Advertisment

ମହିଳାଙ୍କୁ ମାରି ଜେଲ ଯାଇଥିଲା, ୫ ବର୍ଷ ପରେ କାହିଁକି ସ୍ୱାମୀ ଓ ତାଙ୍କ ମା’ଙ୍କୁ ମାରିଲା?

୨୦୧୯ରେ ସେ ସୁଧାକରନଙ୍କ ପତ୍ନୀ ସଞ୍ଜିତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ସେ ଜେଲ ଯାଇଥିଲା। ଜେଲରୁ ୫ ବର୍ଷ ପରେ ବାହାରିବା ପରେ ସଞ୍ଜିତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରିଛି।

Kerala

Kerala

Advertisment

ଭୟଙ୍କର ଓ ବୀଭତ୍ସ ଡବଲ ମର୍ଡରକୁ ନେଇ କେରଳ ପାଲକ୍କଡ ଜିଲ୍ଲାର ନେନମାରା ସହର ପୂରା ସ୍ତବ୍ଧ। ସ୍ଥାନୀୟ ଅଞ୍ଚଳରେ ରହୁଥିବା ୫୫ ବର୍ଷୀୟ ସୁଧାକରନ ଓ ତାଙ୍କ ମା’ ଲକ୍ଷ୍ମୀ(୭୫ ବର୍ଷ)ଙ୍କୁ ସୋମବାର ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଛୁରୀ ଭୁଷି ହତ୍ୟା କରାଯାଇଛି। ଉଭୟ ଘରେ ଥିବା ବେଳେ ପଡ଼ୋଶୀ ଭାବେ ରହୁଥିବା ଚେନ୍ତାମାରା ସେମାନଙ୍କୁ ହତ୍ୟା କରିଛି। ନିକଟରେ ଚେନ୍ତାମାରା ଜାମିନରେ ମୁକୁଳିଥିଲା।

Advertisment

୨୦୧୯ରେ ସେ ସୁଧାକରନଙ୍କ ପତ୍ନୀ ସଞ୍ଜିତାଙ୍କୁ ହତ୍ୟା କରିଥିଲା। ଏହି ହତ୍ୟାକାଣ୍ଡ ପାଇଁ ସେ ଜେଲ ଯାଇଥିଲା। ଜେଲରୁ ୫ ବର୍ଷ ପରେ ବାହାରିବା ପରେ ସଞ୍ଜିତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା କରିଛି। ଘଟଣା ପରେ ଫେରାର ଥିବା ଚେନ୍ତାମାରାଙ୍କୁ ପୁଲିସ୍‌ ୩୬ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଧରିବାକୁ ସକ୍ଷମ ହୋଇଛି। ଏପରି ଭୟଙ୍କର ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଲୋକେ ତାତିଛନ୍ତି। ସେମାନେ ପୁଲିସ ଷ୍ଟେସନ ବାହାରେ ବିକ୍ଷୋଭ କରିବାରୁ ପୁଲିସ୍‌କୁ ମଧ୍ୟ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଛି।

ଅନାଥ ହୋଇଗଲେ ଦୁଇ ଝିଅ

୫ ବର୍ଷ ମଧ୍ୟରେ ବାପା ମା’ ଓ ଜେଜେ ମା’ଙ୍କୁ ହରାଇ ସୁଧାକରନଙ୍କ ଝିଅ ଅଖିଲା ଓ ଅତୁଲୟା ପୂରା ସ୍ତବ୍ଧ ହୋଇଯାଇଛନ୍ତି। ୨୦୧୯ରେ ଚେନ୍ତାମାରା ସେମାନଙ୍କ ମା’ ସଞ୍ଜିତାଙ୍କୁ ମାରିଥିଲା। ଏଥିପାଇଁ ତାକୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା। ସେ ବେଲରେ ମୁକୁଳିବା ପରେ ନେନମାରା ସ୍ଥିତ ଘରକୁ କିଛି ଦିନ ତଳେ ଫେରିଥିଲା। ସ୍ଥାନୀୟ ଲୋକ ଓ ସୁଧାକରଣଙ୍କ ଦୁଇ ଝିଅ ଅଭିଯୋଗ କରିଛନ୍ତି ଯେ ସେମାନେ ଚେନ୍ତାମାରାକୁ କଲୋନୀରୁ ହଟାଇବାକୁ ଅନୁରୋଧ କରିଥିଲେ।

Advertisment

କିନ୍ତୁ ପୁଲିସ କିଛି ବି ଶୁଣି ନଥିଲା। ଏସବୁ ଭିତରେ ଚେନ୍ତାମାରା ସୋମବାର ସୁଧାକରନ ଓ ତାଙ୍କ ମା’ଙ୍କୁ ଘରେ ପଶି ହତ୍ୟା କରିଛି। ଅଖିଲା ଓ ଅତୁଲୟା ହତ୍ୟା ଅଭିଯୁକ୍ତ ଚେନ୍ତାମାରାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ଦାବି କରିଛନ୍ତି। ଦୁଇ ଝିଅ କହିଛନ୍ତି, “୨୦୧୯ରେ ସେ ଆମ ମା’ଙ୍କୁ ମାରିଥିଲା ଓ ଜେଲରେ ଥିଲା। ଜେଲରୁ ବାହାରିବା ପରେ ସେ ଆମ ବାପା ଓ ଜେଜେ ମା’ଙ୍କୁ ହତ୍ୟା କରିଛି। ତା’କୁ ଏବେ ପୁଣି ଜେଲରେ ରଖାଯିବ। ସେ ପୁଣି କିଛି ବର୍ଷ ପରେ ବାହାରିବ ଓ ଲୋକଙ୍କୁ ହତ୍ୟା କରିବ। ସେ କାହିଁକି ଆମ ବାପାଙ୍କ ସହ ଏମିତି କଲା? ଆପଣମାନେ ଦେଖନ୍ତୁ, ସେ କେମିତି ଆମ ବାପାଙ୍କୁ ହତ୍ୟା କରିଛି।”

ହତ୍ୟା ପଛର କାରଣ କ’ଣ?

ଚେନ୍ତାମାରା ଡବଲ ମର୍ଡରକୁ ସ୍ୱୀକାର କରିଛି। ତା’ର ଆଶାଙ୍କା ଥିଲା ଯେ ସୁଧାକରନ ପତ୍ନୀଙ୍କ ହତ୍ୟାର ବଦଲା ନେବାକୁ ତା’ ଉପରେ ଆକ୍ରମଣ କରିବେ। ତେଣୁ ସେ ସୁଧାକରନ ଓ ତାଙ୍କ ମା’ଙ୍କୁ ମାରି ଦେଇଛି। ଏକାଧିକ ରିପୋର୍ଟରେ ଦାବି କରାଯାଇଛି ଯେ ସୁଧାକରନଙ୍କ ପରିବାର ଗୁଣି ଗାରେଡ଼ି କରିଥାଆନ୍ତି ବୋଲି ଚେନ୍ତାମାରା ଆଶଙ୍କା କରୁଥିଲା। ଏହି କାରଣ ପାଇଁ ଚେନ୍ତାମାରାକୁ ତା’ ପତ୍ନୀ ଛାଡ଼ି ଚାଲି ଯାଇଥିବା ସେ ସନ୍ଦେହ କରୁଥିଲା। ଏହି କାରଣ ପାଇଁ ୨୦୧୯ରେ ସେ ସଞ୍ଜିତାଙ୍କୁ ହତ୍ୟା କରିଥିଲା।

ପାଲକ୍କଡ ପୁଲିସ୍‌ ମୁଖ୍ୟ ଅଜିତ କୁମାର କହିଛନ୍ତି ଯେ ଅଭିଯୁକ୍ତ ଜଣକ ହତ୍ୟା ପଛର ଉଦ୍ଦେଶ୍ୟ ସମ୍ପର୍କରେ ଖୁଲାସା କରିଛି। ସୁଧାକରନଙ୍କ ପରିବାର ଲୋକଙ୍କ ହସ୍ତକ୍ଷେପ ଯୋଗୁ ଚେନ୍ତାମାରାକୁ ତା’ ପତ୍ନୀ ଛାଡ଼ି ଚାଲି ଯାଇଥିବା ସେ ସନ୍ଦେହ କରୁଥିଲା। ବିଶେଷ କରି ସୁଧାକରନଙ୍କ ପତ୍ନୀ ଏସବୁ ପଛରେ ଥିବା ସେ ଭାବୁଥିଲା। ଏଥିପାଇଁ ୨୦୧୯ରେ ସେ ସଞ୍ଜିତାଙ୍କୁ ମାରି ଦେଇଥିଲା।

ସଞ୍ଜିତା ପ୍ରାଣ ହରାଇବା ପରେ ସୁଧାକରନ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କ ଦ୍ୱିତୀୟ ପତ୍ନୀ ଓ ଦୁଇ ଝିଅ ଚେନ୍ତାମାରାର ଆକ୍ରମଣ ବେଳେ ଘରେ ନଥିଲେ। ତେଣୁ ସେମାନେ ବର୍ତ୍ତି ଯାଇଛନ୍ତି। ଚେନ୍ତାମାରା ମଧ୍ୟ ତାକୁ ଛାଡ଼ି ଚାଲି ଯାଇଥିବା ପତ୍ନୀଙ୍କୁ ମଧ୍ୟ ମାରିବାକୁ ଯୋଜନା କରିଥିଲା।

ପୁଲିସ୍‌ କେମିତି ଧରିଲା?

ସୁଧାକରନ ଓ ଲକ୍ଷ୍ମୀଙ୍କୁ ମାରିବା ପରେ ଚେନ୍ତାମାରା ଗୋଟିଏ ଜଙ୍ଗଲିଆ ଅଞ୍ଚଳରେ ଲୁଚି ରହିଥିଲା। ପୁଲିସ୍‌ ଦୀର୍ଘ ୩୬ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ତା’କୁ ଧରିଥିଲା। ପୁଲିସ୍‌ କହିଛି ଯେ ଚେନ୍ତାମାରା ଉକ୍ତ ଜଙ୍ଗଲିଆ ଅଞ୍ଚଳକୁ ବେଶ ଭଲ ଭାବେ ଜାଣିଥିଲା। ଏଥିପାଇଁ ସେ ପୁଲିସ୍‌ର ଗତିବିଧିକୁ ଟ୍ରାକ କରି ୩୬ ଘଣ୍ଟା କାଳ ଲୁଚି ରହିବାକୁ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଯେତେ ଚତୁର ହୋଇଥିଲେ ହେଁ ପୁଲିସ୍‌ ସବୁବେଳେ ଦୁଇ ପାଦ ଆଗରେ ରହିଥାଏ।

ପୁଲିସ୍‌ ତା’କୁ ଜାଲରେ ଫସାଇବା ପାଇଁ ହଠାତ୍‌ ସର୍ଚ୍ଚ ଅପରେସନକୁ ବନ୍ଦ ଘୋଷଣା କରିଥିଲା। ଏକଥା ଚେନ୍ତାମାରା ଶୁଣିବା ପରେ ଆଶ୍ୱସ୍ତ ହୋଇଥିଲା। ତା’କୁ ଭୋକ ଲାଗୁଥିବାରୁ ସେ ତୁରନ୍ତ ଘର ମୁହାଁ ହୋଇଥିଲା। ଘରୁ ଖାଇବା ନେଇ ସେ ପୁଣି ଜଙ୍ଗଲକୁ ଫେରି ଯିବାକୁ ଯୋଜନା କରିଥିଲା। କିନ୍ତୁ ସେ ଘରକୁ ଫେରିଲା ବେଳକୁ ପୁଲିସ୍‌ ତା’କୁ ଅପେକ୍ଷା କରି ରହିଥିଲା। ସେ ପୁଲିସ୍‌ର ଜାଲରେ ଫସି ଯିବାରୁ ତା’କୁ ଗତକାଲି ରାତି ୧୦.୩୦ରେ ଗିରଫ କରାଯାଇଥିଲା।

Murder Crime Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe