Advertisment

ସବୁଦିନ ହେଉଥିଲା ଝଗଡ଼ା, ଶେଷରେ ଗରମ ତେଲ ଢାଳି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

୨୭ ତାରିଖ ଦିନ ମଧ୍ୟ ଚେଲ୍ଲାମୁଥୁ ମଦ ପିଇ ଘରକୁ ଆସିଥିଲେ ଓ ପତ୍ନୀ ପୋନ୍ନାଥାଲଙ୍କ ସହ ଝଗଡ଼ା କରିଥିଲେ। ସେ ତାଙ୍କୁ ପୁରୀ ତିଆରି କରିବାକୁ ବାଧ୍ୟ କରିଥିଲେ।

author-image
Hemant Lenka
OIL

OIL

ନିଜ ହାତରେ ନିଜ ମଥାର ସିନ୍ଦୁର ପୋଛି ଦେଇଛନ୍ତି ଜଣେ ମହିଳା। ସେ ଯାହାଙ୍କ ହାତ ସାତ ଜନ୍ମ ପାଇଁ ଧରିଥିଲେ, ତାଙ୍କୁ ହିଁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ସ୍ୱାମୀ ପ୍ରତିଦିନ ତାଙ୍କ ସହ ଝଗଡ଼ା କରୁଥିବାରୁ ମହିଳାଙ୍କ ଜଣଙ୍କ ପୂରା ବିରକ୍ତ ହୋଇଯାଇଥିଲେ।

Advertisment

ଏଥିପାଇଁ ତାଙ୍କ ଉପରେ ଗରମ ତେଲ ଢାଳି ସେ ସବୁ ଦିନ ପାଇଁ ସ୍ୱାମୀଙ୍କୁ ପରପାରିକୁ ପଠାଇ ଦେଇଛନ୍ତି। ତାମିଲନାଡୁର ଡିନଡିଗୁଲଠାରେ ଏପରି ଘଟଣା ଘଟିଛି। ପୁଲିସ ଏହି ଘଟଣାରେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ୫୫ ବର୍ଷୀୟ ପତ୍ନୀଙ୍କୁ ଗିରଫ କରିଛି।

ପୁଲିସ୍‌ କହିଛି ଯେ ଘଟଣାଟି ଅଗଷ୍ଟ ୨୭ ତାରିଖରେ ଘଟିଥିଲା। ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ଉପରେ ତତଲା ତେଲ ଢାଳି ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେବେଠାରୁ ଡିନଡିଗୁଲ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଶନିବାର ବିଳମ୍ବିତ ରାତିରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି।

Advertisment

ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ହେଲେ ୬୩ ବର୍ଷୀୟ ଚେଲ୍ଲାମୁଥୁ। ସେ ଡିନଡିଗୁଲ ଜିଲ୍ଲା ଓଡ୍ଡାନଛତ୍ରମ ତାଲୁକାରେ ଚାଷ କାମ କରି ପେଟ ପୋଷନ୍ତି। ସେ ପୋନ୍ନାଥାଲ ନାମକ ମହିଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ପୁଅ ବି ରହିଛନ୍ତି। ଚେନ୍ନାମୁଥୁ ନିୟମିତ ମଦ ପିଅନ୍ତି। ସେ ମଦ ନିଶାରେ ଘରକୁ ଫେରିବା ପରେ ପତ୍ନୀଙ୍କ ସହ ପ୍ରତିଦିନ ଝଗଡ଼ା କରନ୍ତି।

ଏହିକ୍ରମରେ ୨୭ ତାରିଖ ଦିନ ମଧ୍ୟ ଚେଲ୍ଲାମୁଥୁ ମଦ ପିଇ ଘରକୁ ଆସିଥିଲେ ଓ ପତ୍ନୀ ପୋନ୍ନାଥାଲଙ୍କ ସହ ଝଗଡ଼ା କରିଥିଲେ। ସେ ତାଙ୍କୁ ପୁରୀ ତିଆରି କରିବାକୁ ବାଧ୍ୟ କରିଥିଲେ।

କିନ୍ତୁ ପୋନ୍ନାଥାଲ ସିଧାସିଧା ମନା କରିଦେଇଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଚେଲ୍ଲାମୁଥୁ ପତ୍ନୀ ପୋନ୍ନାଥାଲଙ୍କୁ ପ୍ରବଳ ପିଟିଥିଲେ। ଏହାପରେ ମଦ ନିଶାରେ ଯାଇ ସେ ଶୋଇ ପଡ଼ିଥିଲେ।

କିନ୍ତୁ ପୋନ୍ନାଥାଲଙ୍କ ରାଗ ଶାନ୍ତ ପଡ଼ି ନଥିଲା। ସେ କଡ଼େଇରେ ନଡ଼ିଆ ତେଲକୁ ଭଲ ଭାବେ ଫୁଟାଇଥିଲେ। ଶେଷରେ ଏହାକୁ ନେଇ ମଦ ନିଶାରେ ଶୋଇଥିବା ସ୍ୱାମୀ ଚେନ୍ନାମୁଥୁଙ୍କ ଉପରେ ଢାଳି ଦେଇଥିଲେ। ସେ ଚିତ୍କାର କରିବାରୁ ପଡ଼ୋଶୀମାନେ ତୁରନ୍ତ ଦୌଡ଼ି ଆସିଥିଲେ।

ସେମାନେ ତାଙ୍କୁ ଓଡ୍ଡାନଛତ୍ରମ ସରକାରୀ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଡିନଡିଗୁଲ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଶନିବାର ସେ ଆଖି ବୁଜିଛନ୍ତି। ମ୍ୟୃତ୍ୟୁ ପରେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ପୋନ୍ନାଥାଲଙ୍କୁ ଗିରଫ କରିଛି। ସେ ମଧ୍ୟ ନିଜର ଅପରାଧକୁ ପୁଲିସ ଆଗରେ ସ୍ୱୀକାର କରି ନେଇଛନ୍ତି।

Crime Tamilnadu