମଲାରେ ପୂର୍ବରୁ ୧୦ ବର୍ଷ ଜେଲଦଣ୍ଡ ଭୋଗି ସାରିଥିଲେ। ସୁଭାଷ ମଧ୍ୟ ନାବାଳିକାଙ୍କ ପ୍ରେମରେ ଉବୁଟୁବୁ ହୋଇ ତା’ ସହ କଥା ହେବାକୁ ଗୋଟିଏ ଫୋନ ଦେଇଥିଲେ।

ତେବେ ଅଳକା ଦେବୀ ନାବାଳିକା ଝିଅର ପ୍ରେମକୁ ବିରୋଧ କରିଥିଲେ। ତାଙ୍କୁ ଜଣା ନଥିଲା ଯେ ତାଙ୍କ ଝିଅ ସୁଭାଷଙ୍କ ପ୍ରେମରେ ପଡ଼ିଛି। ସେ କେବଳ ଏତିକି ଜାଣିଥିଲେ ଯେ ଝିଅ କାହାକୁ ଗୋଟେ ପ୍ରେମ କରୁଛି। ବାରମ୍ବାର ଝିଅକୁ ବୁଝାଇଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ଶେଷରେ ସେ ନାବାଳିକା ଝିଅକୁ ମାରିବା ପାଇଁ ନିଷ୍ପତ୍ତି ନେଇଥିଲେ।

ସେପ୍ଟେମ୍ବର ୨୭ରେ ଅଳକା ଝିଅକୁ ମାରିବା ପାଇଁ ସୁଭାଷଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ। ସୁଭାଷ ଝିଅର ଫଟୋ ଦେଖି ପୂରା ଚକିତ ହୋଇ ଯାଇଥିଲେ। ସେ ଯାହାକୁ ପ୍ରେମ କରୁଛନ୍ତି, ତାଙ୍କୁ ହିଁ ମାରିବାକୁ ଅଳକା ଟଙ୍କା ଦେଇଥିବା ସେ ଜାଣିବାକୁ ପାଇଥିଲେ। ଏକଥା ସେ ତୁରନ୍ତ ନିଜ ପ୍ରେମିକା ତଥା ଅଳକାଙ୍କ ଝିଅକୁ ଜଣାଇଥିଲେ।

ଏକଥା ଶୁଣିବା ପରେ ଝିଅ ଜଣକ ସୁଭାଷ ଆଗରେ ନୂଆ ସର୍ତ୍ତ ରଖିଥିଲେ। ଯଦି ସେ ତାଙ୍କ ମା’ଙ୍କୁ ଅର୍ଥାତ ଅଳକା ଦେବୀଙ୍କୁ ମାରି ଦେଉଛନ୍ତି, ତା’ହେଲେ ସେ ସୁଭାଷକୁ ବାହା ହେବ। ବାସ ଏହା ଶୁଣି ସୁଭାଷ ସିଧା ଅଳକାଙ୍କୁ ମାରିବା ସହ ମିଲେଟ ଜମିରେ ଫିଙ୍ଗି ଦେଇଥିଲା।

ବୁଧବାର ପୁଲିସ୍‌ ସୁଭାଷ ଓ ନାବଳିକାକୁ ଧରିଥିଲା। ସେମାନେ ନିଜର ଅପରାଧକୁ ସ୍ୱୀକାର କରି ନେଇଛନ୍ତି।

Related story