Advertisment

ଯୌତୁକ ରାକ୍ଷସ କବଳରେ ମହିଳା; ଜାଗା ନ ମିଳିବାରୁ ନେଲେ ଜୀବନ

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ୍ ଦାସଙ୍କର ଅଢେଇ ବର୍ଷ ପୂର୍ବରୁ ବୈଦିକ ରୀତି ନୀତିରେ ବିବାହ ହୋଇଥିଲା।

author-image
Niharika Rout
ଅଦ୍ୟତନ ହୋଇଛି
Woman Murdered

Woman Murdered

‘ଜାଗା ପାଇବା ପାଇଁ ସବୁବେଳେ ଦାବି କରି ଆସୁଥିଲେ। ମାତ୍ର ଆମେ ମନା କରିବାରୁ ଆମ ଭଉଣୀକୁ ନିର୍ଯାତନା ଦେଉଥିଲେ। ଅଷ୍ଟମଙ୍ଗୁଳାରୁ ମୋ’ ଭଉଣୀକୁ ପିଟାପିଟି କରୁଥିଲେ। ଆଉ ଶେଷରେ ତାକୁ ମାରିଦେଲେ।’ ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଆଜି ଯୌତୁକ ରାକ୍ଷସ କବଳରେ ଜଣେ ମହିଳା ପଡ଼ିଥିବା ବେଳେ କୋହଭରା କଣ୍ଠରେ ଏପରି ତାଙ୍କ ଭଉଣୀ କହିଛନ୍ତି।

Advertisment

ମୃତା ମହିଳାଜଣକ ହେଲେ ପ୍ରିୟଙ୍କା ମିଶ୍ର । ପ୍ରିୟଙ୍କାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ସୁରଜ୍ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି।

କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ୍ ଦାସଙ୍କର ଅଢେଇ ବର୍ଷ ପୂର୍ବରୁ ବୈଦିକ ରୀତି ନୀତିରେ ବିବାହ ହୋଇଥିଲା। ବିବାହ ପରଠୁ ପ୍ରିୟଙ୍କାଙ୍କ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଫୋନ ଯୋଗେ ପରିବାରକୁ ଜଣାଇଥିଲେ ପ୍ରିୟଙ୍କା।

Advertisment

ଏନେଇ ପ୍ରିୟଙ୍କାଙ୍କ ଭଉଣୀ କହିଛନ୍ତି, ମୋ ଭିଣୋଇ ଘର ଲୋକେ ସବୁବେଳେ ଆମକୁ ଜାଗା ମାଗୁଥିଲେ। ମାତ୍ର ଜାଗା ପାଇଁ ମନା କରି ଦେବାରୁ ଅଷ୍ଟମଙ୍ଗୁଳା ପରଠୁ ଭଉଣୀ ଉପରେ ଅତ୍ୟାଚାର ଆରମ୍ଭ କରିଦେଲେ। ଭିଣୋଇଙ୍କର ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ଥିଲା। ମୋ’ ଭଉଣୀ ତାହାକୁ ବିରୋଧ କରୁଥିବାରୁ ସେ ସବୁବେଳେ ତାକୁ ପିଟାପିଟି କରୁଥିଲେ। ଏପରିକି ମୋ’ ଭଉଣୀ ପେଟରେ ଛୁଆ ରହିବା ପରେ ବି ତା’ ଶାଶୁ ଓ ନଣନ୍ଦ ପିଲାଟିକୁ ନଷ୍ଟ କରି ଦେଇଥିଲେ ବୋଲି କହିଛନ୍ତି ମୃତା ମହିଳାଙ୍କ ଭଉଣୀ ।

ଗତକାଲି ଭଉଣୀର ଶାଶୁ ଫୋନ୍‌ କରି କହିଲେ ତୋ ଭଉଣୀ ଆତ୍ମହତ୍ୟା କରି ଦେଇଛି ବୋଲି କହିଥିଲେ। ମାତ୍ର ଆମେ ପହଞ୍ଚିଲା ବେଳକୁ ମୃତଦେହ ମର୍ଗରେ ଅଛି ବୋଲି ଜାଣିବାକୁ ପାଇଲୁ। 

ଏନେଇ ଅତିରିକ୍ତ ଡିସିପିଙ୍କୁ ପଚାରିବାରୁ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ମୃତା ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପରିବାରର ଅନ୍ୟମାନଙ୍କ ଅଭିଯୋଗକୁ ଭିତ୍ତି କରି ହତ୍ୟା ମାମଲା ରୁଜୁ କରିଛୁ।

Bhubaneswar Murder Dowery